ଠିକାଦାରଙ୍କୁ ବିଏମ୍‌ସିର ସ୍ବଚ୍ଛତା, ସମୃଦ୍ଧି ମନ୍ତ୍ର

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ବୁଧବାର ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସମ୍ପୃକ୍ତ ୫୦ଜଣ ଠିକାଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ବିଏମ୍‌ସିର ମୁଖ୍ୟ ପ୍ରଶାସକ ସଂଗ୍ରାମ୍‌ଜିତ୍‌ ନାୟକ ଅଧ୍ୟକ୍ଷତା କରି ଠିକାଦାରମାନଙ୍କୁ କାର୍ଯ୍ୟରେ ସ୍ବଚ୍ଛତା ସହ ବିକାଶର ମନ୍ତ୍ର ଶୁଣାଇଥିଲେ। ଠିକାଦାର ଓ ପ୍ରଶାସକିକ ଅଧିକାରୀମାନେ କିପରି ସମନ୍ବୟ ରକ୍ଷା କରି ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବେ ସେସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଲେ, କାର୍ଯ୍ୟ କରୁଥିବା ପ୍ରତି ଠିକାଦାର ଭୁବନେଶ୍ୱର ମହାନଗର ନିଗମାଞ୍ଚଳ ବିକାଶର ମାଇଲ୍‌ ଖୁଣ୍ଟ। ଉଚିତ ସମୟରେ କାର୍ଯ୍ୟାଦେଶ ପାଇବା, କରୁଥିବା କାର୍ଯ୍ୟର ବିଭିନ୍ନ ସୂଚକକୁ ଜାଣିବା, ସମୟ ଉପଯୋଗୀ ଏବଂ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ତଥା ଚୁକ୍ତିନାମା ଅନୁସାରେ ନିଜ କାର୍ଯ୍ୟର ପ୍ରାପ୍ୟ ପାଇବାକୁ ଉଭୟ ପକ୍ଷ ନିଶ୍ଚିତ କରିବା ଦରକାର। ପ୍ରତି କାର୍ଯ୍ୟରେ ସ୍ବଚ୍ଛତା ଓ ଶୃଙ୍ଖଳା ରକ୍ଷା ଗୁରୁତ୍ୱପୂର୍ଣ୍ଣ। କୌଣସି ବି ଠିକାଦାର ପାଇଥିବା କାର୍ଯ୍ୟକୁ ସବ୍‌ଲେଟ୍‌ ନ କରିବାକୁ ସେ ପରାମର୍ଶ ଦେବା ସହ ସମ୍ପୃକ୍ତ ଇଞ୍ଜିନିୟର ଓ ଅଧିକାରୀମାନେ ଏହା ଉପରେ ସତର୍କ ରହିବାକୁ କହିଥିଲେ। ଏପରିକି କାର୍ଯ୍ୟ ସରିବା ପରେ କାର୍ଯ୍ୟସ୍ଥଳରେ ବଳକା ଗୋଡ଼ି, ବାଲି, ପଥର ଆଦି ନ ଛାଡ଼ିବା ଓ ବିଲ୍‌ ପାସ୍‌ ପରେ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ନ ନେବାର ଆଚରଣକୁ ନେଇ ପ୍ରଶାସନ ନାୟକ କ୍ଷୋଭ ପ୍ରକାଶ କରିବା ସହ ଏହା ଏକ ଅପରାଧ ବୋଲି କହିଥିଲେ। ଅନ୍ୟପକ୍ଷରେ ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗ ଡ଼୍ୟାସ୍‌ ବୋର୍ଡ଼ ମାଧ୍ୟମରେ ପ୍ରତି କାର୍ଯ୍ୟର ନିୟମିତ ତଥା ତ୍ୱରିତ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶନାମା ଦେବା ଉଚିତ। କୌଣସି କାରଣରୁ କାର୍ଯ୍ୟ ହୋଇପାରୁ ନ ଥିଲେ କିମ୍ବା କାର୍ଯ୍ୟର ମାନଦଣ୍ଡ ପ୍ରକଳ୍ପ ଅନୁଯାୟୀ ହେଉ ନ ଥିଲେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନାୟକ କହିଛନ୍ତି।
ସିଟି ଇଞ୍ଜିନିୟର୍‌ ଦେବସୁନ୍ଦର ମହାପାତ୍ର କହିଲେ, ୨୦୧୭ ପରଠାରୁ ବିଏମ୍‌ସିରେ ସ୍ବତନ୍ତ୍ର ୱାର୍ଡ଼ ବଜେଟ୍‌ ସହ ୱାର୍ଡ଼ୱାରୀ ବିକାଶ କାର୍ଯ୍ୟର ବିଧିବଦ୍ଧ ନଥିକରଣ ହୋଇଆସୁଛି। ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କହିଲେ, ବିଏମ୍‌ସିରେ କାମ କରୁଥିବା ପ୍ରତ୍ୟେକ ଠିକାଦାର ଜଣେ ଜଣେ ପ୍ରଗତିସାଥୀର ଭାବନା ନେଇ ନିଜ କାର୍ଯ୍ୟକୁ ଗୁଣାତ୍ମକ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତୁ। କୌଣସି କାର୍ଯ୍ୟ ବା ଫାଇଲ୍‌ର ପେମେଣ୍ଟଜନିତ ଜଟିଳତା ଦେଖାଦେଲେ ତାହାକୁ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର କହିଥିଲେ। ବୈଠକରେ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ଡ଼େପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ, ଡ଼େପୁଟି କମିଶନର (ୱେଲ୍‌ଫେୟାର) ସଂଘମିତ୍ରା ବେହେରା, ଡ଼େପୁଟି କମିଶନର (ପ୍ରତିଷ୍ଠାନ ପରିଚାଳନା) ସରିତା ଧନୱାର୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri