ଠିଆ ହୋଇ ପାଣି ପିଉଛନ୍ତି କି…

ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରରେ ପ୍ରାୟ ୬୦ରୁ ୭୦ ଭାଗ ଜଳ ରହିଥାଏ। ଏହା ମାଂସପେଶୀକୁ ସୁରକ୍ଷା ଦେବା ସହ ଶରୀରର ବିଭିନ୍ନ କୋଷକୁ ଅକ୍ସିଜେନ ଓ ନ୍ୟୁଟ୍ରିଶନ ଯୋଗାଇଥାଏ। ବେଳେ ବେଳେ ଦେଖିଥିବେ କେତେକ ଠିଆ ହୋଇ ପାଣି ପିଇଥାନ୍ତି। ହେଲେ ଜାଣିଛନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ। ଏହା ବିଭିନ୍ନ ରୋଗକୁ ଆମନ୍ତ୍ରଣ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଠିଆ ହୋଇ ପାଣି ପିଇଲେ କେଉଁ କେଉଁ ସବୁ ସମସ୍ୟା ଦେଖାଦେଇଥାଏ। ଠିଆ ହୋଇ ପାଣି ପିଇଲେ ଆମ ଶରୀରର ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ। ତେଣୁ ପାଚନ ପ୍ରକ୍ରିୟା ସ୍ବଭାବିକ ଭାବେ ହୋଇପାରେ ନାହିଁ। ଫଳରେ ଅନେକ ପ୍ରକାରର ପେଟଜନିତ ସମସ୍ୟା ଦେଖାଦେଇଥାଏ। ସେହିପରି ଠିଆ ହୋଇ ପାଣି ପିଇବା ଦ୍ୱାରା ଏହା ଦ୍ରୁତ ଗତିରେ କିଡନୀକୁ ଚାଲି ଯାଇଥାଏ। ଫଳରେ ସେହି ପାଣିକୁ କିଡନୀ ଠିକ୍‌ ଭାବେ ଛାଣି ନ ପାରିବାରୁ ରକ୍ତ ଦୂଷିତ ହୋଇଥାଏ। ଯାହାଦ୍ୱାରା କିଡନୀ ଜନିତ ବିଭିନ୍ନ ସମସ୍ୟା ଦେଖାଦିଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଖାଆନ୍ତୁ ଫାଳେ ପିଆଜ

ଏବେ ଅଧିକାଂଶ ଲୋକେ ପିଆଜ ରସୁଣ ଖାଇବାକୁ ବାରଣ କରୁଛନ୍ତି। ହେଲେ ଏହି ପିଆଜ ଶରୀର ପାଇଁ ବେଶ ଉପକାରୀ, ଏକଥା ହୁଏତ ଅନେକଙ୍କୁ ଜଣା...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ଗୁଣ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଜନ୍ମ ହେଉ ହେଉ ଦୁଇଟି ଜିନିଷକୁ ଡ଼ରନ୍ତି ନବଜାତକ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଘରକୁ ଖବର ଆସେ ଯେ ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି, ଦମ୍ପତି ଆନନ୍ଦରେ ଉଲ୍ଲସିତ ହୁଅନ୍ତି ଏବଂ ପରିବାର ସଦସ୍ୟମାନେ ମଧ୍ୟ ବହୁତ...

ପିଲା କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଉପାୟ

କିଏ ଅଧିକ ମୋଟା ତ କିଏ ଆବଶ୍ୟକରୁ ଅଧିକ ପତଳା, ଆଉ ପୁଣି କାହାଠାରେ ଆଖିଠାରୁ ଆରମ୍ଭ କରି ଦେଖାଯାଉଛି ଅନେକ ସ୍ବାସ୍ଥ୍ୟ ସମସ୍ୟା। ଅଧିକାଂଶ...

ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହି ଖାଦ୍ୟ: ରହିବେ ସୁସ୍ଥ

ଅଧିକାଂଶ ମହିଳା ସକାଳ ଜଳଖିଆ ସ୍କିପ୍‌ କରୁଥିବା ଦେଖିବାକୁ ମିଳେ। ଅପରପକ୍ଷେ କାର୍ଯ୍ୟବ୍ୟସ୍ତତା ହେଉ ଅବା ଅନ୍ୟ କାରଣ ପାଇଁ ଏପରି ବଦଭ୍ୟାସ ଗ୍ୟାସ୍‌, ଏସିଡିଟିଠାରୁ...

Health Tips: ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ଏହି ୯ ପ୍ରକାରର ଜୁସ୍‌, ପ୍ରତିଦିନ ପିଇଲେ ମିଳିବ ଲାଭ

ଉଚ୍ଚ ରକ୍ତଚାପ ଏକ ଗମ୍ଭୀର ସମସ୍ୟା ଯାହା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ବଢ଼ାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ସାରା ବିଶ୍ୱରେ ୧.୨୮...

ରାଗକୁ ନିୟନ୍ତ୍ରଣରେ ରଖିବ ଏହି ଡିଭାଇସ୍‌

କେତେଜଣ ବ୍ୟକ୍ତି କଥା କଥାକେ ରାଗି ଯାଇଥାଆନ୍ତି। ପ୍ରାୟ ଅନେକ ଛୋଟବଡ଼ କଥାକୁ ନେଇ କ୍ରୋଧ ପ୍ରକାଶ କରିବାର ବହୁ ଉଦାହରଣ ରହିଛି। ତେବେ ଏହାକୁ...

ସ୍ବାସ୍ଥ୍ୟୋପକାରୀ କଳା ଚାଉଳ

କଳା ଧାନର ବୈଜ୍ଞାନିକ ନାମ ‘ଓରାଇଜା ସାଟାଇଭା ଏଲ୍‌’ ଅଟେ। ଏଥିରେ ଆନ୍ଥୋସାୟାନିନ, ଫେନୋଲିକ୍‌ ଏସିଡ୍‌ ଏବଂ ଅନ୍ୟାନ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ସମୃଦ୍ଧ ଉପାଦାନ ରହିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image