ଡ୍ରଗ୍ସ ଡିଲର ଏସ୍‌.କେ. ରାଜା ଗିରଫ:ଜଳପଥରେ ଆଣୁଥିଲେ ନିଶା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ବ୍ରାଉନ୍‌ସୁଗାର ଚୋରା କାରବାରର କିଙ୍ଗପିନ୍‌ ତଥା ଓଡ଼ିଶା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍ସ ଡିଲର ଏସ୍‌.କେ. ରାଜା(୨୯)ଙ୍କୁ ଏସ୍‌ଟିଏଫ୍‌ ଖୋର୍ଦ୍ଧାରୁ ଗିରଫ କରିଛି। ସେ ଏଜେଣ୍ଟ ଓ ଖୁଚୁରା ବେପାରୀଙ୍କୁ ବ୍ରାଉନସୁଗାର ଦେବାକୁ ଅପେକ୍ଷା କରିଥିବାବେଳେ ଧରାପଡ଼ିଥିଲେ। ତାଙ୍କଠାରୁ ୧୩୦ ଗ୍ରାମର ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଗୁଳି, ୧ ଲକ୍ଷ ଟଙ୍କା, ଗୋଟିଏ କାର ଓ ୬ ମୋବାଇଲ୍‌ ଫୋନ୍‌ ମିଳିଛି। ଦଫା ୨୫/୨୭ ଆର୍ମସ ଆକ୍ଟ ସହ ଏନ୍‌ଡିପିଏସ୍‌ରେ ମାମଲା (ନଂ.୧୨/୧୯) ରୁଜୁ କରି କୋର୍ଟ ଚାଲାଣ କରିଛି ଏସ୍‌ଟିଏଫ୍‌। ତେବେ ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ସେ ବାଂଲାଦେଶ ଓ କୋଲ୍‌କାତାରୁ ବୋଟରେ ବେଆଇନ ଭାବେ ବ୍ରାଉନସୁଗାର ସହ ଅନ୍ୟ ନିଶାଦ୍ରବ୍ୟ ଓଡ଼ିଶାକୁ ଆଣୁଥିଲେ। ଜଳପଥକୁ ସୁରକ୍ଷିତ ମାଧ୍ୟମ କରିବା ସହ ସେ ସାମ୍ରାଜ୍ୟ ବଢ଼ାଇ ଚାଲିଥିଲେ। ସମୁଦ୍ର ଦେଇ ଉପକୂଳରେ ପହଞ୍ଚତ୍ବା ପରେ ବିଭିନ୍ନ ନଦୀ ଦେଇ ପ୍ରମୁଖ ସ୍ଥାନକୁ ନେଉଥିଲେ। ବିଶେଷକରି ବାଲେଶ୍ୱର ଓ ଖୋର୍ଦ୍ଧାକୁ ଆଡ୍ଡାସ୍ଥଳ କରି ହୋଲ୍‌ସେଲିଂ କରୁଥିଲେ। ସେଠାରୁ ସ୍ବତନ୍ତ୍ର ଏଜେଣ୍ଟଙ୍କ ଜରିଆରେ ରାଜ୍ୟର ବିଭିନ୍ନ ଜିଲା ଓ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ ଏବଂ ନେପାଳରେ ରାଜା ବ୍ରାଉନସୁଗାର ଡିଲରଭାବେ କାର୍ଯ୍ୟ କରୁଥିଲେ। ରାଜାଙ୍କ ଏହି ନିଶା ସାମ୍ରାଜ୍ୟର ଖୋଳତାଡ଼ ପାଇଁ ତାଙ୍କୁ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ ଯୋଜନା କରୁଥିବା ଜଣାପଡ଼ିଛି।

ମତ୍ସ୍ୟଜୀବୀ ବେଶରେ ମାଛଧରା ବୋଟରେ ଯିବାଆସିବା କରୁଥିଲେ
ରାଜା ନିଜେ ବ୍ରାଉନ୍‌ସୁଗାର ଆଣିବା ପାଇଁ ବାଂଲାଦେଶ ଯାଉଥିଲେ। ତାଙ୍କ ସହ କେତେଜଣ ସହଯୋଗୀ ଯାଉଥିଲେ। ମାଛଧରା ବୋଟ ମାଧ୍ୟମରେ ଯିବାଆସିବା କରୁଥିଲେ। କୋଷ୍ଟଗାର୍ଡ କିମ୍ବା ପୋଲିସ ହାବୁଡ଼ରେ ପଡିଲେ ସେ ମତ୍ସ୍ୟଜୀବୀ ପରିଚୟ ଦେଉଥିଲେ। ଏଥିରେ ସହଯୋଗ କରୁଥିଲେ ନିର୍ଦ୍ଦିଷ୍ଟ କିଛି ମତ୍ସ୍ୟଜୀବୀ ଗୋଷ୍ଠୀ। ବିଶେଷକରି ମତ୍ସ୍ୟଜୀବୀ କୁହାଯାଉଥିବା ନୋଳିଆମାନେ ହିଁ ଏଥିପାଇଁ ତାଙ୍କଠାରୁ ମୋଟାଅଙ୍କର ଅର୍ଥ ନେଉଥିଲେ। ନିକଟରେ ବାଲେଶ୍ୱରରେ ଏକ ମାଛ ବୋଝେଇ ବୋଟ୍‌ ଉପରେ ପୋଲିସ ଚଢ଼ାଉ କରିଥିଲା। ଯାଞ୍ଚ ପରେ ମାଛ ପେଟରୁ ବ୍ରାଉନ ସୁଗାର ବାହାରିଥିଲା। ଏହି ର଼୍ୟାକେଟ ପଛରେ ରାଜା ହିଁ ମାଷ୍ଟରମାଇଣ୍ଡ୍‌ ବୋଲି ଜଣାପଡିଥିଲା। ବାଲେଶ୍ୱର ପୋଲିସ ରାଜାକୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ବିଭିନ୍ନ ସମୟରେ ବେଶ ବଦଳାଇ ଫେରାର ହେବାରେ ସକ୍ଷମ ହେଉଥିଲେ। ତେଣୁ ରାଜା ବାଲେଶ୍ୱର ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିଲେ। ସେହିଭଳି ମାସକ ତଳେ ରାଜାଙ୍କ ସହଯୋଗୀ ଏସ୍‌.କେ. ଆଜବାହର, ଏସ୍‌.କେ. ଆଜାଦ ଓ ରମାକାନ୍ତ ସାହୁ ଗିରଫ ହୋଇଥିଲେ। ସେହିଭଳି ଜେଲ୍‌ରେ ଥିବା ଖୋର୍ଦ୍ଧାର ବ୍ରାଉନ୍‌ସୁଗାର ବେପାରୀ ଛୋଟା ଓ ସହଯୋଗୀଙ୍କଠାରୁ ରାଜାଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ଧରିବାକୁ ଯୋଜନା ହୋଇଥିଲା। ଗତ କିଛିଦିନ ତଳେ ମାଛ ପେଟରେ ବ୍ରାଉନସୁଗାର ଭର୍ତ୍ତି କରାଯାଇ ବାଂଲାଦେଶରୁ ବୋଟରେ ଓଡ଼ିଶା ଆସୁଥିବାବେଳେ ବାଲେଶ୍ୱର ପୋଲିସ ଜବତ କରିଥିଲା। ଏହି ଘଟଣାରେ ରାଜା ମୁଖ୍ୟ କାର୍ପଟଦାର ଥିବା ଜଣାପଡିଥିଲା।

ହିରୋ ନିଶାରେ ଟିକ୍‌ଟକ୍‌ ଭିଡିଓ କରିଥିଲେ
ରାଜା କେବଳ ନିଜର କଳା ସାମ୍ରାଜ୍ୟରେ ବୁଡି ରହି ନ ଥିଲେ। ସେ ଓ ତାଙ୍କ ସହଯୋଗୀ ଏହି ଟଙ୍କାରେ ମଉଜମସ୍ତି କରୁଥିଲେ। ଏପରିକି ରାଜା ମୋବାଇଲ୍‌ରେ ଟିକ୍‌ଟକ୍‌ ଭିଡିଓ କରି ମଜା ଉଠାଉଥିଲେ। ସେ ଗିରଫ ହେବା ପରେ ପୋଲିସ ତାଙ୍କ ଟିକ୍‌ଟକ୍‌ ଭିଡିଓକୁ ଜବତ କରି ତଦନ୍ତ କରୁଛି। ରାଜା ହିରୋ ହେବା ନିଶାରେ ଏଭଳି ଏକାଧିକ ଟିକ୍‌ଟକ୍‌ ଭିଡିଓ କରିଥିବା ଏସ୍‌ଟିଏଫ୍‌କୁ ସୂଚନା ମିଳିଛି।

୭ ଦିନ ରିମାଣ୍ଡରେ ଆଣିବାକୁ ଯୋଜନା
ରାଜାଙ୍କ ବ୍ରାଉନସୁଗାର କାରବାରର ଆନ୍ତଃଦେଶୀୟ ସାମ୍ରାଜ୍ୟର ପୂରା ଖୁଲାସା କରିବା ସହ ଏହାକୁ ଧ୍ୱଂସ କରିବାକୁ ଏସ୍‌ଟିଏଫ୍‌ ତାଙ୍କୁ ୭ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ। ଅନୁମତି ମିଳିବା ପରେ ତାଙ୍କୁ ପଚରାଉଚରା କରାଯିବ। ତାଙ୍କ ବୟାନ ଆଧାରରେ ସ୍ବତନ୍ତ୍ର ଅପରେଶନ ଆରମ୍ଭ ହେବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର କହିଛନ୍ତି। ରାଜାଙ୍କ ସହ ଓଡ଼ିଶା ତଥା ବାହାରେ କେଉଁମାନେ ଲିଙ୍କରେ ରହିଛନ୍ତି, ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri