ପାତ୍ରପୁର,୨୧ା୪(ଡି.ଏନ୍.ଏ.): ଲକ୍ଡାଉନ ଯୋଗୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପହଞ୍ଚିପାରୁନି। ଏଭଳି ସ୍ଥିତିରେ ଡାକ ବିଭାଗ ପକ୍ଷରୁ ଗରିବଙ୍କୁ ଶୁଖିଲା ଖାଦ୍ୟ ଓ ବିଭିନ୍ନ ସାମଗ୍ରୀ ବଣ୍ଟାଯାଉଛି ା ବ୍ରହ୍ମପୁର ମଣ୍ଡଳ ମହାଡାକପାଳ ଜଳେଶ୍ୱର କହଁରଙ୍କ ନିର୍ଦ୍ଦେଶକ୍ରମେ ଡାକ ନିରୀକ୍ଷକ ଦୁଷ୍ମନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଜରଡ଼ା ଉପ ଡ଼ାକଘର ଅଧୀନ ଥଳିବାଡ଼, ବାଙ୍କସାହି, ମୂଷାପଦର, କେ. ବିଜୟପୁର ଓ ଜରଡ଼ାଗଡ଼ର ଗରିବ ପରିବାରକୁ ଚୁଡ଼ା, ଗୁଡ଼, ବିସ୍କୁଟ, ସାବୁନ ଆଦି ବଣ୍ଟାଯାଇଛି। ଏଥିରେ ମେଲ ଓଭରସିୟର ରାମଚନ୍ଦ୍ର ପଣ୍ଡା ଓ କେ. ଗାଙ୍ଗେୟା ରେଡ୍ଡୀ, ସୁନାଖଳା ଶାଖା ଡ଼ାକପାଳକ ସୁରଜି୍ତ ପାଢ଼ୀ, ଅଶୋକ କୁମାର ପଣ୍ଡା, ଆମ୍ବପୁର ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।