ଡିସେମ୍ବର ୧୫ରୁ ତୋଷାଳୀ କ୍ରାଫ୍ଟସ୍‌ ମେଳା: ୪୦୦ ଷ୍ଟଲ୍‌ରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ ଚତୁର୍ଦ୍ଦଶ ତୋଷାଳୀ ମେଳା। ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୪୦୦ରୁ ଊର୍ଦ୍ଧ୍ୱ କାରିଗର ଓ ବୁଣାକାର ଯୋଗଦେବାକୁ ଥିବାବେଳେ ପ୍ରାୟ ୪୦୦ ଷ୍ଟଲ୍‌ ଖୋଲାଯିବାକୁ ସ୍ଥିର ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ଖ୍ୟାତନାମା କାରିଗର ଓ ବୁଣାକାର ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ଉତ୍ପାଦକୁ ଏଠାରେ ପ୍ରଦର୍ଶନ ସହିତ ବିକ୍ରୟ କରିବେ। ଚତୁର୍ଦ୍ଦଶ ଜାତୀୟ ତୋଷାଳୀ କ୍ରାଫ୍ଟସ୍‌ ମେଳା ଅୟୋଜନ ନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ବୁଧବାର ଲୋକସେବା ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଓଡ଼ିଶା ସହ ଭାରତର ଅନ୍ୟ ରାଜ୍ୟଗୁଡ଼ିକର ଜନଜାତିଙ୍କ କଳା, ସଂସ୍କୃତି ଏବଂ ସେମାନଙ୍କ ସାମଗ୍ରୀକୁ ତୋଷାଳୀ ମେଳାରେ ପ୍ରଦର୍ଶନ କରିବା ନିମନ୍ତେ ଗୁରୁତ୍ୱ ଦେଇଥିଲେ। ଚଳିତବର୍ଷ ମେଳାକୁ ନୂତନ ଓ ସ୍ବତନ୍ତ୍ର ରୂପ ଦେବା ନିମନ୍ତେ ଦିଆନ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଭାଗୀୟ ସଚିବ ଶୁଭା ଶର୍ମା ତୋଷାଳୀ ମେଳାର ଆୟୋଜନ ନିମନ୍ତେ ଗଠିତ ସମସ୍ତ କମିଟିର କାର୍ଯ୍ୟଧାରା ସଂପର୍କରେ ଆଲୋଚନା କରିଥିଲେ। ଚଳିତବର୍ଷ ମେଳା ପରିସରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ନିମନ୍ତେ ପ୍ରାଥମିକତା ଦିଆଯିବ। ଏହାସହ ତୋଷାଳୀ ମେଳାରେ ଯେପରି ଜନସାଧାରଣ ଓଡ଼ିଶାର ହଜିଯାଉଥିବା ଲୋକକଳାର ଝଲକ ଦେଖିବାର ସୁଯୋଗ ପାଇବେ ତାହାଉପରେ ଗୁରୁତ୍ୱ ଦିଆଯିବ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମେଳାର ବିଷୟବସ୍ତୁ ‘ହସ୍ତତନ୍ତ’ ଉପରେ ପର୍ଯ୍ୟବସିତ ହେବ। ଓଡ଼ିଶାର ହସ୍ତତନ୍ତର ସ୍ବତନ୍ତ୍ର କାରିଗରି ଓ ବର୍ତ୍ତମାନର ସମୟକୁ ତାଳଦେଇ ହସ୍ତତନ୍ତ ପ୍ରସ୍ତୁତ ଆଧୁନିକ ପରିଧାନ ସହ ମଡେଲ୍‌ମାନଙ୍କୁ ମଞ୍ଚରେ ଦେଖିବାକୁ ମିଳିବ। ପ୍ରସ୍ତୁତି ବୈଠକରେ ବିଭାଗୀୟ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା, ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ହସ୍ତଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ, ଉତ୍କଳିକା ଏମ୍‌.ଡି ଅନୁଜ ଦାସ ପଟ୍ଟନାୟକ, ସିଡାକ୍‌ର ମେମ୍ବର ସେକ୍ରେଟାରି ସିତିକାନ୍ତ ଷଡ଼ଙ୍ଗୀଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଡିସେମ୍ବର 15 ରୁ ତୋଷାଳୀ କ୍ରାଫ୍ଟସ୍ ମେଳା

ଡିସେମ୍ବର ୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ ଚତୁର୍ଦ୍ଦଶ ତୋଷାଳୀ ମେଳା । ଚଳିତ ବର୍ଷ ଏହି ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୪ ଶହରୁ ଉର୍ଦ୍ଧ୍ବ କାରିଗର ଓ ବୁଣାକାର ଯୋଗଦେବେ । ଏହାସହ ପ୍ରାୟ ୪ ଶହ ଷ୍ଟଲ୍ ଖୋଲାଯିବାକୁ ସ୍ଥିର ହୋଇଛି ।ଚଳିତ ବର୍ଷ ମେଳା ପରିସରକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରାଥମିକତା ଦିଆଯିବ ।#Toshali #ToshaliCraftsMela #DharitriLive #Handicrafts #14thToshaliMela #Handloom #ToshaliNationalCraftsMela2019 #JanataMaidan #Dharitri #Bhubaneswar

Dharitri ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಗುರುವಾರ, ನವೆಂಬರ್ 21, 2019


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri