ସୁନ୍ଦରଗଡ଼, ୧୭।୧ (ଡି.ଏନ୍.ଏ. )-ଆଦିବାସୀ ବହୁଳ ସୁନ୍ଦରଗଡ ଜିଲାରେ ଏବେ ମଧ୍ୟ ଗୁଣିଗାରେଡି ସନ୍ଦେହ ଲୋକଙ୍କ ମନରେ ବସାବାନ୍ଧିଛି। ଏହି କାରଣରୁ ଅନେକ ନିରୀହ ଜୀବନ ବଳି ପଡୁଛି। ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ଗୁରୁବାର ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତା ମହିଳାଙ୍କ ନାମ ବନ୍ଧନୀ ଓରାମ ଓ ତାଙ୍କ ଘର ଟିକାୟତପାଲି ଥାନା ଅନ୍ତର୍ଗତ ଚିକିଟିନାଳି ଗ୍ରାମରେ। ବୁଧବାର ସେ ନିଜ ଝିଅ ଘର ଟିକିରାପୋଷ ଆସିଥିଲେ। ରାତିରେ ଖାଇପିଇ ସମସ୍ତେ ନିଆଁ ପୋଉଁଥିବାବେଳେ ଏହି ସମୟରେ ଝିଅର ଦିଅର ରତିକାନ୍ତ ଓରାମ ପହଞ୍ଚି ପାଟିତୁଣ୍ଡ କରିଥିଲେ। ବନ୍ଧନୀଙ୍କୁ ଗାଳିକରି କହିଥିଲେ ତୁମେ ଗୁଣିଗାରେଡି କରି ଆମ ପରିବାରର କ୍ଷତି କରୁଛ। ଆମ ଭାଉଜଙ୍କୁ ମଧ୍ୟ ଗୁଣିଗାରେଡି ବିଦ୍ୟା ଶିଖାଉଛ। ତେଣୁ ତୁମକୁ ଶେଷ କରିଦେବି କହି ଏକ ଟାଙ୍ଗିଆରେ ତାଙ୍କୁ ହାଣି ଫେରାର୍ ହୋଇଯାଇଥିଲେ। ଏହି ସମୟରେ ପାଖରେ ଥିବା ଏକ ଦେଢବର୍ଷର ଶିଶୁ ମଧ୍ୟ ରତିକାନ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ା ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ଖବରପାଇ ଗୁରୁବାର ସକାଳେ ବଣାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପୋଲିସ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି ା ଘଟଣାସ୍ଥଳରୁ ପୋଲିସ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All

କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ
ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ...

ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଇ ଜୀବନ ହାରିଲେ କଲେଜ ଛାତ୍ରୀ
ଆନନ୍ଦପୁର,୧୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆନନ୍ଦପୁର ଥାନା ଅଧୀନ ଫକିରପୁର ଅଞ୍ଚଳର ଏକ ଘରୋଇ ମହିଳା...

୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲା ଡିଜେ: ଚାଲିଗଲା ୨ ଜୀବନ, ୭ ଆହତ
ଭଦ୍ରକ/ତିହିଡ଼ି,୧୫ା୪(ସନାତନ ରାଉତ/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ୍ ନୂଆନନ୍ଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପାଟୁଆ ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ଶୋଭାଯାତ୍ରାରେ ଆସୁଥିବା ଡିଜେ...

ବାଇକ୍କୁ ଚାପିଦେଲା ଟ୍ରକ୍: ୩ ମୃତ
ବଡ଼ଗାଁ,୧୫।୪: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ମରିଚିମୁଣ୍ଡା ନିକଟରେ ମଙ୍ଗଳବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ୩ଜଣ...

ସରକାରୀ ନୋଟିସ ମୂଲ୍ୟହୀନ: କେନ୍ଦ୍ରାପଡ଼ାରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ
କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ବାଂଲାଦେଶ ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ଖୋଲାମେଲା ସମୁଦ୍ର। ଏହି ଦୂରତା ଅତିକ୍ରମ କରିବା ପାଇଁ ସି ସଟ୍ଲକୁ ମାତ୍ର ୮...

ସ୍କୁଟି ବାଇକ୍ ଧକ୍କାରେ ଜଣେ ମୃତ, ୩ ଗୁରୁତର
ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ
ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଭାଜପା ତରଫରୁ ବ୍ଲକ୍ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ
ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...