ରତ୍ନଗିରି,୬ା୭(ଡି.ଏନ.ଏ.): ଯାଜପୁର ଜିଲା ବରୀ ଉପଖଣ୍ଡ ଡାକ କାର୍ଯ୍ୟାଳୟରେ ଗତ ଏପ୍ରିଲ ୮ରେ ବରୀ ବ୍ଲକ ଅଧୀନ ଅରଙ୍ଗାବାଦ ପଞ୍ଚାୟତର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୋଳଗୋବିନ୍ଦ ଦାଶ ବଂରାଶ ଗ୍ରାମରେ ରହୁଥିବା ସମ୍ପର୍କୀୟ ସୁବାସିନି ରଥଙ୍କ ନିକଟକୁ ମନିଅର୍ଡର ଯୋଗେ ବରୀ ଉପଖଣ୍ଡ କାର୍ଯ୍ୟାଳୟରୁ ୨୨୦ ଟଙ୍କା ପଠାଇ ଥିଲେ। ମାତ୍ର ଡାକ ବିଭାଗର ଅବହେଳା ଓ ମନମୁଖି କାର୍ଯ୍ୟ ଯୋଗୁ ଟଙ୍କା ପଠାଇବାକୁ ୩ ମାସ ବିତିଯାଇଥିଲେ ମଧ୍ୟ ସୁବାସିନିଙ୍କ ନିକଟରେ ପହଞ୍ଚି ନ ଥିବା ଦୋଳଗୋବିନ୍ଦ ଅଭିଯୋଗ କରିଛନ୍ତି। ଏ ସର୍ମ୍ପକରେ ବରୀ ଉପଡାକ ଅଧିକାରୀ କାମଦେବ ଜେନାଙ୍କୁ ପଚାରିବାରୁ, ଅଭିଯୋଗ ପାଇଛନ୍ତି। କେଉଁ କାରଣରୁ ମନିଅର୍ଡର ପହଞ୍ଚିନାହଁି, ସେଥିରେ ତ୍ରୁଟି କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉପରିସ୍ଥ କର୍ମକର୍ତ୍ତାଙ୍କ ଦୃଷ୍ଟି ଆର୍କଷଣ କରିଥିବା କହିଛନ୍ତି।