Posted inଜାତୀୟ

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦ ପହଞ୍ଚିଲେ ୨୦୦ ଆମେରିକା ସୁରକ୍ଷାକର୍ମୀ: ସ୍ବତନ୍ତ୍ର ଗାଡିରେ କରିବେ ରୋଡ ଶୋ’

ଅହମଦାବାଦ,୧୮।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତ ୨୪-୨୫ରେ ସେମାନେ ଭାରତ ଆସୁଥିବା ବେଳେ ଏହା ପୂର୍ବରୁ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଖାପାଖି ଏକ ସପ୍ତାହ ପୂର୍ବରୁ ଆମେରିକାର ୨ଶହ ସୁରକ୍ଷାକର୍ମୀ ଅହମଦାବାଦ ପହଞ୍ଚି ସାରିଥିବା ଜଣାପଡିଛି। ଏମାନେ ସ୍ବତନ୍ତ୍ର ବିମାନରେ ଆସି ଭାରତରେ ପହଞ୍ଚିଛନ୍ତି। ହରକ୍ୟୁଲେସ ବିମାନରେ ଆସିଥିବା ଏହି ସୁରକ୍ଷାକର୍ମୀ ଓ ସ୍ନାଇପରଙ୍କ ସହ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ଉପକରଣ ମଧ୍ୟ ଆସିଯାଇଛି। ଟ୍ରମ୍ପଙ୍କ ରୋଡ ଶୋ’ରେ ସାମିଲ ହେବାକୁ ଥିବା ଗାଡ଼ି, ଫାୟାର ସେପ୍ଟି ସିଷ୍ଟମ ଓ ସ୍ନାଇପ କ୍ୟାମେରା ଭଳି ଅନେକ ଜିନିଷ ଆସିଛି। ଏହା ପୂର୍ବରୁ ଟ୍ରମ୍ପ ଗସ୍ତ କରିବାକୁ ଥିବା ଷ୍ଟାଡିୟରେ ଆମେରିକା ସୁରକ୍ଷାକର୍ମୀ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲି ସାରିଛନ୍ତି। ଏହାସହ ଭାରତର ସୁରକ୍ଷା ଏଜେନ୍ସି ଓ ଗୁଜରାଟ ପୋଲିସ ଦ୍ୱାରା ଅଲଗା କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ତେବେ ଟ୍ରମ୍ପଙ୍କ ଗସ୍ତ ସମୟରେ ଅହମଦାବାଦ ଆକାଶରେ କୌଣସି ବିମାନ ଉଡିପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଟ୍ରମ୍ପ ଯେଉଁ ଗାଡିରେ ରୋଡ ଶୋ’ କରିବେ ଏହା କୌଣସି ଯୁଦ୍ଧ ଟ୍ୟାଙ୍କଠାରୁ କମ୍‌ ନୁହେଁ ବୋଲି ଜଣାପଡିଛି। ଏଥିରେ ସୁରକ୍ଷା ବ୍ୟବସ୍ଥା ଏପରି କରାଯାଇଛି ଯେ ବାହାରର କୌଣସି ଶକ୍ତି ଏହାକୁ ଭେଦ କରିପାରିବ ନାହିଁ। ଏହି ବୁଲେଟ୍‌ ଫ୍ରୁଫ୍‌ ଗାଡିରେ ଡ୍ରାଇଭରଙ୍କ ପାଇଁ ଅଲଗା ଚାମ୍ବର ଥିବା ବେଳେ ସେ ରାଷ୍ଟ୍ରପତିଙ୍କ କୌଣସି କଥାବାର୍ତ୍ତ ବା ଆଲୋଚନାକୁ ଶୁଣି ପାରିବେ ନାହିଁ। ଆର୍ମଡ ଲିମୋଜିନ ନାମକ ଏହି ଗାଡି ୨୦୧୮ରେ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ସାମିଲ କରାଯାଇଥିଲା। ଏହାକୁ ଦି ବିଷ୍ଟ ମଧ୍ୟ କୁହାଯାଇଥାଏ। ଏଥିରେ ଜିପିଏସ୍‌ ଟ୍ରାକିଙ୍ଗ ସିଷ୍ଟମ ଲାଗିଛି, ଯାହା ପ୍ରତି ସେକେଣ୍ଡରେ ଗତିବିଧି ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି: କୃଷକଙ୍କୁ ଉପହାର ଦେଲେ କେନ୍ଦ୍ର ସରକାର, ଏଣିକି…

ନୂଆଦିଲ୍ଲୀ,୨୫।୧୧: ସୋମବାର କେନ୍ଦ୍ର କ୍ୟାବିନେଟ କୃଷି, ଶିକ୍ଷା, ଶକ୍ତି ଏବଂ ଭିତ୍ତିଭୂମି ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି। ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ...

ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଭାଜପା ଖେଳିଲା ବଡ଼ ଚାଲ୍‌, ରାଗିଗଲେ ଶିନ୍ଦେ! ଜାଣନ୍ତୁ କାହିଁକି…

ମୁମ୍ବାଇ,୨୫।୧୧: ମହାୟୁତିରେ ସିଏମ ପଦବୀକୁ ନେଇ ସବୁକିଛି ଠିକ୍‌ ଚାଲିନାହିଁ। ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ଅସନ୍ତୋଷ ଥିବା ଏକ ସୂତ୍ରରୁ ପ୍ରକାଶ ପାଇଛି। ସିଏମ ପଦ...

ନୀତୀଶଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ମିଳିଲା ବଡ଼ ସଙ୍କେତ, ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତ କରିଦେଲେ ବଡ଼ ଖୁଲାସା

ପାଟନା,୨୫।୧୧: ବିହାର ବିଧାନସଭାର ଚାରିଟି ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳକୁ ନେଇ ଭାଜପା ଓ ଜେଡିୟୁ ବହୁତ ଉତ୍ସାହିତ ଅଛନ୍ତି। ତରାରି, ରାମଗଡ, ଇମାମଗଞ୍ଜ ଏବଂ...

ହଟିଲା ସସ୍‌ପେନ୍ସ, ଏହି ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ! ମଙ୍ଗଳବାର ଶିନ୍ଦେ ଦେବେ ଇସ୍ତଫା

ମୁମ୍ବାଇ,୨୫।୧୧: ମଙ୍ଗଳବାର ଏକନାଥ ଶିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ଇସ୍ତଫା ପରେ ହିଁ ଏକ ନୂତନ ସରକାର ଗଠନ ପାଇଁ ଉଦ୍ୟମ...

ସରକାରଙ୍କ ବଡ଼ ଘୋଷଣା: ଏଣିକି ବୃଦ୍ଧାବୃଦ୍ଧଙ୍କୁ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ,୨୫।୧୧: ନିର୍ବାଚନ ପୂର୍ବରୁ ହଜାର ହଜାର ବୃଦ୍ଧବୃଦ୍ଧାଙ୍କୁ ଦିଲ୍ଲୀ ସରକାର ଏକ ବଡ ଉପହାର ଦେଇଛନ୍ତି। ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ...

ଖୁସିରେ ଗଦ୍‌ଗଦ୍‌ ଅଜିତ ପାଓ୍ବାର: ଭଣଜାଙ୍କୁ କହିଦେଲେ ଏମିତି କଥା

ପୁଣେ,୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜୟ ପରେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଆତ୍ମବିଶ୍ୱାସ ଚରମ ସୀମାରେ ରହିଛି। ସେ ଭଣଜା ରୋହିତ ପାୱାରଙ୍କ ବିଜୟକୁ...

ପାର୍ଲାମେଣ୍ଟକୁ ସାଇକେଲରେ ଆସିଲେ ଟିଡିପି ଏମ୍‌ପି

ନୂଆଦିଲ୍ଲୀ,୨୫।୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ଅଧିବେଶନରେ ଯୋଗଦେବାକୁ ଟିଡିପି ଏମ୍‌ପି ଆପାଲା ନାଇଡୁ ସାଇକେଲରେ ଆସି ପାର୍ଲାମେଣ୍ଟରେ ପହଞ୍ଚିଥିଲେ। ଏହି ଅବସରରେ...

୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି…

ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri