ଡାଇବେଟିସ୍ ଏବେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏପରି ବଢ଼ି ଚାଲିଛି ଯେ, ଭାରତକୁ ‘ଡାଇବେଟିସ୍ର ରାଜଧାନୀ’ (କ୍ୟାପିଟାଲ ଅଫ୍ ଡାଇବେଟିସ୍) ଭାବରେ ଅଭିହିତ କରାଯାଉଛି। ସାଧାରଣତଃ ଡାଇବେଟିସ୍ ଦୁଇ ପ୍ରକାର : ଟାଇପ-୧, ଟାଇପ-୨। ନିକଟରେ ଅଷ୍ଟ୍ରେଲିଆସ୍ଥିତ ମେଲ୍ବୋର୍ନ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରୋଟାଭାଇରସ ଇନ୍ଫେକ୍ଶନ ମଧ୍ୟ ଟାଇପ-୧ ଡାଇବେଟିସ୍ ପାଇଁ ଦାୟୀ। ଏପରି ଇନ୍ଫେକ୍ଶନକୁ କମାଇବା ପାଇଁ ଟିକାକରଣ ବ୍ୟବସ୍ଥା ରହିବା ଦ୍ୱାରା ଏପରି ଆଶଙ୍କା କେତେକାଂଶରେ କମ୍ ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ସେମାନେ କେତେଜଣ ଟାଇପ-୧ ଡାଇବେଟିସ୍ ରୋଗୀଙ୍କ ଉପରେ ତର୍ଜମା କରିବା ସମୟରେ ଏପରି ତଥ୍ୟ ଜଣାପଡ଼ିଥିଲା।