ଟେଲିକମ୍‌ ନେଟଓ୍ବର୍କ ପୁନରୁଦ୍ଧାର ହେଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ) ବାତ୍ୟା ପରେ ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲାରେ ଟେଲିକମ୍‌ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ପୁରୀ,ଖୋର୍ଦ୍ଧା, କଟକ ଭଳି ଜିଲାଗୁଡିକରେ ଟେଲିକମ୍‌ ଭିତ୍ତିଭୂମି ବିଶେଷ ପ୍ରଭାବିତ ହୋଇଛି। ମାତ୍ର ବାତ୍ୟାର ଗୋଟିଏ ସପ୍ତାହ ପରେ  ପ୍ରମୁଖ କମ୍ପାନୀଗୁଡିକ ସେମାନଙ୍କ  ନେଟଓ୍ବର୍କ ସର୍ଭିସକୁ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଥିବା ଶିଳ୍ପ ସୂତ୍ରରୁ ସୂଚନା ରହିଛି। କମ୍ପାନୀଗୁଡିକ ଫନୀ ଯୋଗୁ ଓଡ଼ିଶାରେ ୭୦୦ କୋଟି ଟଙ୍କା କ୍ଷୟକ୍ଷତି ସହି ପାରନ୍ତି ବୋଲି ଆକଳନ କରାଯାଇଛି। ଟେଲିକମ୍‌ ଶିଳ୍ପର ସୂଚନା ମୁତାବକ ଭୋଡାଫୋନ ଆଇଡିଆ ଲିମିଟେଡ, ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ରାଷ୍ଟ୍ରାୟତ୍ତ ବିଏସ୍‌ଏନଏଲ୍‌ ସେମାନଙ୍କ ନେଟଓ୍ବର୍କକୁ ପୁନରୁଦ୍ଧାର କରିଛନ୍ତି।

ଟେଲିକମ୍‌ ବିଭାଗ ତଥ୍ୟ ମୁତାବକ ୬୦୦ ବେସ୍‌ ଟ୍ରାନ୍ସିଭର ସିଷ୍ଟମ(ବିଟିଏସ୍‌) ଫନି ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଭୁବନେଶ୍ୱରରେ ପ୍ରାୟ ୩୪% ଏବଂ କଟକରେ ୩୭% ବିଟିଏସ୍‌ ସାମିଲ ରହିଛି। ଭୁବନେଶ୍ୱରରେ ୧୮୦୦ ବିଟିଏସ୍‌ ଟାଓ୍ବାର ରହିଥିବା ବେଳେ କଟକରେ ଏହାର ସଂଖ୍ୟା ୧୩୦୦ ରହିଛି।

ରିଲାଏନ୍ସ ଜିଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାତ୍ୟା ପ୍ରଭାବିତ ଅଞ୍ଚଳରେ କମ୍ପାନୀ ଏହାର ୮୫% ନେଟଓ୍ବର୍କକୁ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଛି। ରିଲାଏନ୍ସ ଜିଓର ୮୫% ସାଇଟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିଛି। ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଥିବା ବେଳେ ଅସୁବିଧା ଥିବା ଅନ୍ୟ ଅଞ୍ଚଳଗୁଡିକୁ ମଧ୍ୟ ଶୀଘ୍ର ଠିକ୍‌ କରାଯିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୫୦୦ରୁ ଉର୍ଦ୍ଧ୍ୱ ଟେଲିକମ୍‌ ସାଇଟକୁ ପୁନରୁଦ୍ଧାର କରାଯାଇଥିବା ଭୋଡାଫୋନ ଆଇଡିଆ ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ କମ୍ପାନୀର ଆଇସିଆର ଏବଂ ଭିଆଇଏଲ୍‌ ନେଟ୍‌ଓ୍ବର୍କ ଦ୍ୱାରା ଅନ୍ୟ ସେବା ଯୋଗାଣକାରୀଙ୍କ ୪.୫ ଲକ୍ଷ ଗ୍ରାହକ ଲାଭବାନ ହୋଇଥିବା ବେଳେ ବାତ୍ୟା ପରେ ପରେ ତ୍ୱରିତ ଭିତ୍ତିରେ ନେଟଓ୍ବର୍କକୁ ସଜାଡିବାକୁ ସକ୍ଷମ ହୋଇଥିବା ଏହା ପ୍ରକାଶ କରିଛି।

ଅଧିକାଂଶ ସ୍ଥାନରେ କ୍ଷତିଗ୍ରସ୍ତ ନେଟଓ୍ବର୍କକୁ ସୁଧାରିଥିବା ରାଷ୍ଟ୍ରାୟତ୍ତ ବିଏସ୍‌ଏନ୍‌ଏଲ୍‌ କହିଛି। ଏହା ମଧ୍ୟରେ ପୁରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏଠାରେ କମ୍ପାନୀ ନେଟଓ୍ବର୍କ ଉନ୍ନତୀକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କହିଛି।

ସେହିଭଳି ଅନ୍ୟତମ ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲ ନେଟଓ୍ବର୍କ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିବା କହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ରାଜ୍ୟର ପୁରୀ-ଭୁବନେଶ୍ୱର ବେଲ୍‌ଟରେ ମୋବାଇଲ ନେଟଓ୍ବର୍କର ତ୍ୱରିତ ପୁନରୁଦ୍ଧାର ଲାଗି ସେଲ୍‌ ଅନ୍‌ ହ୍ବିଲ ପଦକ୍ଷେପ ଗ୍ରହଣ କରିଛି। ସଂଯୋଗ ସୁବିଧା ଉନ୍ନତିକରଣରେ ଏହା ୧୩ ସେଲ୍‌ ଅନ୍‌ ହ୍ବିଲ ନିୟୋଜିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri