ଡାହାଣୀ ସନ୍ଦେହ : ମହିଳାଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଲେ

ଢେଙ୍କିକୋଟ, ୨୬।୫(ଡି.ଏନ୍‌.ଏ.)- ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ଆମ୍ବୁଆପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ବୁଧବାର ଅପରାହ୍ନରେ ଉଲଗ୍ନ କରି ମାରଧର କରିବା ସହ ବିଷ୍ଠା ଖୁଆଇବା ଭଳି ଅମାନବୀୟ କାଣ୍ଡ ଘଟିଛି। ଘଟଣା ଜଣାପଡ଼ିବା ପରେ ପୋଲିସ ଶୁକ୍ରବାର ତଦନ୍ତ ଚଳାଇ ଅଭିଯୁକ୍ତ ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା କରାଯାଉଛି। ପୀଡ଼ିତା ମହିଳାଙ୍କୁ ଚିକିତ୍ସା ପାଇଁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଦିନ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ସ୍ବାସ୍ଥ୍ୟସେବା ଅପହଞ୍ଚ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସ ଦୂର କରିବାକୁ ପୋଲିସ ଓ ପ୍ରଶାସନର ଉଦ୍ୟମ କିଭଳି ଫେଲ ମାରୁଛି ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ପୋଲିସ ସୂଚନା ଅନୁଯାୟୀ ଢେଙ୍କିକୋଟଠାରୁ ୧୦ କି.ମି. ଦୂର ଆଦିବାସୀ ଅଧ୍ୟୁଷିତ ଭୋଳବେଡ଼ା ପଞ୍ଚାୟତ ଆମ୍ବୁଆପଡ଼ା ଗ୍ରାମର ଏକ ଦମ୍ପତି ରମେଶ ମୁଣ୍ଡା ଓ ଗଦଲି ମୁଣ୍ଡା ଏହି ବିଧବା ମହିଳାଙ୍କୁ ଦୀର୍ଘଦିନ ଧରି ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଜେରାବେଳେ ରମେଶ ଓ ତାଙ୍କ ସ୍ତ୍ରୀ କହିଛନ୍ତି, ଦୁଇବର୍ଷ ତଳେ ସେମାନଙ୍କର ଏକ ଝିଅ ହୋଇଥିଲା। ତାର ସ୍ବାସ୍ଥ୍ୟ ଭଲ ନ ରହିବାରୁ ସେମାନେ ଗୁଣିଗାରେଡ଼ି ଦ୍ୱାରା ପୂଜାପାଠ କରାଇ ନିରାଶ ହୋଇଥିଲେ। ପଡ଼ିଶା ଘରର ସମ୍ପୃକ୍ତ ମହିଳା ତାଙ୍କ ଝିଅକୁ ଡାହାଣୀ ହୋଇ ଗୁଣି କରୁଥିବା ସେମାନେ ସନ୍ଦେହ ପ୍ରକାଶ କରିଥିଲେ। କିଛିଦିନ ପରେ ଝିଅଟି ମରିଯାଇଥିଲା। ଦୁଇବର୍ଷ ପରେ ରମେଶଙ୍କର ଏକ ପୁଅ ହୋଇଥିଲା। ଜନ୍ମ ପରଠାରୁ ପିଲାଟି ସବୁବେଳେ କାନ୍ଦୁଥିଲା। ଏଥିଲାଗି ସମ୍ପୃକ୍ତ ମହିଳା ଗୁଣି କରିଥିବା ସେମାନଙ୍କ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଥିଲା। ଗତ ବୁଧବାର ଅପରାହ୍ନ ୩ଟା ବେଳେ ଏହି ଦମ୍ପତି ଗ୍ରାମବାସୀଙ୍କ ଉପସ୍ଥିତିରେ ମହିଳାଙ୍କୁ ତାଙ୍କ ଘରୁ ଘୋଷାରି ଆଣି ପୂର୍ବରୁ ମରିଯାଇଥିବା ଝିଅକୁ ଯେଉଁଠି ପୋତାଯାଇଥିଲା, ସେଠାକୁ ନେଇଯାଇଥିଲେ। ପରେ ସେମାନେ ତାଙ୍କୁ ବିଷ୍ଠା ଖୁଆଇ ମୁହଁରେ ବୋଳି ନିସ୍ତୁକ ମାଡ଼ ମାରିଥିଲେ। କେତେକ ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ ସେମାନେ ଏହି ଦମ୍ପତିଙ୍କୁ ରୋକି ପାରି ନ ଥିଲେ। ତେବେ ମହିଳା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଢେଙ୍କିକୋଟ ଫାଣ୍ଡିକୁ ଯାଇ ଜଣାଇଥିଲେ। ଏହାପରେ ଫାଣ୍ଡି ଏଏସଆଇ ସତ୍ୟନାରାୟଣ ପରିଡ଼ା ସଦଳବଳ ଆମ୍ବୁଆପଡ଼ା ଗ୍ରାମରେ ପହଞ୍ଚି ରମେଶ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଗଦଲି ମୁଣ୍ଡାଙ୍କୁ ଗିରଫ କରିଥିଲେ। ଏନେଇ ଢେଙ୍କିକୋଟ ଥାନାରେ ଦଫା ୩୦୭, ୩୫୪ ଓ ୫୦୬ ଆଇପିସିରେ ଏକ ମାମଲା (ନଂ ୫୩/୧୯) ରୁଜୁ ହୋଇଛି। ଗିରଫ ଦମ୍ପତିଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଏହି ଦମ୍ପତିଙ୍କ ପୁଅ କେଉଁ କାରଣରୁ କାନ୍ଦୁଛି, ଚିକିତ୍ସା ନ କରି ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ମାନି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ମହିଳାଙ୍କୁ ଡାକ୍ତରଖାନାରେ ପଚରାଉଚରା କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri