Posted inଖେଳ

ଟି୨୦ ସିରିଜ ଜିତିଲା ଅଷ୍ଟ୍ରେଲିଆ: ପାକିସ୍ତାନ ୧୦ ଉଇକେଟରେ ପରାସ୍ତ

ପର୍ଥ,୯।୧୧(ଏଏଫ୍‌ପି)- ପ୍ରଥମେ ପେସର ଓ ପରେ ଓପନରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନକୁ ଅତି ସହଜରେ ହରାଇଛି। ୪୯ଟି ବଲ୍‌ ବାକି ରଖି ଅଷ୍ଟ୍ରେଲ ିଆ ୧୦ ଉଇକେଟରେ ବିଜୟ ହାସଲ କରିବା ସହ ଏହି ଟି୨୦ ସିରିଜରେ ୨-୦ରେ ବିଜୟୀ ହୋଇଛି। ଏହି ସିରିଜରେ ପାକିସ୍ତାନ ସବୁ ଦୃଷ୍ଟିକୋଣରୁ ବିଫଳ ହୋଇଥିଲା। ପ୍ରଥମ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା ଓ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା। ତେବେ ବାକି ଦୁଇଟି ମ୍ୟାଚ୍‌ରେ ଘରୋଇ ଦଳ ବାଜି ମାରି ସିରିଜ ହାତେଇ ନେଇଛି। ୧୪ ରନ୍‌ ଦେଇ କରି ୨ ଉଇକେଟ ଅକ୍ତିଆର କରିଥିବା ଅଷ୍ଟ୍ରେଲିଆ ଦ୍ରୁତ ବୋଲର ସିନ ଆବୋଟ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଓ ସାରା ସିରିଜରେ ସ୍ଥିର ପ୍ରଦର୍ଶନ କରିଥିବା ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ କ୍ରମାଗତ ଅଷ୍ଟମ ଟି୨୦ ମ୍ୟାଚ୍‌ ଜିତିଛି। ଅଷ୍ଟ୍ରେଲିଆ ଏଥିସହ ୨୦୧୯ରେ ଟି୨୦ ଫର୍ମାଟରେ ଅପରାଜେୟ ରହି ଏକ ବିରଳ ସଫଳତା ହାସଲ କରିଛି। ଏହି ବର୍ଷ ୮ଟି ଟି୨୦ ମ୍ୟାଚ୍‌ ଖେଳି ଅଷ୍ଟ୍ରେଲିଆ ୭ଟି ବିଜୟ ହାସଲ କରିଛି ଓ ଗୋଟିଏ ମ୍ୟାଚ୍‌ ବର୍ଷା କାରଣରୁ ବିନା ଫଳାଫଳରେ ଶେଷ ହୋଇଥିଲା।
ଟସ୍‌ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଘରୋଇ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ପାକିସ୍ତାନ ୨୦ ଓଭରରେ ୮ ଉଇକେଟ ହରାଇ ୧୦୬ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୧.୫ ଓଭରରେ କୌଣସି ଉଇକେଟ ନ ହରାଇ ୧୦୯ ରନ କରି ବିଜୟୀ ହୋଇଥିଲା। ଦୁଇ ଓପନର ଡେଭିଡ ଓ୍ବାର୍ନର ୪୮ (୩୫ ବଲ, ୪ ଚୌକା, ୨ ଛକା) ଓ ଅଧିନାୟକ ଆରୋନ ଫିଞ୍ଚ୍‌ ୫୨ (୩୬ ବଲ, ୪ ଚୌକା, ୩ ଛକା) ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ କେବଳ ଦୁଇଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। ଇଫ୍‌ତିକାର ଅହମ୍ମଦ ୩୭ ବଲରୁ ୬ ଚୌକା ସହ ୪୫ ଓ ଓପନର ଇମାମ-ଉଲ- ହକ ୧୪ ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବାବର ଆଜମ ୬, ହାରିସ ସୋହେଲ ୮, ଖୁସ୍‌ଦିଲ ଶାହା ୮, ଇମାଦ ଓ୍ବାସିମ ୬, ଶଦାବ ଖାଁ ୧ ରନ କରି ଆଉଟ ହୋଇଥିବା ବେଳେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଖାତା ଖୋଲିପାରି ନ ଥିଲେ। ମହମ୍ମଦ ଆମିର ୯ ଓ ମହମ୍ମଦ ହାସନୈନ ୪ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ କେନ୍‌ ରିଚାର୍ଡସନ ୩, ମିଚେଲ ଷ୍ଟାର୍କ ଓ ଆବୋଟ ୨ଟି ଲେଖାଏ, ଆଷ୍ଟନ ଅଗର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୨୦ ଓଭରରେ ୧୦୬/୮
(ଇଫତିକାର- ୪୫, ଇମାମ- ୧୪, ରିଚାର୍ଡସନ- ୩/୧୮, ଷ୍ଟାର୍କ- ୨/୨୯, ଆବୋଟ- ୨/୫୪)।
ଅଷ୍ଟ୍ରେଲିଆ ୧୧.୫ ଓଭରରେ ୧୦୯/୦
(ଓ୍ବାର୍ନର- ୪୮*, ଫିଞ୍ଚ୍‌- ୫୨*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri