ଟ୍ରେଣ୍ଡରେ ରଫଲ୍‌ ଲେହେଙ୍ଗା

ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍‌କୁ ରଫଲ୍‌ କୁହାଯାଇଥାଏ। ଆଉଟ୍‌ଫିଟ୍‌ ଯେତେ ସିମ୍ପଲ ହେଉନା କାହିଁକି, ରଫଲ୍‌ ଦ୍ୱାରା ସେଥିରେ ଗ୍ଲାମର ଟଚ୍‌ ଆସିଥାଏ। ସେଥିପାଇଁ ତ ଏବେ ରଫଲ୍‌ ଆଉଟ୍‌ଫିଟ୍‌ର ଟ୍ରେଣ୍ଡ ଖୁବ୍‌ ଚାଲିଛି। ଟପ୍ସଠାରୁ ଆରମ୍ଭ କରି ଶାଢି, ଡ୍ରେସ୍‌, ସ୍କର୍ଟ ଏପରି କି ଲେହେଙ୍ଗାରେ ବି ରଫଲ୍‌ ଷ୍ଟାଇଲ୍‌କୁ ଅନୁକରଣ କରାଯାଉଥିବା ଦେଖିବାକୁ ମିଳୁଛି। ଏଠାରେ ସେମିତି କିଛି ଟ୍ରେଣ୍ଡି ରଫଲ୍‌ ଲେହେଙ୍ଗା ସମ୍ପର୍କରେ…

ରଫଲ୍‌ ଆର୍ଟ ସିଲ୍କ ରେଡ୍‌ ଲେହେଙ୍ଗା:ଏହାକୁ ଫ୍ୟାଶନ ଏକ୍ସପର୍ଟମାନେ ନ୍ୟୁ ଏଜ୍‌ ଲେହେଙ୍ଗା ବୋଲି ମଧ୍ୟ କହିଥାନ୍ତି। ଏହି ଲେହେଙ୍ଗାର ଆକର୍ଷଣୀୟ ରଙ୍ଗ ସାଙ୍ଗକୁ ମଲ୍ଟି ଲେୟାର୍‌ ଡିଜାଇନ୍‌ ପାର୍ଟି ଲୁକ୍‌ ପାଇଁ ପୂରା ପରଫେକ୍ଟ ଲାଗେ। ତେବେ ଏହି ଲେହେଙ୍ଗାର ରଙ୍ଗ ରେଡ୍‌ ବା ନାଲି ହୋଇଥିବାରୁ ତା’ସହିତ ମ୍ୟାଚିଂ କରି ନାଲି ରଙ୍ଗର ହାଇ ହିଲ୍‌ ପିନ୍ଧିଲେ ଲୁକ୍‌ ମଡର୍ନ ଲାଗିଥାଏ।

ଲେହେଙ୍ଗା ଉଇଥ୍‌ ରଫଲ୍‌ ଦୁପଟ୍ଟା: ମିକ୍ସ ଆଣ୍ଡ ମ୍ୟାଚ୍‌ ପାର୍ଟନ ଆଉଟ୍‌ଫିଟ୍‌ର ବି ଚଳଣି ଏବେ ଖୁବ୍‌ ଚାଲିଛି। ତେଣୁ ଆଜିକାଲି ଦେଖିବାକୁ ମିଳୁଛି କେତେକ ଲେହେଙ୍ଗାର କେବଳ ଦୁପଟ୍ଟା ବା ଓଢଣୀରେ ରଫଲ୍‌ କାମ ହୋଇ ଆସୁଛି, ଯାହାକୁ ପାର୍ଟି, ଫଙ୍କସନ୍‌ ଏପରି କି ପର୍ବପର୍ବାଣିରେ ମଧ୍ୟ ପିନ୍ଧି ହେବ। ଯେହେତୁ ଏହି ଲେହେଙ୍ଗାର କେବଳ ଦୁପଟ୍ଟାରେ ରଫଲ୍‌ କାମ ହୋଇଥାଏ, ତେଣୁ ଏହାକୁ ମ୍ୟାଚିଂ କରି ରଫଲ୍‌ ଜୁଏଲେରୀ ପିନ୍ଧିଲେ ଷ୍ଟାଇଲ୍‌ ବାଲାନ୍ସ ଲାଗିଥାଏ।

ରଫଲ୍‌ ଏମ୍ବ୍ରୋଡୋରୀ ଲେହେଙ୍ଗା ଚୋଲି: ଏମ୍ବ୍ରୋଡୋରୀ କାମ ହୋଇଥିବା ଆଉଟ୍‌ଫିଟ୍‌ ସବୁବେଳେ ଆକର୍ଷଣୀୟ ଲାଗିଥାଏ। ଆଉ ଯେଉଁ ଲେହେଙ୍ଗାରେ ଏମ୍ବ୍ରୋଡୋରୀ ସାଙ୍ଗକୁ ରଫଲ୍‌ ଡିଜାଇନ୍‌ର ବ୍ୟବହାର ହୋଇଥିବ, ତାହା ଯେ କେତେ ସୁନ୍ଦର ଦେଖାଯାଉ ନ ଥିବ ଥରେ ଚିନ୍ତା କରନ୍ତୁ ନା। ତା’ହେଲେ ଆଉ ଡେରି କାହିଁକି ଆସନ୍ତା ପାର୍ବଣ ଋତୁରେ ଏ ଷ୍ଟାଇଲ୍‌ର ଲେହେଙ୍ଗାକୁ କିଣି ଗ୍ଲାମର୍ସ ଲୁକ୍‌ ପାଇବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ ନା। ତେବେ ଏହି ଲେହେଙ୍ଗା ସହ ହାଲ୍‌କା ଜୁଏଲେରୀ ପିନ୍ଧିଲେ ସୋବର୍‌ ଲୁକ୍‌ ମିଳିଥାଏ।

ଷ୍ଟୋନ ଓ୍ବାର୍କ ରଫଲ୍‌ ଲେହେଙ୍ଗା: ଏ ଧରଣର ଲେହେଙ୍ଗାରେ ଯେଉଁ ଯେଉଁ ସ୍ଥାନରେ ରଫଲ୍‌ର ବ୍ୟବହାର କରାଯାଇଥାଏ, ଠିକ୍‌ ସେହି ସ୍ଥାନରେ ଗୋଟିଏ ଗୋଟିଏ ଷ୍ଟୋନ ଲାଗିବା ସହ ଲେହେଙ୍ଗାର ବ୍ଲାଉଜ୍‌ ଓ ଦୁପଟ୍ଟାରେ ବି ଷ୍ଟୋନ କାମ ହୋଇଥାଏ। ଖାସ୍‌ କରି ନାଇଟ୍‌ ପାର୍ଟିରେ ଏହାକୁ ପିନ୍ଧିଲେ ରଙ୍ଗିନ୍‌ ଆଲୋକରେ ଏହା ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ। ତା’ଛଡ଼ା ଏହି ଲେହେଙ୍ଗାରେ ଷ୍ଟୋନ କାମ ହୋଇଥିବାରୁ ଏହା ସହିତ ଷ୍ଟୋନ ଜୁଏଲେରୀ ପିନ୍ଧିଲେ ହିଁ ଭଲ ମାନେ।

ରୟାଲ୍‌ ବ୍ଲୁ ଏମ୍ବ୍ରୋଡୋରୀ ରଫଲ୍‌ ଲେହେଙ୍ଗା: ରୟାଲ୍‌ ବ୍ଲୁ କୁ ସାଧାରଣତଃ ରିଚ୍‌ କଲର୍‌ କୁହାଯାଇଥାଏ। ଏତେ ସୁନ୍ଦର ରଙ୍ଗ ସାଙ୍ଗକୁ ରଫଲ୍‌ର ଡିଜାଇନ୍‌ ଏହି ଲେହେଙ୍ଗାର ଆକର୍ଷଣକୁ ଆହୁରି ବଢାଇଦିଏ। ଯଦ୍ଦ୍ବାରା ଏହାକୁ ପିନ୍ଧିଲେ ପାର୍ଟି, ଫଙ୍କସନ୍‌ରେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଖାସ୍‌ କଥା ହେଉଛି ଏହି ଲେହେଙ୍ଗା ସହ ମ୍ୟାଚିଂ କଲର୍‌ର ରଫଲ୍‌ ଇୟର ରିଂ ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ପାଇହୁଏ।

ନେଟ୍‌ ରଫଲ୍‌ ଲେହେଙ୍ଗା: ନେଟ୍‌ କପଡାରେ ପ୍ରସ୍ତୁତ ହୋଇଥିବା ଲେହେଙ୍ଗାରେ ରଫଲ୍‌ ଡିଜାଇନ୍‌ ହେଲେ ତାହା ଥାକ ଥାକ ହୋଇ ରହିଥାଏ। ତା’ଛଡ଼ା ଏହି ଲେହେଙ୍ଗା ଯଦି କନ୍‌ଟ୍ରାଷ୍ଟ କଲର୍‌ର ହୋଇଥିବ, ତା’ହେଲେ ତ ଏହା ଆହୁରି ଆକର୍ଷଣୀୟ ଦେଖାଯାଇଥାଏ। ଏହି ଲେହେଙ୍ଗା ସହ ମ୍ୟାଚିଂ ଜୁଏଲେରୀ ପିନ୍ଧିଲେ ବେଶ୍‌ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri