ଟିକ୍‌ଟକ୍‌ ମୋଷ୍ଟ ଭାଲ୍ୟୁଏବୁଲ ଷ୍ଟାର୍ଟଅପ୍‌

ନୂଆଦିଲ୍ଲୀ,୨୩।୫: ଟିକ୍‌ଟକ୍‌ ଆପ୍‌ର ମୂଳ କମ୍ପାନୀ ବାଇଟଡାନ୍ସ ଲିମିଟେଡ୍‌ ବିଶ୍ୱର ମୋଷ୍ଟ ଭାଲ୍ୟୁଏବୁଲ ବା ସବୁଠାରୁ ଅଧିକ ମୂଲ୍ୟ ବିଶିଷ୍ଟ ଷ୍ଟାର୍ଟଅପ୍‌ ବୋଲି ଜଣାପଡିଛି। ପ୍ରାଇଭେଟ ଶେୟାର ଟ୍ରାଞ୍ଜାକଶନ କ୍ଷେତ୍ରରେ କମ୍ପାନୀର ଭାଲ୍ୟୁଏଶନ ୧୦୦ ବିଲିୟନ ଡଲାର ଟପିଥିବା ଜଣାପଡିଛି। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଟିକ୍‌ଟକ୍‌ ଅଧିକ ବିଜ୍ଞାପନଦାତାଙ୍କୁ ଆକୃଷ୍ଟ କରିବା ନେଇ ଏବେ ସମ୍ଭାବନା ରହିଥିବାକୁ ବିଚାରକରି ଏହାର ଭାଲ୍ୟୁଏଶନ ବଢୁଥିବା ଜଣାପଡିଛି। ସେକେଣ୍ଡାରୀ ମାର୍କେଟରେ ଟିକ୍‌ଟକ୍‌ର ଭାଲ୍ୟୁ ପ୍ରାୟ ୧୦୫ରୁ ୧୧୦ ବିଲିୟନ ଡଲାର ମଧ୍ୟରେ ରହିବ ବୋଲି କେତେକ ଟ୍ରେଡ୍‌ର ମୂଲ୍ୟାଙ୍କନ କରିଛନ୍ତି। ବିଶ୍ୱର ପ୍ରମୁଖ କମ୍ପାନୀ ତଥା ଫଣ୍ଡିଂ ଏଜେନ୍ସିଠାରୁ ପୁଞ୍ଜି ଲାଭ କରିବାରେ ଚାଇନାର ଏହି ଷ୍ଟାର୍ଟଅପ୍‌ କମ୍ପାନୀ ବେଶ୍‌ ସକ୍ଷମ ହୋଇପାରିଛି। ଏକ ପ୍ରମୁଖ ସୋସିଆଲ ନେଟ୍‌ଓ୍ବର୍କ ସାଇଟ ଭାବେ ଏହା ଫେସ୍‌ବୁକ୍‌କୁ ପଛରେ ପକାଇପାରେ ବୋଲି ମନାଥନ ଭେଞ୍ଚର ପାର୍ଟନର୍ସ ନାମକ କମ୍ପାନୀର ପାର୍ଟନର ଆଣ୍ଡ୍ରିଆ ଓ୍ବାଲନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ...

କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି

ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri