ଟ୍ରକ ଡ୍ରାଇଭରଙ୍କୁ ଲହୁଲୁହାଣ କରି ପୋଲିସ କର୍ମଚାରୀ ନିଲମ୍ବିତ

ରାଜନଗର,୩ା୫(ଡି.ଏନ୍‌.ଏ.) : ଭଦ୍ରକର ଏକ ରାଇସ୍‌ମିଲକୁ ଧାନ ବୋଝେଇ କରି ଯାଉଥିବା ଟ୍ରକ ଡ୍ରାଇଭର ସାଣ୍ଟୁ ଜେନାଙ୍କୁ ପୋଲିସ ଅମାନୁଷିକ ଭାବରେ ମାଡ଼ ମାରି ଲହୁଲୁହାଣ କରି ଶେଷରେ ଚାକିରିରୁ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରକ୍‌ ଡ୍ରାଇଭର ସାଣ୍ଟୁ ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରୁ ଧାନ ସଂଗ୍ରହ କରି ଭଦ୍ରକ ଅଭିମୁଖେ ଯିବା ସମୟରେ ତାଳଚୁଆ ସାମୁଦ୍ରିକ ଥାନା କନଷ୍ଟେବଳ ଅରୁଣ ସାହୁ ତାଙ୍କୁ ରାଜନଗର-ତାଳଚୁଆ ରାସ୍ତାର ଖୋଳା ସେତୁ ନିକଟରେ ଅଟକାଇ ଏହି ଧାନ କେଉଁଠିକୁ ନେଉଛ ବୋଲି କହିବା ସହିତ ମାଡ଼ ମାରିଥିଲେ। ଏଥିରେ ସାଣ୍ଟୁ ଗୁରୁତର ହୋଇ ଏବେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପୋଲିସର ଅନ୍ୟାୟ ମାଡ଼ ପ୍ରତିବାଦରେ ତାଳଚୁଆ ଜୟଦୁର୍ଗା ଟ୍ରକ ସଂଘ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲା। ଘଟଣାର ତଦନ୍ତ କରି ଏସ୍‌ପି ନିତିଶେଖର କନଷ୍ଟେବଳ ଅରୁଣ ସାହୁଙ୍କୁ ନିଲମ୍ବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି: ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୨୮ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏଭଳିସ୍ଥିତିରେ ଅସମ୍ଭାଳ ତାତିରେ ସିିଝୁଛି ପଶ୍ଚିମ ଓଡ଼ିଶା।...

ସଇଁତଳା ଓକିଲ ସଂଘ ନିର୍ବାଚନ: ସୁବୋଧ ସଭାପତି, ଫିରୋଜ ସମ୍ପାଦକ ନିର୍ବାଚିତ

ସଇଁତଳା,୨୯।୩ (ରାଖାଲ ପ୍ରସାଦ ଶତପଥୀ): ଓଡ଼ିଶା ଓକିଲ ସଂଘର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଇଁତଳା...

ବାଲିଗୁଡ଼ା ବସଷ୍ଟାଣ୍ଡରେ ଦୋକାନ କରି ବିକୁଥିଲେ ବିଦେଶୀ ମଦ ସହ ଗଞ୍ଜେଇ, ବେପାରୀ ଗିରଫ

ବାଲିଗୁଡା,୨୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବସଷ୍ଟାଣ୍ଡରେ ଦୋକାନ କରିଥିବା ବରଡ଼ ଭେରାଇଟ ଷ୍ଟୋରରେ ଚକଲେଟ, ବିସ୍କୁଟ, ମିକ୍ଚର ବିକ୍ରି ନାମରେ ଦୀର୍ଘଦିନ...

ଅତାବିରା ଓକିଲ ସଂଘ ନିର୍ବାଚନ : ନିରୋଦ ସଭାପତି, ହିତେନ୍ଦ୍ରୀୟ ସମ୍ପାଦକ

ସରଣ୍ଡା, ୨୯।୩(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରା ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ନିରୋଦ ଚନ୍ଦ୍ର ମହାକୁଡ ସଭାପତି ନିର୍ବାଚିତ...

ମୃତ୍ୟୁରେ ସର୍ବାଙ୍ଗ ଶରୀର ଦାନ କରିବେ ମହିଳା ଚାଷୀ ରାମବାଇ , ଚୁକ୍ତିପତ୍ରରେ କଲେ ସ୍ବାକ୍ଷର

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚାରେ । ମୃତ୍ୟୁ ପରେ...

ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସାବେଳେ ଅବହେଳା ଅଭିଯୋଗ: ରକ୍ତ ନେବାବେଳେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଶନିବାର ସକାଳୁ ସକାଳୁ ଜଣେ ଗର୍ଭବତୀ ମହିଳା ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।...

ବରପାଲି ଓକିଲ ସଂଘ ନିର୍ବାଚନ : ମନୋଜ ସଭାପତି, ଈଶ୍ବର ସମ୍ପାଦକ ନିର୍ବାଚିତ

ବରପାଲି, ୨୯।୩(ଚିତ୍ତରଞ୍ଜନ ସାହୁ): ବରଗଡ ଜିଲା ବରପାଲି ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ମନୋଜ କୁମାର ପଟ୍ଟନାୟକ ସଭାପତି ନିର୍ବାଚିତ...

ସମ୍ବଲପୁରରେ ମଧ୍ୟାହ୍ନ ସୁଦ୍ଧା ୪୩ ପ୍ରତିଶତ ମତଦାନ

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଛି ମତଦାନ। ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ସକାଳ ସାଢ଼େ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image