ନୂଆଦିଲ୍ଲୀ,୧୩।୭: ଚାଇନା ସୈନ୍ୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଦ୍ଦାଖର ଡେମ୍ଚୋକ୍ ସେକ୍ଟରରେ ଅନୁପ୍ରବେଶ କରି ନାହାନ୍ତି ବୋଲି ଭାରତୀୟ ସେନା ମୁଖ୍ୟ ବିପିନ୍ ରାଓ୍ବତ୍ ଶନିବାର ସୂଚନା ଦେଇଛନ୍ତି। ଏହା ଏକ ନିୟମିତ କାର୍ଯ୍ୟ। ଏଭଳି କାର୍ଯ୍ୟ ସୀମା ତଦାରଖ ପାଇଁ କରାଯାଇଥାଏ। କେତେକ ସମୟରେ ଭାରତୀୟ ସେନା ମଧ୍ୟ ଏଭଳି କରିଥାନ୍ତି ବୋଲି ସେ କହିଛନ୍ତି। ଭାରତ-ଚାଇନା ସୀମାରେ ଉତ୍ତେଜନା ସୃଷ୍ଟି ହୋଇ ନାହିଁ। ଏଠାରେ ସବୁ ଠିକ ଏବଂ ସ୍ବାଭାବିକ ଥିବା ସେ କହିଛନ୍ତି। ଜୁଲାଇ ୬ରେ ଦଲାଇ ଲାମାଙ୍କ ଜନ୍ମଦିନ ଅବସରରେ କିଛି ତିବ୍ବତ୍ ଲୋକେ ଏଠାରେ ପତାକା ଉତ୍ତୋଳନ କରିଥିବା ରିପୋର୍ଟ ମିଳିଥିଲା। ଚାଇନା ସୈନ୍ୟ ଡେମ୍ଚୋକ୍ ଅଞ୍ଚଳରେ ଅନୁପ୍ରବେଶ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା।