Posted inଖେଳ

ଡେଭିସ୍‌ କପ୍‌: ଭାରତୀୟ ଚ୍ୟାଲେଞ୍ଜ ଏଣିକି କଷ୍ଟକର

ନୂଆଦିଲ୍ଲୀ, ୮ା୯ (ପି.ଟି.)- ଟେନିସ ଖେଳର ବିଶ୍ୱ ପରିଚଳାନା ପରିଷଦ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ (ଆଇଟିଏଫ୍‌) ଡେଭିସ୍‌ କପ୍‌ ଫର୍ମାଟରେ ଆଉ ଏକ ପରିବର୍ତ୍ତନ କରିଛି। ଆଞ୍ଚଳିକ ସ୍ତରରେ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌-୨ ପ୍ରତିଯୋଗିତାକୁ ଉଚ୍ଛେଦ କରିଛି, ଯଦ୍ଦ୍ବାରା ଭାରତର କ୍ୱାଲିଫାୟର୍ସ ପଥ ଅଧିକ କଷ୍ଟସାଧ୍ୟ ହୋଇଛି। ୨୦୨୦ରୁ ଭାରତୀୟ ଦଳକୁ ଉନ୍ନତ ୟୁରୋପ, ଦକ୍ଷିଣ ଓ ଉତ୍ତର ଆମେରକୀୟ ରାଷ୍ଟ୍ରଗୁଡ଼ିକ ସହ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତ୍ତମାନ ଆମେରିକା, ଏସିଆ/ଓସେନିଆ, ଏବଂ ୟୁରୋପିଆନ/ଆଫ୍ରିକା ତିନୋଟି ଜୋନ୍‌ରେ ଚାରୋଟି ଗ୍ରୁପ୍‌ ୧,୨, ୩,୪ ରହିଛି। ନୂତନ ଫର୍ମାଟ ଅନୁସାରେ ୨୦୨୦ଠାରୁ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌ -୨ ରହିବ ନାହିଁ। ଏହା ପରିବର୍ତ୍ତେ ଓ୍ବାଲର୍‌ଡ ଗ୍ରୁପ୍‌-୧ରେ ୨୪ଟି ଦଳ ଏବଂ ଓ୍ବାଲର୍‌ଡ ଗ୍ରୁପ୍‌ -୨ରେ ୨୪ଟି ଦଳ ରହିବେ। ଏହା ନିଶ୍ଚିତ କୌତୂହଳପୂର୍ଣ୍ଣ ହେବ, କିନ୍ତୁ ଆମ ପାଇଁ କଷ୍ଟକର। ଏସିଆରେ ଆମେ ପ୍ରଭାବୀ ଦଳ ରହିଥିଲୁ। ମାତ୍ର ଏଣିକି ଆମ ପାଇଁ ପ୍ରତ୍ୟେକ ମ୍ୟାଚ କଷ୍ଟକର ହେବ ବୋଲି ଭାରତର ଅଣ ଖେଳାଳି ଅଧିନାୟକ ମହେଶ ଭୂପତି ପ୍ରତିକ୍ରିୟାରେ କହିଛନ୍ତି। ଆସନ୍ତାବର୍ଷ ମାର୍ଚ୍ଚରେ କ୍ୱାଲିଫାୟର୍ସର ୧୨ ପରାଜିତ ଦେଶ ଏବଂ ନୂତନ ଭାବେ ପ୍ରଚଳିତ ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ-ଅଫ୍‌ର ୧୨ଟି ଦଳକୁ ନେଇ ଓ୍ବାଲର୍‌ଡ ଗ୍ରୁପ୍‌-୧ ଗଠନ ହେବ। ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ-ଅଫ୍‌ରୁ ୧୨ ପରାଜିତ ଦଳ ଏବଂ ଓ୍ବାଲର୍‌ଡ ଗ୍ରୁପ୍‌-୨ ପ୍ଲେ-ଅଫ୍‌ରୁ ୧୨ ବିଜେତାଙ୍କୁ ନେଇ ଓ୍ବାଲର୍‌ଡ ଗ୍ରୁପ୍‌-୨ ଗଠନ ହେବ। ୨୦୨୦ ମାର୍ଚ୍ଚରେ କ୍ୱାଲିଫାୟର୍ସ ସହିତ ଏକ ସଙ୍ଗରେ ପ୍ଲେ-ଅଫ୍‌ ମ୍ୟାଚଗୁଡ଼ିକ ଖେଳାଯିବ। ଦୁଇ ଦିନିଆ ମୁକାବିଲା ନିଜ ଦେଶ ଏବଂ ବାହାରେ ଖେଳାଯିବ। ଜାତୀୟ ଆସୋସିଏଶନଗୁଡ଼ିକ ସହିତ ପରାମର୍ଶକ୍ରମେ ଏହି ନୂଆ ଫର୍ମାଟ କରାଯାଇଛି। ଯାହାଫଳରେ ଡେଭିସ୍‌ କପ୍‌ରେ ବିଶ୍ୱବ୍ୟାପୀ ଅଧିକ ଦେଶ ଭାଗ ନେଇପାରିବେ। ଦେଶଗୁଡ଼ିକ ନୂଆ ନୂଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ଖେଳିବାର ସୁଯୋଗ ପାଇ ପାରିବେ। ଡେଭିସ୍‌ କପ୍‌ରେ ଆଇଏଟିଏଫ୍‌ର ଏହା ଦ୍ୱିତୀୟ ବଡ଼ ପରିବର୍ତ୍ତନ। ବର୍ଷ ଶେଷ ଫାଇନାଲ୍ସ ପ୍ରଚଳନ କରିସାରିଛି। ଏଥିରେ ୧୮ଟି ଦଳ ମଧ୍ୟରେ ଟାଇଟଲ ମୁକାବିଲା ହେବ। ଏହି ପ୍ରତିଯୋଗିତା ଗୋଟିଏ ସ୍ଥାନରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବ। ଏସିଆ/ଓସେନିଆ ଗ୍ରୁପ୍‌-୧ରେ ଭାରତର ପ୍ରଧାନ୍ୟ ରହିଥିଲା। ବହୁ ବର୍ଷ ଧରି ଦଳ ଓ୍ବାଲର୍‌ଡ ଗ୍ରୁପ୍‌ ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଆସୁଥିଲା। ପୂର୍ବରୁ ଚଳିଆସୁଥିବା ଫର୍ମାଟ ଅନୁସାରେ ଭାରତୀୟ ଦଳକୁ କୋରିଆ, ନ୍ୟୁଜିଲାଣ୍ଡ, ଚାଇନା, ପାକିସ୍ତାନ, ଚାଇନିଜ ତାେଇପ, ଲେବାନନ ଏବଂ ଉଜ୍‌ବେକିସ୍ତାନ ଭଳି ଦେଶ ସହିତ ମୁକାବିଲା କରିବାକୁ ପଡୁଥିଲା। ଏହି ଦେଶଗୁଡ଼ିକରେ ଭଲ ଖେଳାଳିଙ୍କ ସଂଖ୍ୟା ଖୁବ୍‌ କମ। କିନ୍ତୁ ୨୦୨୦ରେ ନୂଆ ଫର୍ମାଟ ପ୍ରଚଳନ ହେବା ପରେ ଭୂପତିଙ୍କ ଦଳକୁ ମ୍ୟାଚ ଜିତିବା ସହଜ ହେବ ନାହିଁ। ଆସନ୍ତା ସପ୍ତାହରେ ଆଞ୍ଚଳିକ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌-୨ ମୁକାବିଲାଗୁଡ଼ିକ ପରେ ଓ୍ବାଲର୍‌ଡ ଗ୍ରୁପ୍‌-୧ ଏବଂ ୨ରେ ୨୦୨୦ ଡେଭିସ୍‌ କପ୍‌ କ୍ୱାଲିଫାୟର୍ସ ଏବଂ ପ୍ଲେ-ଅଫ୍‌ ଲାଇନ୍‌ ଅପ୍‌ ସ୍ଥିର ହେବ। ଦୁଇ ପଡୋଶୀ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଯୋଗୁ ଭାରତର ପାକିସ୍ତାନ ବିପକ୍ଷ ମୁକାବିଲା ବାତିଲ ହୋଇଛି। ତେଣୁ ଲାଇନ୍‌-ଅପ୍‌ରେ ଭାରତର ସ୍ଥିତି କ’ଣ ହେବ ସେଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର,୭ ଆହତ ମଧ୍ୟରେ ଅଛନ୍ତି ଜଣେ ଶିଶୁ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ଗୋଲାପଡା ଛକରେ ରବିବାର ସକାଳେ ଏକ ଅଟୋ ଓ ବାଇକ ମୁହାମୁହିଁ ଧକ୍କା ହୋଇଛି।...

୮ବର୍ଷୀୟାଙ୍କୁ ବଳାତ୍କାର କଲେ ୧୦ମ ଶ୍ରେଣୀ ଛାତ୍ର

କିଶୋର ବୟସରେ ଅପରାଧ ମନୋବୃତ୍ତି ସମ୍ପ୍ରତି ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ନାବାଳକମାନେ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ଆସୁଛି। ନିକଟରେ ମଧ୍ୟପ୍ରଦେଶ ଭିଣ୍ଡରେ...

Humanoid Robots Race: ବିଶ୍ୱର ପ୍ରଥମ: ମାରାଥନ୍‌ରେ ୨୧ କି.ମି. ଦୌଡ଼ିଲେ ୨୧ ରୋବୋ

ବେଜିଂ, ୨୦।୪ (ପି.ଟି.): ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା) କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକଠାରୁ ବହୁ ଆଗରେ ଥିବା ନେଇ ଚାଇନା ପୁଣିଥରେ ପ୍ରମାଣିତ...

ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ, ଇ-କେୱାଇସି ନାଁରେ ଟଙ୍କା ଆଦାୟ ଅଭିଯୋଗ: ଜିଲାପାଳଙ୍କଠାରେ ଫେରାଦ ହେଲେ ହିତାଧିକାରୀ

ଭବାନୀପାଟଣା,୨୦।୪( ଉତ୍ତମ କୁମାର ଦାଶ ): ରାଜ୍ୟରେ ନୂଆ ସରକାର ଆସିବାପରେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’, ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’...

ଆଜିଠୁ କଳିଙ୍ଗ ସୁପର କପ୍‌

ଭୁବନେଶ୍ୱର,୨୦ା୪(ଅନାଦି କର): ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଷ୍ଟ ବେଙ୍ଗଲ...

Vehicle sales in Odisha: ଓଡ଼ିଶାରେ ଧିମେଇଛି ଗାଡ଼ି ବିକ୍ରି ଗତି

ଭୁବନେଶ୍ୱର,୨୦ା୪(ଅନୁରାଧା ମହାରଣା): ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ମୋଟର ଯାନ ବିକ୍ରିରେ ଘରୋଇ ସ୍ତରରେ ପ୍ରାୟ ୬ ପ୍ରତିଶତର ବୃଦ୍ଧି ରେକର୍ଡ କରିଛି। ଅଟୋମୋବାଇଲ ଡିଲର୍ସ...

Naveen Patnaik: ନବୀନଙ୍କ ପ୍ଲାନ ସମସ୍ତେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ୨୦ା୪(ସୁନିତ୍‌ ମିଶ୍ର):ବିଜେଡିର ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଶନିବାର ନିର୍ବାଚିତ ହୋଇଛନ୍ତି। ଜଣେ ମାତ୍ର ପ୍ରାର୍ଥୀ ଭାବେ ନବୀନ...

ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷା: କ୍ରୀଷ୍ଣା ବିକାଶ ଛାତ୍ରୀଛାତ୍ରଙ୍କ ବାଜିମାତ୍‌

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ଶନିବାର ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image