ନିକଟରେ ଅଷ୍ଟ୍ରେଲିଆସ୍ଥିତ ମେଲ୍ବୋର୍ନ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରୋଟାଭାଇରସ ଇନ୍ଫେକ୍ଶନ ମଧ୍ୟ ଟାଇପ-୧ ଡାଇବେଟିସ୍ ପାଇଁ ଦାୟୀ। ଏପରି ଇନ୍ଫେକ୍ଶନକୁ କମାଇବା ପାଇଁ ଟିକାକରଣ ବ୍ୟବସ୍ଥା ରହିବା ଦ୍ୱାରା ଏପରି ଆଶଙ୍କା କେତେକାଂଶରେ କମ୍ ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ସେମାନେ କେତେଜଣ ଟାଇପ୍-୧ ଡାଇବେଟିସ୍ ରୋଗୀଙ୍କ ଉପରେ ତର୍ଜମା କରିବା ସମୟରେ ଏପରି ତଥ୍ୟ ଜଣାପଡ଼ିଥିଲା।