Posted inଖେଳ

ଟେଷ୍ଟରେ ହ୍ୟାଟ୍ରିକ୍‌: ବୁମ୍‌ରା ତୃତୀୟ ଭାରତୀୟ

କିଙ୍ଗଷ୍ଟନ,୨।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୁମ୍‌ରା ଏଥି ସହିତ ଟେଷ୍ଟରେ ତୃତୀୟ ଭାରତୀୟ ଭାବେ ସେ ଏହି ସଫଳତା ପାଇଛନ୍ତି। ପୂର୍ବରୁ ସ୍ପିନର ହରଭଜନ ସିଂ ଓ ଇର୍ଫାନ୍‌ ପଠାନ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଟେଷ୍ଟରେ ଇଂଲଣ୍ଡର ମୋଇନ ଅଲି ୨୦୧୭ରେ ଶେଷଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଦି ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଡିନ୍‌ ଏଲଗାର, କାଗିସୋ ରାବାଡ଼ା ଓ ମର୍ନି ମୋର୍କେଲଙ୍କୁ କ୍ରମାଗତ ୩ଟି ବଲ୍‌ରେ ଆଉଟ କରିଥିଲେ।
ଇନିଂସର ନବମ ଓ ବ୍ୟକ୍ତିଗତ ଚତୁର୍ଥ ଓଭରରେ ବୁମ୍‌ରା ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ଯଥାକ୍ରମେ ଡାରେନ ବ୍ରାଭୋ, ଶମରା ବ୍ରୁକ୍ସ ଓ ରୋଷ୍ଟନ ଚେଜ୍‌ଙ୍କୁ ଆଉଟ କରିଥିଲେ। ତେବେ ଚେଜ୍‌ଙ୍କୁ ଆଉଟ କରିବା ପାଇଁ ବୁମ୍‌ରା ଅପିଲ କରି ନ ଥିଲେ। ବଲ୍‌ ଚେଜ୍‌ଙ୍କ ପ୍ୟାଡ୍‌ରେ ବାଜିଥିଲା। ଉଇକେଟକିପର ରିଷଭ ପନ୍ତ ଓ ସ୍ଲିପ୍‌ ଫିଲ୍ଡରମାନେ ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ ମଧ୍ୟ ଅମ୍ପାୟର ପଲ ରିଫେଲ ଏହାକୁ ଅସ୍ବୀକାର କରିଥିଲେ। ତେବେ ଦ୍ୱିତୀୟ ସ୍ଲିପ୍‌ରେ ଠିଆ ହୋଇଥିବା ଅଧିନାୟକ ବିରାଟ କୋହଲି ମଝିକୁ ଆସି ବୁମ୍‌ରାଙ୍କ ସହ ଆଲୋଚନା କରିଥିଲେ ଓ ଡିଆରଏସ୍‌ ନେଇଥିଲେ। ଏହାପରେ ଅବଶ୍ୟ ଅମ୍ପାୟର ଚେଜ୍‌ଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ଫଳରେ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଥିଲେ। ପ୍ରଥମ ଭାରତୀୟ ହରଭଜନ
୧୯ ବର୍ଷ ତଳେ ୨୦୦୧ରେ ହରଭଜନ ଇଡେନଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ସିରିଜ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ହ୍ୟାଟ୍ରିକ ନେବା ସହ ୧୨୩ ରନ ବ୍ୟୟ କରି ମୋଟି ୭ ଉଇକେଟ ହାସଲ କରିଥିଲେ। ସେ ୭୨ତମ ଓଭରରେ ରକି ପଣ୍ଟିଂ, ଆଡମ ଗିଲଖ୍ରୀଷ୍ଟ ଓ ଶେନ ଓ୍ବର୍ନଙ୍କୁ ଆଉଟ କରିଥିଲେ। ପଣ୍ଟିଂ ଓ ଗିଲଖ୍ରୀଷ୍ଟଙ୍କୁ ସେ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ତେବେ ଓ୍ବାର୍ନଙ୍କୁ ସେ ସଦାଗୋପନ ରମେଶଙ୍କ ଦ୍ୱାରା କ୍ୟାଚ୍‌ ଆଉଟ କରାଇଥିଲେ।
ପ୍ରଥମ ଓଭରରେ ଇର୍ଫାନଙ୍କୁ ହ୍ୟାଟ୍ରିକ
୨୦୦୬ରେ ପାକିସ୍ତାନ ବିପକ୍ଷ କରାଚୀ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ଇର୍ଫାନ ପଠାନ ପ୍ରଥମ ଓଭରର ଅନ୍ତିମ ୩ଟି ବଲ୍‌ରେ ସଲମନ ବଟ୍ଟ, ୟୁନିସ୍‌ ଖାଁ ଓ ମହମ୍ମଦ ୟୁସୁଫ୍‌ଙ୍କୁ ଆଉଟ କରିଥିଲେ। ପ୍ରଥମ ଓଭରରେ ବିନାସ୍କୋରରେ ପାକିସ୍ତାନ ୩ଟି ଉଇକେଟ ହରାଇଥିଲା। ପ୍ରଥମ ଓଭରରେ ଇର୍ଫାନ ହ୍ୟାଟ୍ରିକ୍‌ ନେବାରେ ପ୍ରଥମ ଭାରତୀୟ ବୋଲର ସାବ୍ୟସ୍ତ ହୋଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri