କଞ୍ଚା ପନିର ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ପନିରରେ ଓମେଗା-୩ ଏସିଡ୍ ରହିଥାଏ। ଏହା ରକ୍ତ ଶର୍କରାସ୍ତରକୁ ସନ୍ତୁଳିତ କରେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ଫସ୍ଫରସ୍ ଥାଏ। ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ କୋଲେଷ୍ଟରଲ୍ସ୍ତରକୁ ନିୟନ୍ତ୍ରିତ କରିଥାଏ। ପ୍ରତିଦିନ କଞ୍ଚା ପନିର ଖାଇବା ଦ୍ୱାରା ବହୁ ରୋଗ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। କଞ୍ଚା ପନିର ଡାଇବେଟିସରୁ ଦୂରେଇ ରଖେ। ପ୍ରତିଦିନ ଏହାକୁ ଖାଇଲେ ହାଡ଼ ମଜଭୁତ ହୁଏ। ଏହା ସହିତ ଆଣ୍ଠୁଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ଦିନସାରା କାମ ପରେ କିଛି କଞ୍ଚା ପନିର ଖାଇଲେ ଥକ୍କାପଣ ଦୂର ହୋଇଥାଏ।