ଜୁନାଗଡ,୨୬।୮ (ସ୍ବ.ପ୍ର.) କଳାହାଣ୍ଡି ଜିଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ବେଲ୍ଟ ପରୀକ୍ଷା ଜିଲା ଟାଏକୋଣ୍ଡୋ ତାଲିମ କେନ୍ଦ୍ର ଜୁନାଗଡଠାରେ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେ.କେ. ଡ୍ୟାନ୍ସ ସ୍କୁଲ ସିବାମ୍ବିକା ନନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଜୁନାଗଡ କଳା ବିକାଶ କେନ୍ଦ୍ର ମୁଖ୍ୟ ମାନସ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆନ୍ତଜାର୍ତିକ ଖ୍ୟାତି ସମ୍ପନ୍ନ ସ୍ବୟଂଶିବ ସାହୁ ପ୍ରାରମ୍ଭରେ ନିଜ କଳା ପ୍ରଦର୍ଶନ କରିବା ପରେ ରାଜ୍ୟ ଟାଏକୋଣ୍ଡୋ ସଂଘ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜଙ୍କ ତତ୍ୱାବଧାନରେ ବେଲ୍ଟ ପରୀକ୍ଷା ଆରମ୍ଭ ହୋଇଥିଲା। କଳାହାଣ୍ଡି ଟାଏକୋଣ୍ଡୋ ସଂଘ ସମ୍ପାଦକ ବବୃବାହାନ ବୁଦ୍ଧିଆ ଏହାକୁ ସହଯୋଗ କରିଥିଲେ। ଦ୍ୱିତୀୟ ଅଧିବେସନରେ ଜିଲା ସଭାପତି ସନ୍ଦିପ ସାହୁଙ୍କ ସଭାପତିତ୍ୱରେ ବେଲ୍ଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଭବାନୀପାଟଣା ପୌର ପରିଷଦ ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ଉପସ୍ଥିତ ରହି ବେଲ୍ଟ ପ୍ରଦାନ କରିଥିଲେ। ଏହି ପରୀକ୍ଷାରେ କଲମପୁର, ଜୁନାଗଡ, ଭବନୀପାଟଣା, ଥୁ.ରାମପୁର, ମ.ରାମପୁର, ଧର୍ମଗଡ, ନର୍ଲା, କେସିଙ୍ଗା ଓ ଗୋଲାମୁଣ୍ଡାର ପ୍ରାୟ ୧୨୦ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ପାରଦର୍ଶିତା ଅନୁଯାୟୀ ବେଲ୍ଟ ସଂଗ୍ରହ କରିଥିଲେ।