କଥାବାର୍ତ୍ତା ହେଲା କାଳ: ବଜ୍ରପାତରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ବୁଗୁଡ଼ା,୧ା୬(ଡି.ଏନ.ଏ.)-ବୁଗୁଡ଼ା ଥାନା ଡେଙ୍ଗାବାଡ଼ ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡେଙ୍ଗାବାଡ଼ି ଗ୍ରାମର ସନ୍ତୋଷ ଗୌଡ଼ (୩୦) ଓ ଅନ୍ୟ ଜଣେ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆ(୨୮)। ଗୁରୁତର ଜଣକ ଡେଙ୍ଗାବାଡ଼ି ଗ୍ରାମର ବଳରାମ ଗୌଡ଼ (୩୦)। ଏନେଇ ବୁଗୁଡ଼ା ଥାନାରେ କେସ ନଂ. ୧୧/୨୦ ଓ ୧୨/୨୦ରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପ୍ରକାଶ ଯେ ଡେଙ୍ଗାବାଡ଼ି ଗ୍ରାମର ଏକ ବାରଣ୍ଡାରେ ସନ୍ତୋଷ, ନିଳାଞ୍ଚଳ ଓ ବଳରାମ ଏକାଠି ବସି କଥାବାର୍ତ୍ତା ହେଉଥିଲେ। ସେହି ସମୟରେ ବଜ୍ରପାତ ଘଟିବାରୁ ୩ ଜଣ ଗୁରୁତର ହୋଇଥିଲେ। ଗ୍ରାମବାସୀ ଗୁରୁତରଙ୍କୁ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନୀଳାଞ୍ଚଳ ଓ ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ। ବଳରାମଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ଜଣାପଡ଼ିଛି। ବୁଗୁଡ଼ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ବୁଗୁଡ଼ା,୧ା୧୧(କାଳିଚରଣ ଦାଶ): ବୁଗୁଡା ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍‌ ଗ୍ୟାରେଜରେ ବିଦ୍ୟୁତ୍‌ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନ୍ତରପଡା ଗ୍ରାମର...

ବାଇକ୍‌ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ନଂ.ଓ୍ବାର୍ଡ ମୁକ୍ତେଶର ଶୈବପୀଠ ସଂଲଗ୍ନ କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।...

ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି/ଚିକିଟି୩୦ା୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ରହ୍ମା ନଗର ସନ୍ତୋଷ କୁମାର ପଣ୍ଡାଙ୍କ ଘରୁ ଗତ ୭ ତାରିଖ ବିଳମ୍ବିତ ରାତିରେ...

ଦିଗପହଣ୍ଡିରେ ବୁଲୁଛି ମହାବଳ; ପାଦଚିହ୍ନ ଠାବ, ସନ୍ଧ୍ୟାରେ ଘରୁ ନ ବାହାରିବାକୁ ପରାମର୍ଶ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଗ୍ରାମ ପଦ୍ମପୁର ନିକଟସ୍ଥ ମକାବାଡରେ ମହାବଳ ବାଘର ପାଦ...

ଏମ୍‌କେସିଜିରେ ରାଗିଂ ଘଟଣା: ୫ ସନିୟର୍‌ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍‌ ମନା

ବ୍ରହ୍ମପୁର,୩୦।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ୍‌ ଗଲେ ସ୍ବାମୀ

ଦିଗପହଣ୍ଡି,୩୦ା୧୦:(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଓ୍ବାର୍ଡ ନଂ.୨ ଅଧୀନ ମେଦିରି ସାହିରେ ରହୁଥିବା ଶଙ୍କର ନାୟକଙ୍କୁ ବୁଧବାର ପୋଲିସ ଗିରଫ କରି...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଦାୟିତ୍ୱ ନେଲେ ବିନୋଦ ବେହେରା, କହିଲେ ରାଜସ୍ବ ସମମ୍ବନ୍ଧୀୟ ସେବା ଯେମିତି…

ପୁରୁଷୋତ୍ତମପୁର,୩୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ବିନୋଦ କୁମାର ବେହେରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର...

ଦର ବୃଦ୍ଧି ସତ୍ତ୍ୱେ ଧନତେରସରେ ୨୫ କୋଟିର ବ୍ୟବସାୟ

ବ୍ରହ୍ମପୁର,୩୦।୧୦(ସ୍ମୃତି ରଞ୍ଜନ ମହାଲିକ): ଧନତେରସ ଓ ଅକ୍ଷୟ ତୃତୀୟା ଭଳି ଦିନରେ ଗହଣା ସାମଗ୍ରୀ କିଣିଲେ ଶୁଭ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri