ଡାଉନ୍‌ଷ୍ଟ୍ରିମ ଶିଳ୍ପ ପ୍ରତି ଅନାଗ୍ରହ ବୁଡ଼ିବାକୁ ବସିଛି କଳିଙ୍ଗନଗର ଶିଳ୍ପ ସ୍ଥାନୀୟ ନେତୃତ୍ୱ, ସରକାରଙ୍କ ଅସହଯୋଗ ଦାୟୀ

ଯାଜପୁର ଅଫିସ,୩ା୯- କୃଷି ପରେ ଦେଶର କର୍ମ ନିଯୁକ୍ତି କ୍ଷେତ୍ରରେ ବଡବଡ ଶିଳ୍ପ ସମେତ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବଡ଼ ଭାଗିଦାରୀ ତୁଲାଇ ଆସୁଛି। ଅର୍ଥନୀତି ଅଭିବୃଦ୍ଧିର ଏହି କ୍ଷେତ୍ରରେ ଯୋଗଦାନ ବିଶେଷ ଗୁରୁତ୍ୱ ରଖେ। ସେହି ଦୃଷ୍ଟିରୁ ବିଶ୍ୱର ପ୍ରତ୍ୟେକ ଅଗ୍ରଣୀ ଦେଶ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ଚେଷ୍ଟା କରି ଆସୁଛନ୍ତି। ଏହିକ୍ରମରେ ଯାଜପୁର ଜିଲାର ଏମ୍‌ଏସ୍‌ଏମ୍‌ଇ କଳିଙ୍ଗନଗର ନ୍ୟାଶନାଲ ଇନଭେଷ୍ଟମେଣ୍ଟ ମାନୁଫ୍ୟାକ୍ଚରିଂ ଜୋନ ଡୁବୁରୀଠାରେ ଏନ୍‌ସିଲିଆରି ଓ ଡାଉନ୍‌ଷ୍ଟ୍ରିମ ଉଦ୍ୟୋଗ ସ୍ଥାପନ ପାଇଁ ଯୋଜନା ହୋଇଛି। ଗତ ମେକ୍‌ ଇନ୍‌ ଓଡ଼ିଶା କେନକ୍ଲେଭରେ ଯେଉଁ ଉଦ୍ୟୋଗଗୁଡିକ ଏଠାରେ ପୁଞ୍ଜି ଖଟାଇବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲେ ତାହା ଏଯାଏ ଫଳପ୍ରଦ ହୋଇପାରି ନାହିଁ। ରାଜନୈତିକ କ୍ଷେତ୍ରରେ ଅସହଯୋଗ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଏଠାରେ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ମତପ୍ରକାଶ ପାଇଛି।
ଜିଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ଦ୍ୱାରା ୧ା୪ା୨୦୧୫ରୁ ଜୁନ ୨୦୧୯ ସୁଦ୍ଧା ୫୫୧୪୫.୨୩ କୋଟି ମୂଲ୍ୟରେ ୨୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସେଥିରୁ ମାତ୍ର ୨ଟି ୟୁନିଟ କାମ ଆରମ୍ଭ କରିଥିବା ସୂଚନା ମିଳିଛି। ଏଥିରୁ ଡାଉନ୍‌ଷ୍ଟ୍ରିମ ଶିଳ୍ପ ପ୍ରତି ଶିଳ୍ପପତିଙ୍କ ଆଗ୍ରହ କେତେ ତାହା ସ୍ପଷ୍ଟ ଜଣାପଡୁଛି। ଏପରିକି କଳିଙ୍ଗନଗର ଶିଳ୍ପାଞ୍ଚଳରେ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ହେଁ ବିଭିନ୍ନ କାରଣ ଯୋଗୁ ସେମାନେ ପଛଘୁଞ୍ଚା ଦେଉଥିବା ସୂଚନା ମିଳିଛି। ଗତ ୨ସପ୍ତାହ ହେଲା ସୁକିନ୍ଦା କ୍ରୋମ ଖଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଯୋଗୁ ପରିବହନ ଠପ୍‌ ହୋଇପଡିଛି। ଟ୍ରକ ଓ ଶ୍ରମିକ ନିୟୋଜନରେ ବେଆଇନ ଚାନ୍ଦା ଆଦାୟ କରୁଥିବା ସମ୍ପୃକ୍ତ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରୁଥିବାରୁ ଏଭଳି ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଛି। ଯଦ୍ଦ୍ବାରା କଳିଙ୍ଗନଗର ଶିଳ୍ପାଞ୍ଚଳରେ କଞ୍ଚାମାଲ ଅଭାବରୁ ଉପତ୍ାଦନ ଏକପ୍ରକାର ବନ୍ଦ ରହିଛି। ଅନ୍ୟପକ୍ଷେ କାର୍ଯ୍ୟକ୍ଷମ କାରଖାନା ଭାବେ ନିଳାଚଳ ଇସ୍ପାତ ନିଗମ, ମେସ୍କୋ, ଜିନ୍ଦଲ, ବିଆରପିଏଲ ଓ ଭିସା ଷ୍ଟିଲ ଆର୍ଥିକ ସଙ୍କଟରେ ଗତି କରୁଛି। କେଜେ ଇସ୍ପାତ, ମଇଥାନ, ରୋହିତ ଫେରୋଟେକ କାରଖାନାରେ ତାଲା ପଡିଛି। ତେଣୁ ଏହିସବୁର ଏକ ସ୍ଥାୟୀ ସମାଧାନ ନ ହେଲେ ଶିଳ୍ପ କାରଖାନା ଏଠାରେ ତିଷ୍ଠି ରହିବା ଅସମ୍ଭବ ବୋଲି ମତପ୍ରକାଶ ପାଉଛି। ଏହାବାଦ ବ୍ୟାଙ୍କଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଉଥିବା ଋଣ ହାର ଅଧିକ ରହିବା ଏହି ଉଦ୍ୟୋଗର ଅଗ୍ରଗତିରେ ପ୍ରତିବନ୍ଧକ ସାଜିଛି। ସେହିପରି କଞ୍ଚାମାଲର ମୂଲ୍ୟବୃଦ୍ଧି, ଉତ୍ପାଦର ମୂଲ୍ୟ ଠିକ୍‌ ସମୟରେ ନ ମିଳିବା ସେମାନଙ୍କୁ ହାତ ବାନ୍ଧି ବସିବାକୁ ଅନେକ ସମୟରେ ବାଧ୍ୟ କରୁଛି। ପୂର୍ବରୁ ବ୍ୟାଙ୍କଗୁଡ଼ିକୁ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗଗୁଡ଼ିକୁ ସହଯୋଗର ହାତ ବଢାଇ ଆଗେଇ ନେବାକୁ ସରକାର ପରାମର୍ଶ ଦେଇଆସୁଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ କୃଷିକ୍ଷେତ୍ର, କ୍ଷୁଦ୍ର ଉଦ୍ୟୋଗ ପ୍ରତି ଆବଶ୍ୟକ ଦୃଷ୍ଟି ଦେଉ ନ ଥିବା କାରଣରୁ ତାଗିଦ ମଧ୍ୟ କରିଛନ୍ତି। ମାତ୍ର ଫଳ କିଛି ହୋଇନାହିଁ। ଦେଶର ଅଭିବୃଦ୍ଧି କିମ୍ବା ଫାଇଦାକୁ ଦୃଷ୍ଟିରେ ନ ରଖି ଅନେକ ସମୟରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବ୍ୟବସାୟିକ ଅଭିବୃଦ୍ଧିକୁ କିପରି ଆଗେଇ ନେଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ବଡବଡ ଶିଳ୍ପପତିଙ୍କୁ ବ୍ୟାଙ୍କ ଅଧିକାରୀମାନେ ବ୍ୟାଙ୍କ ଋଣ ମଞ୍ଜୁର କରୁଥିଲାବେଳେ କ୍ଷୁଦ୍ର ଚାଷୀ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଚାହୁଁଥିବା ବେକାର ଯୁବତୀଯୁବକଙ୍କୁ ବାରମ୍ବାର କାଗଜପତ୍ର, ପ୍ରମାଣପତ୍ର ଇତ୍ୟାଦିର ବିଭିନ୍ନ ବାହାନା ଦେଖାଇ ନିରାଶ କରୁଥିବା ଅଭିଯୋଗ ହେଉଛି। ହତାଶ ହୋଇ ସେମାନେ ମହାଜନଙ୍କ ଉପରେ ନିର୍ଭର କରୁଛନ୍ତି। ଅତ୍ୟଧିକ ଋଣ ଭାର ସେମାନଙ୍କ ସ୍ବପ୍ନରେ ବାଧକ ସାଜିଛି। ସେମାନଙ୍କ ସ୍ବପ୍ନ ଭାଙ୍ଗିବା ଅର୍ଥ ଦେଶର ଅଭିବୃଦ୍ଧି ପ୍ରତିହତ ହେବା ସ୍ପଷ୍ଟ। ମାତ୍ର ଏହି କ୍ଷେତ୍ରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଗୁରୁତର ସହ ହୃଦବୋଧ କରିବା ମନେହୁଏ ନାହିଁ। ତେଣୁ କୃଷି କ୍ଷେତ୍ର ହେଉ ଅବା ଲଘୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ହେଉ ଏହି ଦିଗ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସରକାର ବିଶେଷ ଯନତ୍ଶୀଳ ହେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କେତେକ କ୍ଷେତ୍ରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଯୁକ୍ତି ମଧ୍ୟ ଗ୍ରହଣ କରାଯାଇପାରେ। ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ନ ଥାଇ ଋଣ ପ୍ରଦାନ କରାଗଲେ ସେମାନଙ୍କ ଅର୍ଥ ବୁଡିଯିବାର ଯଥେଷ୍ଟ କାରଣ ରହିଛି । ଆଜିର ଯୁଗରେ ନୂଆ ଟେକ୍ନୋଲୋଜି ଏବଂ ବୈଜ୍ଞାନିକ କୌଶଳ, କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ପ୍ରଶିକ୍ଷଣ ବିଶେଷ କରି ଆଗକୁ ବଢିବାର ଇଚ୍ଛା ଏବଂ ଉଦ୍ୟମ ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ତେଣୁ କେବଳ ବ୍ୟାଙ୍କ ସହାୟତା ନୁହେଁ, ସ୍ଥାନୀୟ ନେତୃବର୍ଗ ଓ ସରକାରଙ୍କ ପକ୍ଷରୁ ଏହି କ୍ଷେତ୍ରର ବିକାଶ ପାଇଁ ସମୁଚିତ ପଦକ୍ଷେପ ଅତ୍ୟନ୍ତ ଜରୁରୀ। ଯାହାକି କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦେଖିବାକୁ ମିଳୁନାହିଁ। ବରଂ ନିଜ ସ୍ବାର୍ଥ ପାଇଁ ଖଣି ଓ ଶିଳ୍ପାଞ୍ଚଳରେ ସାମୁହିକ ସ୍ବାର୍ଥକୁ ବଳି ଦିଆଯାଉଛି। ଯେହେତୁ ଅଭିବୃଦ୍ଧିରେ ଏହି କ୍ଷେତ୍ର ଏକ ପ୍ରମୁଖ ଅଙ୍ଗ, ବର୍ତ୍ତମାନ ବିଶ୍ୱବଜାର ପରିସ୍ଥିତିରେ ଏହି ବିଭାଗକୁ ଅଣଦେଖା କରାଯାଇପାରିବ ନାହିଁ। ସେହି ଦୃଷ୍ଟିରୁ ବ୍ୟାଙ୍କଠାରୁ ଆରମ୍ଭ କରି ସରକାର, ଶିଳ୍ପ ବିଭାଗର ହାଲୁକା ମନୋବୃତ୍ତି କଳିଙ୍ଗନଗର ଶିଳ୍ପାଞ୍ଚଳକୁ ମହଙ୍ଗା ପଡିପାରେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri