ଅହମଦାବାଦ,୩୧।୫ :ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍ସ୍ଥିତ ଘରେ ବସି ଟିଭିରୁ ଶପଥ ଗ୍ରହଣ ଉତ୍ସବ ଦେଖିଥିଲେ। ଲୋକ ସଭା ନିର୍ବାଚନରେ ଭାଜପାର ବିଶାଳ ବିଜୟ ପରେ ମୋଦି ନିଜ ରାଜ୍ୟ ଗୁଜରାଟକୁ ଦୁଇ ଦିନିଆ ଗସ୍ତରେ ଯାଇଥିବାବେଳେ ମା’ଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ସାନ ଭାଇଙ୍କ ପାଖରେ ତାଙ୍କ ମା’ ରହୁଛନ୍ତି। ଜବାହରଲାଲ୍ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପରେ ମୋଦି ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ କ୍ରମାଗତ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଫେରିଛନ୍ତି।