ଲକ୍ଷ୍ନୌ, ୨୮।୫: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସହାୟତା ନ ପାଇଁ ଜଣେ ଶିଶୁର ପ୍ରାଣ ଚାଲିଯାଇଛି ବୋଲି ଅଭିଯୋଗ ହୋଇଛି। ଭୀଷଣ ଜ୍ୱରରେ ପୀଡିତ ଥିବା ଶିଶୁକୁ ଆମ୍ବୁଲାନ୍ସରେ ନେବାକୁ ମେଡିକାଲ କର୍ତ୍ତୃପକ୍ଷ ମନାକରିଦେଇଥିଲେ। ଫଳରେ ପାଖରେ ଟଙ୍କା ନ ଥିବାରୁ ଶିଶୁର ମା’ କାଖେଇ ଡାକ୍ତରଖାନା ନେଇଥିଲେ। କିନ୍ତୁ ବାଟରେ ପିଲାଟିର ପ୍ରାଣବାୟୁ ଉଡିଯାଇଥିଲା। ସୂଚନାଯୋଗ୍ୟ, ଅଫରୋଜ ନାମକ ଜଣେ ଶିଶୁଙ୍କୁ ଶାହାଜାହାଁପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଲକ୍ଷ୍ନୌ ନେବାକୁ କହିଥିଲେ। କିନ୍ତୁ ଏଥିରେ ଅକ୍ଷମତା ପ୍ରକାଶ କରି ଶିଶୁଟିର ପରିବାର ଲୋକେ ଉକ୍ତ ଡାକ୍ତରଖାନା ଆଗରେ ଥିବା ଆମ୍ବୁଲାନ୍ସକୁ ଗୁହାରି କରିଥିଲେ। କିନ୍ତୁ ସେମାନେ ମନା କରିଦେଇଥିଲେ ବୋଲି ମୃତ ଶିଶୁର ପିତା ଅଭିଯୋଗ କରିଛନ୍ତି।
Posted inଜାତୀୟ