ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପୁଟୁଳିଆ ଶିବକୃପା ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧୁଥିବା ସମୟରେ କରେଣ୍ଟଲାଗି ଗୁରୁତର ହୋଇଛନ୍ତି। ସେ ହେଲେ ବଡ଼ଜାମୁପଶି ଗ୍ରାମର ଭୀମ ମହାନ୍ତଙ୍କ ପୁଅ ଘନେଶ୍ୱର (୫୫)। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଘନେଶ୍ୱର ବିଦ୍ୟୁତ ବିଭାଗର କର୍ମଚାରୀ ନ ଥିବା ବେଳେ ସ୍ଥାନୀୟ ଲୋକଙ୍କ ଡାକରାରେ ସେ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି କରନ୍ତି। ତେବେ ସେ ସୋମବାର ଶିବକୃପା ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବାକୁ ଯିବା ସମୟରେ ଏବି ସୁଇଚ ଅଫ୍ କରି ନ ଥିଲେ। ଏଥିରେ ତାଙ୍କର ପେଟ ଓ ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

୧୯ ପଦବୀ ପାଇଁ ମଇଦାନରେ ୩୬ ପ୍ରାର୍ଥୀ
ବାଲେଶ୍ୱର,୨୯ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ୧୯ ପଦବୀ ପାଇଁ ୩୬ ଜଣ...

ଓଡ଼ିଶାର ୨ ଜିଲାରେ ଭୂକମ୍ପ ଅନୁଭୂତ: ଲୋକେ ଭୟଭୀତ
ଭୋଗରାଇ, ୨୮l୩ (ପ୍ରଦୀପ ଦାସ): ମ୍ୟାନମାରରେ ହୋଇଥିବା ୨ଟି ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ଓଡିଶା ସୀମାନ୍ତ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରେ ମୃଦୁ କମ୍ପନ ଅନୁଭୂତ...

କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
ସୋର,୨୫।୩: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଟ୍ରେନ୍ର ୪ଟି ବଗିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର...

ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ…
ବାଲେଶ୍ବର,୨୪।୩: ବାଲେଶ୍ବର ଜିଲା ସିମୁଳିଆ ଥାନା ବାଟି ପଞ୍ଚାୟତ ବଣଗଢ଼ିଆ ଗାଁରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଗାଁର ଆନନ୍ଦ ବେହେରାଙ୍କ ଘରେ ୫ଜଣ...

ଯୁବକଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ
ବାଲେଶ୍ୱର,୧୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା ଗ୍ରାମର ଯୁବକଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ଯୁବକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ...

୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ
ବାଲେଶ୍ୱର,୧୭।୩(ବାଞ୍ଛାନିଧି ଦେ)- ବାଲେଶ୍ୱର ଜିଲା ରୂପ୍ସା ଥାନା ଅନ୍ତର୍ଗତ ରୂପସା ସାମିଲ ହାସନପୁର ଗ୍ରାମରେ ଏକ ବଡ଼ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ...

ଦୁଇ ବାଇକ୍ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ
ପାଟଣା,୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରାଣ୍ଡି ଯୋଡି ନିକଟରେ ଶନିବାର ଅପରାହ୍ନରେ ଦୁଇ ବାଇକ...

କୋର୍ଟରେ ହାଜର ପରେ ଜେଲ୍ ଗଲେ ରାଜା ଚକ୍ର
ବାଲେଶ୍ୱର,୧୪ା୩(ବାଞ୍ଛାନିଧି ଦେ): ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗାନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ଲିଃ ରେ ବହୁ...