ଓ୍ବାଶିଂଟନ, ୭ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିଥିବାବେଳେ ଏନେଇ ଚିଠା ପ୍ରସ୍ତୁତ କରିବା ଲାଗି ତାଙ୍କ ଡେମୋକ୍ରାଟିକ ପାର୍ଟିର ବରିଷ୍ଠ ନେତାମାନଙ୍କୁ ହାଉସ୍ ଅଫ୍ କମନ୍ସର ବାଚସ୍ପତି ନାନ୍ସି ପେଲୋସି ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଓ ବଡ଼ ଅପରାଧ କରିବା ଭଳି ଅଭିଯୋଗ ଥିବାରୁ ତାଙ୍କୁ ଗାଦିଚ୍ୟୁତ କରିବାକୁ ଜୋର୍ଦାର ପ୍ରୟାସ ଆରମ୍ଭ ହୋଇଛି। ବ୍ୟକ୍ତିଗତ ସ୍ବାର୍ଥ ସାଧନ ଲାଗି ରାଷ୍ଟ୍ରପତି ନିଜ କ୍ଷମତାର ଅପବ୍ୟବହାର କରିବା ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି ପେଲୋସି ପ୍ରକାଶ କରିଛନ୍ତି। ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍ ଓ ତାଙ୍କ ପୁଅ ହଣ୍ଟର ବିଡେନ୍ଙ୍କ ବିରୋଧରେ ତଦନ୍ତ କରିବା ଲାଗି ଟ୍ରମ୍ପ ଚାପ ପ୍ରୟୋଗ କରିବା ଭଳି ଅପରାଧ ନେଇ ଅଭିଯୋଗ ହୋଇଛି। ଏନେଇ ଚିଠା ପ୍ରସ୍ତୁତ କରାଯିବା ସହ ଖ୍ରୀଷ୍ଟମାସ ପୂର୍ବରୁ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ମହାଭିଯୋଗ ନେଇ ଭୋଟଗ୍ରହଣ କରାଯିବାକୁ ଯୋଜନା ରହିଥିବା ପେଲୋସି କହିଛନ୍ତି।