ବଲିଉଡ୍ର ହଟ୍ ଅଭିନେତ୍ରୀ ଦିଶା ପଟାନୀ ଏବଂ ଆଦିତ୍ୟ ରୟ କପୁର ଖୁବ୍ଶୀଘ୍ର ମୋହିତ ସୂରୀଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ନଜରକୁ ଆସିବେ। ଫିଲ୍ମର ପ୍ରମୋଶନରେ ଉଭୟ ଏବେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ଦିଶାଙ୍କୁ ଭାରତୀୟ କ୍ରିକେଟର ପ୍ରକୃତ ମ୍ୟାଚ୍ ଓ୍ବିନର୍ ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ ଯଶ୍ପ୍ରୀତ୍ ବୁମରାଙ୍କ ନାଁ ନେଇଥିଲେ। ବୁମରାଙ୍କ ବୋଲିଂ ଦେଖିବାକୁ ଭଲ ଲାଗେ। ଠିକ୍ ସମୟରେ ଉଇକେଟ୍ ନେବାରେ ସେ ମାହିର୍ ବୋଲି ଦିଶା କହିଛନ୍ତି। ଫେବୃୟାରୀ ୭ରେ ରିଲିଜ୍ ହେବାକୁ ଥିବା ‘ମଲଙ୍ଗ’ରେ ଦିଶା, ଆଦିତ୍ୟଙ୍କ ବ୍ୟତୀତ ଅନିଲ କପୁର ନଜର ଆସିବେ।