ଡିଜିପିଙ୍କ ବଦଳିକୁ ବିରୋଧୀଙ୍କ କଟାକ୍ଷ: ସତ୍‌ସାହସ ଥିଲେ ମାରିକଙ୍କ ବିରୋଧରେ ଥିବା ଲୋକପାଳ ରିପୋର୍ଟ ଦେଖାଅ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ସାରେ ହଠାତ୍‌ ଡିଜିପି ବି.କେ. ଶର୍ମାଙ୍କୁ ଦାୟିତ୍ୱରୁ ହଟାଇବା ଘଟଣାକୁ ବିରୋଧୀ କଡା ସମାଲୋଚନା କରିଛନ୍ତି। ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ଏମିତି ରାତିଅଧିଆ କାଢି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦେବା, ପୂର୍ବତନ ଡିଜିପିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ଘଟଣାକୁ ଉଭୟ କଂଗ୍ରେସ ଏବଂ ଭାଜପା ସମାଲୋଚନା କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଡି.ଜି. ପୋଲିସଙ୍କ ବିରୋଧରେ ଯେଉଁ ତଦନ୍ତ ଚଳାନ୍ତି ତାହା କେବଳ ଲୋକଦେଖାଣିଆ । ସରକାର ଗୋଟିଏ ପଟେ ବରିଷ୍ଠ ଅଭିଯୁକ୍ତ ଅଧିକାରୀଙ୍କୁ ବଞ୍ଚାଇବାକୁ ତଦନ୍ତ ରିପୋର୍ଟକୁ ହଜେଇବେ, ଅନ୍ୟପଟେ ବାହାବା ନେବାପାଇଁ ତଦନ୍ତ କମିଟି ଗଠନର ନିର୍ଦ୍ଦେଶ ଦେବେ। ବି.କେ. ଶର୍ମାଙ୍କ ବିରୋଧରେ ବହୁ ଅଭିଯୋଗ ଅଛି ଦର୍ଶାଇ ତା’ର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଏହା ଏକ ଚାଲ୍‌। ଯଦି ଏହା ମିଛ ତେବେ ପୂର୍ବତନ ଡି.ଜି. ପୋଲିସ ସଞ୍ଜିବ ମାରିକ୍‌ଙ୍କ ବିରୋଧରେ ହୋଇଥିବା ଲୋକପାଳ ରିପୋର୍ଟକୁ ସରକାର ଖୁଲାସା କରନ୍ତୁ। ସାଧାରଣ ପ୍ରଶାସନ ବିଭାଗରେ କିଏ ମାରିକଙ୍କ ଲୋକପାଳ ରିପୋର୍ଟକୁ ଗାଏବ କରିଛି ସରକାର ତା’ର ଉତ୍ତର ରଖନ୍ତୁ। ୧୧ବର୍ଷ ହେଲା ମାରିକ୍‌ଙ୍କ ବିରୋଧରେ ହୋଇଥିବା ଲୋକପାଳ ତଦନ୍ତ କମିଶନ ରିପୋର୍ଟ ସରକାରଙ୍କ ପାଖରେ ନାହିଁ, ଏହା ରାଜ୍ୟପାଳଙ୍କ ପାଖରେ ଅଛି ବୋଲି କୁହାଯାଉଛି। ମାତ୍ର ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଚିଠି ନଂ. ୧୧୫୮୨ରେ ସ୍ପଷ୍ଟ ଉଲ୍ଲେଖ ଅଛି ୨୦୦୮ ଏପ୍ରିଲ ୫ରେ ଲୋକପାଳ ରିପୋର୍ଟ ସରକାରଙ୍କୁ ଦିଆଯାଇଛି। ଯଦି ସତ୍‌ସାହସ ଅଛି ତେବେ ଉକ୍ତ ରିପୋର୍ଟର ଖୁଲାସା କରାଯାଉ ବୋଲି ସତ୍ୟପ୍ରକାଶ ଅଭିଯୋଗ କରିଛନ୍ତି।
ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଯେତେବେଳେ ସରକାର ତାଙ୍କୁ ନିଯୁକ୍ତି ଦେଲେ ତାଙ୍କ କାର୍ଯ୍ୟକଳାପ କ’ଣ ଜାଣି ନ ଥିଲେ। ଯଦି ଜାଣି ନ ଥିଲେ ତେବେ ସେଥିପାଇଁ ସରକାର ଦାୟୀ। ରାତିଅଧିଆ ବାହାର କରି ଫୋପାଡି ଦେବା କେତେ ଯୁକ୍ତିଯୁକ୍ତ। ଡିଜିପିମାନଙ୍କୁ ସରକାର କଣ୍ଢେଇ ପରି ବ୍ୟବହାର କରୁଛନ୍ତି। ଯେତେବେଳେ ଯାହାକୁ ଚାହୁଁଛନ୍ତି କିକ୍‌ ମାରି କାଢୁଛନ୍ତି। ଏହା ନୂଆ କଥାନୁହେଁ ବୋଲି ତାରା କହିଛନ୍ତି। ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସରକାର କୌଣସି ଅଫିସରଙ୍କ ଉପରେ ଭରସା ରଖିପାରୁ ନାହାନ୍ତି। ଅଫିସରଙ୍କୁ ନିଜ ମୁତାବକ ଚଳାଇବାକୁ ଚାହୁଁଛନ୍ତି। ଯିଏ ଚଳିପାରୁ ନାହିଁ ତାକୁ ପରିବର୍ତ୍ତନ କରୁଛନ୍ତି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri