Posted inଖେଳ

ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଇଣ୍ଡିଆ-ବି’ରେ ସୁଶ୍ରୀ, ସି’ରେ ମାଧୁରୀ

କଟକ ଅଫିସ,୨୪।୧୨- ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସୀୟ ମ୍ୟାଚ୍‌ ଆୟୋଜନ କରିବା ପରେ ପୁଣିଥରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଖେଳାଳିଙ୍କ ଆସର ଜମିବ। ଆସନ୍ତା ୪ରୁ ଏଠାରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ। ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅନେକ ନାମିଦାମୀ ଖେଳାଳି ଭାଗ ନେବେ। ହରମନପ୍ରୀତ କୌର, ତାନିୟା ଭାଟିଆ, ପ୍ରିୟା ପୁନିଆ, ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ବେଜ, ଶିଖା ପାଣ୍ଡେ, ଭେଦା କ୍ରୀଷ୍ଣାମୁର୍ତ୍ତିଙ୍କ ପରି ଖେଳାଳି ଏଠାରେ ମୁକାବିଲାକୁ ଓହ୍ଲାଇବେ।
ପ୍ରତିଯୋଗିତାରେ ଇଣ୍ଡିଆ-ଏ, ଇଣ୍ଡିଆ-ବି ଓ ଇଣ୍ଡିଆ-ସି ନାମରେ ୩ଟି ଦଳ ରହିଛି। ଅଲରାଉଣ୍ଡର ହରମନପ୍ରୀତ ଇଣ୍ଡିଆ-ଏ ଦଳର ଅଧିନାୟିକା ଥିବା ବେଳେ ସ୍ମୃତି ଇଣ୍ଡିଆ-ବି ଦଳର ଓ କ୍ରୀଷ୍ଣାମୃତ୍ତି ଇଣ୍ଡିଆ-ସି ଦଳର ନେତୃତ୍ୱ ନେବେ। ୪ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ୪ଟି ଲେଖାଏ ମ୍ୟାଚ୍‌ ଖେଳିବେ। ୧୧ରେ ଫାଇନାଲ ମୁକାବିଲା ହେବ। ୨ ତାରିଖରେ ସମସ୍ତ ଖେଳାଳି ବାରବାଟୀରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତା ନିମନ୍ତେ ବିସିସିଆଇ ଦ୍ୱାରା ଘୋଷିତ ଦଳରେ ଦୁଇ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଏମାନେ ହେଲେ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ମାଧୁରୀ ମେହେତା। ସୁଶ୍ରୀ ଇଣ୍ଡିଆ-ବି ପକ୍ଷରୁ ଓ ମାଧୁରୀ ଇଣ୍ଡିଆ-ସି ପକ୍ଷରୁ ପ୍ରତିନିଧିତ୍ୱ କରିବେ।
ଇଣ୍ଡିଆ-ଏ ଦଳ: ହରମନପ୍ରୀତ କୌର(ଅଧିନାୟିକା), ତାନିୟା ଭାଟିଆ(ଉଇକେଟ କିପର), ଜେସିଆ ଅଖତାର(ଉଇକେଟ କିପର), ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ସ୍ନେହ ରାଣା, ମାନସୀ ଯୋଶୀ, ମେଘନା ସିଂ, ଜେ କୋମଲ, ମିନୁ ମାନି, ରାଧା ଯାଦବ, ଭାରତ ଫୁଲମଲି।
ଇଣ୍ଡିଆ-ବି ଦଳ: ସ୍ମୃତି ମନ୍ଧନା(ଅଧିନାୟିକା), ସୁଷମା ବର୍ମା(ଉଇକେଟ କିପର), ଆର୍‌ କଳ୍ପନା(ଉଇକେଟ କିପର), ଭି.ଆର. ଭନିଥା, ଜେମିମା ରୋଡ୍ରିଗ୍ବେଜ, ଅନୁଜା ପାଟିଲ, ପୁନମ ଯାଦବ, ପୂଜା ଭସ୍ତ୍ରକାର, ଶିଖା ପାଣ୍ଡେ, ରେଣୁକା ସିଂ, ଅଞ୍ଜଳି ଶ୍ରାବଣୀ, ସୁଶ୍ରୀ ଦିବ୍ୟଦର୍ଶିନୀ, ଟି.ପି. କନୱାର, ରିଚା ଘୋଷ।
ଇଣ୍ଡିଆ-ସି ଦଳ: ଭେଦ କ୍ରୀଷ୍ଣାମୃତ୍ତି(ଅଧିନାୟିକା), ନୁଜହତ ପରୱିନ(ଉଇକେଟ କିପର), ଶେଫାଳି ବର୍ମା(ଉଇକେଟ କିପର), ୟସ୍ତିକା ଭାଟିଆ, ଡି. ହେମଲତା, ହରଲିନ ଦେଓଲ, ମନାଲୀ ଦକ୍ଷିଣୀ, ଜିନସି ଜର୍ଜ, ଅରୁନ୍ଧତୀ ରେଡ୍ଡୀ, ମୋନିକା ପଟେଲ, ଭୃଷାଳି ଭଗତ, ରାଜେଶ୍ୱରୀ ଗାଏକ୍ବାଡ଼, ତନୁଶ୍ରୀ ସରକାର, ମାଧୁରୀ ମେହେତା।

ଘରୋଇ ପରିବେଶରେ ଭଲ ଖେଳିବି- ସୁଶ୍ରୀ
ଡାହାଣହାତୀ ଅଫ୍‌ସ୍ପିନର ଓ ବ୍ୟାଟ୍ସଓମ୍ୟାନ ସୁଶ୍ରୀ ଇଣ୍ଡିଆ-ବି ଦଳରେ ସ୍ଥାନ ପାଇଛନ୍ତି। ଏହି ଦଳର ନେତୃତ୍ୱ ନେବେ ଭାରତୀୟ ଦଳର ଓପନର ସ୍ମୃତି ମନ୍ଧନା। ଘରୋଇ ପରିବେଶରେ ଭଲ ପ୍ରଦର୍ଶନ କରିବା ସହଜ ହେବ ବୋଲି ସୁଶ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହାଛଡ଼ା ସ୍ମୃତିଙ୍କ ସହ ପୂର୍ବରୁ କେମେଷ୍ଟ୍ରି ଭଲ ରହିଛି। ମୋ ବୟସ ବର୍ଗର ବିଭିନ୍ନ ମ୍ୟାଚ୍‌ ତାଙ୍କ ଖେଳିଛି। ଏଣୁ ଏହି ଦଳରେ ଏକ ପାରିବାରିକ ଅନୁଭୂତି ଭିତରେ ରହିବାର ସୁବିଧା ମିଳିବ ବୋଲି ସେ କହିଥିଲେ। ଭୁବେନଶ୍ୱରର ନୟାପଲ୍ଲୀରେ ଜନ୍ମିତ ସୁଶ୍ରୀ ରାଜ୍ୟ ଦଳର ଜଣେ ପ୍ରମୁଖ ଖେଳାଳି। ପୂର୍ବରୁ ମଧ୍ୟ ସେ ବିଭିନ୍ନ ବୟସବର୍ଗର ଟୁର୍ନାମେଣ୍ଟରେ ଭାରତୀୟ-ଏ ଦଳରୁ ପ୍ରତିନିଧିତ୍ୱ କରିଛନ୍ତି।
ଦଳଗତ ପ୍ରଦର୍ଶନ ଭଲ ରହିବ- ମାଧୁରୀ
ଅଭ୍ୟାସ ଜୋରଦାର ଚାଲିଛି। କିଛିଦିନ ହେବ ଫିଟନେସ୍‌ ଉପରେ ବିଶେଷ ଧ୍ୟାନ ଦେଉଛି ବୋଲି ଇଣ୍ଡିଆ-ସି ଦଳରେ ସ୍ଥାନ ପାଇଥିବା ରାଜ୍ୟର ପ୍ରତିଭାବାନ ମହିଳା କ୍ରିକେଟ୍‌ ଖେଳାଳି ମାଧୁରୀ ମେହେତା କହିଛନ୍ତି। ବଲାଙ୍ଗୀରରେ ଜନ୍ମିତ ଡାହାଣହାତୀ ବ୍ୟାଟ୍ସଓମ୍ୟାନ ମାଧୁରୀ ପୂର୍ବରୁ ଭାରତ ପକ୍ଷରୁ ୨ଟି ଲେଖାଏ ଟି୨୦ ଓ ଏକଦିବସୀୟ ମ୍ୟାଚ୍‌ ଖେଳି ସାରିଛନ୍ତି। ମାଧୁରୀ କହିଛନ୍ତି ଯେ, କ୍ରୀଷ୍ଣାମୃତ୍ତିଙ୍କ ନେତୃତ୍ୱରେ ଘୋଷିତ ହୋଇଥିବା ଦଳ ବହୁତ ଭଲ ଅଛି। ଦଳଗତ ପ୍ରଦର୍ଶନ ଆମର ଭଲ ରହିବ। ଆମେ ଜିତିବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri