ଟାର୍ଗେଟ୍‌ କୁକୁଡ଼ାଗାଲି, ଚଢ଼ାଉ ଜୋରଦାର କରୁଛି ପୋଲିସ

ବୋରିଗୁମ୍ମା,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା କୁକୁଡ଼ା ଗାଲି ଓ ସେଠାକାର ଜୁଆଖେଳ ଉପରେ ଲଗାତାର ଚଢ଼ାଉ ଜାରି ରଖିଛି ପୋଲିସ। ଗତ ୩/୪ ଦିନ ଭିତରେ ୩୦ରୁ ଅଧିକ ଲୋକଙ୍କୁ ଧରିଲାଣି ପୋଲିସ। ବୁଧବାର ବୋରିଗୁମ୍ମା ପୋଲିସ ଲଦୀଯୋଡ଼ି ନିକଟସ୍ଥ ଜଙ୍ଗଲରେ ଚାଲିଥିବା କୁକୁଡ଼ାଗାଲିରେ ଅତର୍କିତ ଚଢ଼ାଉ କରିଛି। ସେଠାରେ କୁକୁଡ଼ା ଲଢ଼େଇ ସହ ଜୁଆ ଖେଳାଯାଉଥିଲା। ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ୪ ଜଣ ବ୍ୟକ୍ତିଙ୍କୁ ସେଠାରୁ ଗିରଫ କରିଥିଲା। ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ। ଏହାସହ ୧୭ଟି ବାଇକ ଓ ୨୬ଟି ସାଇକେଲ ଜବତ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ପଣ୍ଡସଗୁଡ଼ା ଗ୍ରାମର ଭଗବାନ ହରିଜନ, ମହେଶ୍ୱର ଗୌଡ଼, ପର୍ଶୁ ଜାନୀ ଓ ରଘୁନାଥ ଜାନୀ। ବୋରିଗୁମ୍ମା ଥାନାରେ କେସ୍‌ ନମ୍ବର ୧୮୯/୨୦୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ମଣ୍ଡଳ କହିଛନ୍ତି। ଚଢ଼ାଉରେ ଏସ୍‌ଆଇ ଚିନ୍ତେଶ୍ୱର ମୁଣ୍ଡା, ଶ୍ରୀକାନ୍ତ ସାହୁ, ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ମିଶ୍ର, ସଞ୍ଜୟ ମଣ୍ଡଳ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ବାରରେ ନଚାଇଲେ ପଡ଼ିବ ମହଙ୍ଗା: ରଦ୍ଦ ହେବ…

ଭୁବନେଶ୍ୱର,୧।୧୧: ଏଣିକି ବାର ମାଲିକଙ୍କୁ ପଡ଼ିବ ମହଙ୍ଗା। ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ । ଗୀତ ଛଡା ବାରରେ ନାଚକୁ ଅବକାରୀ ବିଭାଗ...

ଏହି ଦିନ ଭାଜପାରେ ସାମିଲ ହେବେ ସୁନନ୍ଦା ଦାସ

ଭୁବନେଶ୍ୱର,୧।୧୧: ଆସନ୍ତା ୬ ତାରିଖରେ ଭାଜପାରେ ସାମିଲ ହେବେ ସୁନନ୍ଦା ଦାସ। ୬ ତାରିଖ ପୂର୍ବାହ୍ନରେ ଭାଜପା ରାଜ୍ୟ ମୁଖ୍ୟାଳୟରେ ସାମିଲ ହେବେ। ଏ ନେଇ...

ଏବେ ନାହିଁ କୌଣସି ଲଘୁଚାପ: ୩ରୁ ୫ ତାରିଖ ଯାଏ ପାଗ ଶୁଖିଲା

ଭୁବନେଶ୍ୱର ,୧।୧୧: ଏବେ ନାହିଁ କୌଣସି ଲଘୁଚାପ। ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ନେଇ କୌଣସି ସମ୍ଭାବନା ନଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମାଛ ଧରିବା ଉପରେ ୭ ମାସ କଟକଣା

ଭୁବନେଶ୍ୱର,୧।୧୧: ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ମାଛ ଧରିବା ଉପରେ ବନ ବିଭାଗ ପକ୍ଷରୁ କଟକଣା...

ଆଇଏମଡି କଲା ଆଲର୍ଟ: ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ୱର,୧।୧୧: ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏନେଇ ଆଲର୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ...

ସ୍କ୍ରବ ଟାଇଫସ୍‌ ନେଲା ଆଉ ଜଣଙ୍କ ଜୀବନ

ବିନିକା,୧।୧୧: ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲା ବୁର୍ଲା ଏକ ଘରୋଇ ନର୍ସିଂ ହୋମ୍‌ରୁ...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ, ଫେରିଗଲେ ଅଭିଯୋଗକାରୀ

କେସିଙ୍ଗା,୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନାମରେ ଦୀର୍ଘ ୨୮ ଦିନ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ସରପଞ୍ଚ ଓ ସମିତିସଭ୍ୟା/ସଭ୍ୟ...

କମ୍ପାନୀକୁ କାମ କରିବାକୁ ଆସି ପୁଅ ନିଖୋଜ: ବଢୁଛି ସନ୍ଦେହ…

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ଭେଣ୍ଡର ପାର୍ଟନର ସତ୍ୟମ୍‌ ଏଣ୍ଟରପ୍ରାଇଜେସ ଅଧୀନରେ ହେଲପର ଭାବେ କାର୍ଯ୍ୟ କରୁଥିବା ସିଲୁ ପ୍ରଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri