ଟୋକନ୍‌ ସମସ୍ୟା, ଚାଷୀ ହନ୍ତସନ୍ତ

ସୋନପୁର,୧୨।୨(ନି.ପ୍ର.) – ଅନଲାଇନ ଟୋକନ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲାରେ ଧାନ ସଂଗ୍ରହ କ୍ଷେତ୍ରରେ ଚରମ ବିଶୃଙ୍ଖଳା ସୃଷ୍ଟି ହୋଇଛି। ନଭେମ୍ବର ୧୫ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି। ପଞ୍ଜିକୃତ ଚାଷୀଙ୍କ ମୋବାଇଲକୁ କେତେ ବେଳେ ଧାନ ବିକ୍ରି ପାଇଁ ମେସେଜ୍‌(ଟୋକନ୍‌) ଆସୁଛି ଓ ପୁଣି ତାହା ଲାପ୍ସ ହେଉଛି ଚାଷୀ, ଜିଲା ଯୋଗାଣ ବିଭାଗ ଜାଣିପାରୁନି। ଏଭଳି ସ୍ଥିତିରେ ଜିଲାର ବୀରମହାରାଜପୁର, ଉଲୁଣ୍ଡା, ସୋନପୁର ଓ ତରଭା ବ୍ଲକର ପ୍ରାୟ ୨୦୨୨ ଜଣ ଚାଷୀ ନିଜ ଧାନ ବିକ୍ରି କରି ପାରୁ ନାହାନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ଅଧିକାରୀମାନେ ନିକଟରେ ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ରିପୋର୍ଟ ଆଧାରରେ ଜିଲା ଯୋଗାଣ ବିଭାଗ ଧାନକ୍ରୟ ପାଇଁ ଚାଷୀଙ୍କୁ ଟୋକନ୍‌ ଇସ୍ୟୁ କରିବା ସକାଶେ ରାଜ୍ୟ ଯୋଗାଣ ନିଗମକୁ ଗତ ୬ ତାରିଖରେ ଚିଠି ଲେଖିଛି। ହେଲେଚାଷୀଙ୍କୁ ଟୋକନ୍‌ ମିଳିବାର ନାଁ ନାହିଁ।
ଜିଲାର ୪୨ଟି ମଣ୍ଡିରେ ଚାଷୀଙ୍କ ୨ ଲକ୍ଷ ୫୫ ହଜାର ୪୫୬ ବସ୍ତା ଧାନ ପଡି ରହିଛି। ସରକାରଙ୍କ ଧାନକ୍ରୟ ଟାର୍ଗେଟ୍‌ ଥିଲେ ମଧ୍ୟ ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଉ ନାହାନ୍ତି। କଟ୍‌ନି ଛଟ୍‌ନି ନ ହେଲେ ମଣ୍ଡିରୁ ଧାନ ଉଠୁନି। ଚାଷୀ ମଣ୍ଡିରେ ଧାନ ରଖି ଶୀତ କାକରରେ ଜଗି ରହିଛନ୍ତି। ଏଭଳି ସ୍ଥିତିରେ ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପାଗ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ମଣ୍ଡିରେ ଥିବା ଧାନ ବସ୍ତା ଉପରେ ପଲିଥିନ ଢଙ୍କା ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବର୍ଷା ପାଣି ପ୍ରବେଶ କରି ଧାନ ବସ୍ତା ଭିଜି ଯାଇଛି। ମଣ୍ଡିରେ ଧାନ ଗଜା ହେଲାଣି। ଖରିଫ ଧାନ ବିକ୍ରି ପାଇଁ ୪୭ ହଜାର ୯୯୦ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ସରକାର ଏହି ଜିଲାରୁ ୩୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ୍‌ ଦେଇଛନ୍ତି। ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲାର ୪୩ ହଜାର ୬୬୪ ଜଣ ଚାଷୀଙ୍କଠାରୁ ୩୨ଲକ୍ଷ ୧୨ହଜାର ୩୫୪ କୁଇଣ୍ଟାଲ ଧାନ କିଣାଯାଇଛି। ସୁବର୍ଣ୍ଣପୁର ଜିଲାର ୪୧ ମିଲର୍ସ, ବରଗଡ ଓ ସମ୍ବଲପୁର ଜିଲାର ୧୩ଟି ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ଜିଲାର ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନକ୍ରୟ ହେଉଛି । ତେବେ ଧାନ ବର୍ଷାରେ ଭିଜିଥିବାରୁ ଏଫଏକ୍ୟୁ ଆଳ ଦେଖାଇ ମିଲର୍ସମାନେ କୁଇଣ୍ଟାଲ ପ୍ରତି ୫ରୁ ୭ କେଜି ଧାନ କାଟି ନେଉଛନ୍ତି। ବୀରମହାରାଜପୁର ଉପଖଣ୍ଡର କଳାପଥର, କୋଟସମଲାଇ, ମହଦା, ରକ୍ସା, ସିଣ୍ଢୋଲ, ପଞ୍ଚମହଲା, ଉଫୁଲା, ହିଲୁଙ୍ଗ, କେଞ୍ଜିରିଆପାଲି, ଜଟେସିଂଘା, ବହଳପଦର, ତରଭା ବ୍ଲକର ଦେଉଳପଦର, ମରାଡୁଗୋଛା, ମେଣ୍ଡା, ଶିବତୁଲା, ପୁଆ, ଦୁବୁଲା, ବଡଭଇଁରୋ, ସିଂଘାରୀ, ବଘିଆ ଓ ସୋନପୁର ବ୍ଲକର ଲଛିପୁର, ଖାରୀ, ବୈଦ୍ୟନାଥ ମଣ୍ଡିରେ ଧାନ ପଡିରହିଛି । ୧୧୨୦ ଚାଷୀ ଟୋକନ୍‌ ଥାଇ ୧ ଲକ୍ଷ ୩୫ ହଜାର ୬୪୩ ବସ୍ତା ଧାନ ବିକ୍ରି କରି ପାରୁନି। ସେହିପରି ୯୦୨ ଚାଷୀଙ୍କୁ ଟୋକନ୍‌ ମିଳି ନଥିବାରୁ ସେମାନଙ୍କ ୧ଲକ୍ଷ ୧୯ହଜାର ୮୧୩ ବସ୍ତା ଧାନ ବିକ୍ରି ହୋଇପାରୁନି। ପ୍ରତ୍ୟହ ଶତାଧିକ ଚାଷୀ ଧାନ ବିକିବା ପାଇଁ ଜିଲା ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କ ନିକଟକୁ ଆସି ନେହୁରା ହେଉଛନ୍ତି। ଉଲୁଣ୍ଡା ବ୍ଲକ କଳାପଥର ପ୍ୟାକ୍ସରେ ସର୍ବାଧିକ ୧୩ ହଜାର ବସ୍ତା ଧାନ ପଡି ରହିଛି। ଏଠାରେ ଗୋଦାମ ଘର ବ୍ୟବହାର ହେଉ ନଥିବା ବେଳେ ଚାଷୀ ପଲିଥିନ ଢାଙ୍କି ଧାନ ବସ୍ତା ରଖିଛନ୍ତି । ସ୍ଥାନୀୟ ଚାଷୀ ଭୁବନେଶ୍ୱର ରଣା କୁହନ୍ତି ଧାନ ମିଲର୍ସଙ୍କୁ ଦେଇଛନ୍ତି। କାଗଜପତ୍ର କଲାବେଳକୁ ତାଙ୍କ ଟୋକନ ଲାପ୍ସ ହୋଇଯାଇଛି। ଗ୍ରାମର ଦୁଳେଶ୍ୱର ପଧାନଙ୍କର ମଧ୍ୟ ସମାନ ଅବସ୍ଥା। ଚାଷୀ ସୁବର୍ଣ୍ଣ ପ୍ରଧାନ କହିଥିଲେ ଯେ, ତାଙ୍କ ଧାନ ମଣ୍ଡିରେ ପଡିଛି। ଧାନ ବସ୍ତା ବର୍ଷାରେ ଭିଜିଯାଇଛି। ଟୋକନ ମିଳିନି। ୨୨ ତାରିଖରେ ପୁଅ ବାହାଘର ଅଛି ଧାନ କିଭଳି ବିକିବେ ଚିନ୍ତାରେ ଅଛନ୍ତି। ସୋନପୁର ବ୍ଲକ ଲଛିପୁର ମଣ୍ଡିରେ ୬ହଜାର ବସ୍ତା ଧାନ ପଡିଛି। ଏଠାରେ ଗୋଦାମ ଘର ନାହିଁ। ଧାନ ବାହାରେ ପଡିଛି । ସ୍ଥାନୀୟ ଲୁପୁରସିଂହା ଗ୍ରାମର ସନ୍ତୋଷ ଡାଙ୍ଗ ଧାନ ବିକ୍ରି ପାଇଁ ଚିନ୍ତାରେ ଅଛନ୍ତି । ୧୮୦ ବସ୍ତା ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ। ମିଲର୍ସ ମଣ୍ଡିକୁ ଆସିଲେନି। ସୋମବାର ତାଙ୍କର ଟୋକନ ଲାପ୍ସ କରିଯାଇଛି। ୧୬ ତାରିଖରେ ତାଙ୍କ ଝିଅ ବାହାଘର ଅଛି। ଟଙ୍କା କେଉଁଠୁ ଆଣିବେ, ଝିଅ ବାହାଘର କରିବେ ସେ ସେଇ ଚିନ୍ତାରେ ଅଛନ୍ତି। ସରକାର ଏଭଳି ହଇରାଣ କରି ଚାଷୀଙ୍କୁ କମ୍‌ ଦରରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା କୁହନ୍ତି, ବର୍ଷା ପାଇଁ ଚାଷୀଙ୍କ ଧାନ ଉଠି ପାରିନି। କେତେକ ଚାଷୀଙ୍କର ଟୋକନ୍‌ କ୍ୟାନସେଲ ହୋଇଯାଇଛି। ସେଗୁଡିକୁ ଆକ୍ଟିଭେଟ୍‌ କରିବା ପାଇଁ ଆମେ ଜଣାଇଛୁ । ଆମ ନିକଟରେ ଟୋକନ ଇସ୍ୟୁ କ୍ଷମତା ନାହିଁ । ଧାନ କ୍ରୟ ଟାର୍ଗେଟ୍‌ ଅଛି । ଟୋକନ ଥିଲେ ହିଁ ଚାଷୀ ଧାନ ବିକ୍ରି କରି ପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri