ଟ୍ରେଲର ଲାଗି ବିଦ୍ୟୁତ୍‌ ତାର ଛିଣ୍ଡିଲା

ଛେଣ୍ଡିପଦା,୧।୫ (ସ୍ବ.ପ୍ର.):ଓଡିସି ଟ୍ରାନ୍ସପୋର୍ଟ କମ୍ପାନୀର ଏକ ଟ୍ରେଲର ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ସୋମବାର ବିଳମ୍ବିତ ରାତିରେ ଛେଣ୍ଡିପଦା ବଜାରରେ ଥିବା ୩୦ରୁ ଊର୍ଦ୍ଧ୍ୱ ଦୋକାନର ବିଦ୍ୟୁତ୍‌ ତାର ଛିଣ୍ଡିଯିବା ସହ ବୈଦ୍ୟୁତିକ ଉପକରଣ ସବୁ ପୋଡ଼ିଯାଇଛି।  ଘଟଣାରୁ ଜଣାପଡିଛି, ଏହି ଟ୍ରେଲର(ନଂ.  ଆରଜେ୦୧ଜିଏ-୮୮୦୦) ଓ ଟ୍ରଲି (ନଂ. ଏଚଆର୫୫ଡବ୍ଲୁ-୩୦୯୯)କୁ ଛେଣ୍ଡିପଦା ପୋଲିସ ଓ ଓଡିସି ଟ୍ରାନ୍ସପୋର୍ଟର କର୍ମଚାରୀମାନେ ବଜାର ପାର କରାଉଥିବାବେଳେ ଉକ୍ତ ଗାଡି ଟଣାଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଯାଇଥିଲା। ଫଳରେ ଛେଣ୍ଡିପଦା ବଜାରର ବହୁ ଦୋକାନର ବିଦ୍ୟୁତ୍‌ ତାର ଛିଣ୍ଡିଯାଇଥିବା ବ୍ୟବସାୟୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟବସାୟୀମାନେ କ୍ଷତିପୂରଣ ଦେବାକୁ ଦାବି କରିବା ସହିତ ଉକ୍ତ ଗାଡିକୁ ଅଟକ ରଖିଥିଲେ। ଉପସ୍ଥିତ ଥିବା କର୍ମଚାରୀମାନେ ଏହାର ସମାଧାନ ସକାଳ ୧୦ଟା ସୁଦ୍ଧା କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। ତେବେ ପ୍ରତିଶ୍ରୁତି ପୂରଣ ନ ହେବାରୁ ବଜାର କମିଟି ତରଫରୁ ଟ୍ରାନ୍ସପୋର୍ଟ କମ୍ପାନୀ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ : ଫଟୋ ଭାଇରାଲ କରି ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ସବୁବେଳେ ପିଛା କରି ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ...

ଦାରିଙ୍ଗବାଡିରେ ଷ୍ଟ୍ରବେରୀ ଚାଷ ସମ୍ପର୍କିତ ଶିକ୍ଷା ହାସଲ କଲେ ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର ଚାଷ ସମ୍ପର୍କିତ ଶିକ୍ଷା ପ୍ରାପ୍ତ...

ସ୍ତ୍ରୀଙ୍କୁ ପ୍ରତାରଣା କରି ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ସ୍ଵାମୀଙ୍କ ନାଁ ରେ ଏତଲା

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କୁ ତାଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି...

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ: ଗତ ପାଞ୍ଚ ବର୍ଷରେ ନେଲେଣି ୨୨ ଜୀବନ

ଭୁବନେଶ୍ୱର,୨୬।୧୧: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାମାନଙ୍କରେ କୁମ୍ଭୀର ଆକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିରେ ବିନା କାରଣରେ ସାଧାରଣ ଲୋକେ ଜୀବନ ହାଉଥିବା...

ହଜିଲା ମାନବିକତା: ଡିଜେ ପାଇଁ ଅଟକିଲା ଆମ୍ଭୁଲାନ୍ସ, ଗୋଟିଏ ନୁହେଁ ଏକାବେଳକେ …

ବାରଙ୍ଗ,୨୬।୧୧(ଲିଙ୍ଗରାଜ ରାଉତ): ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେସ୍ବର ଭସାଣି ସୋମବାର ରାତିରେ ହୋଇଥିଲା। ତେବେ ଡିଜେର ତାଳେତାଳେ ସମସ୍ତେ ନାଚୁ ଥିବା ବେଳେ ଦେଖାଯାଇଥିଲା ଟ୍ରାଫିକ୍‌ ସମସ୍ୟା।...

ଏନଏସି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୯ ଜଣ କାଉନସିଲର

ଜି.ଉଦୟଗିରି,୨୬।୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ...

ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ପ୍ରତି ପରିବାରକୁ ମିଳିଲା…

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗରିବୀ ସୀମାରେଖା ତଳେ ଥିବା ପରିବାର ଲୋକଙ୍କୁ ଜୀବନଜୀବିକା ସ୍ବାବଲମ୍ବୀ...

ଶ୍ରମିକ-କୃଷକ ବିରୋଧୀ ନୀତି ପ୍ରତିବାଦରେ ବିକ୍ଷୋଭ

ଛତ୍ରପୁର,୨୬।୧୧(ଦିଲ୍ଲୀପ ସାମଲ): ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri