ଡ୍ରେସ କୋଡ ପରିବର୍ତ୍ତନ ନେଇ ଅସନ୍ତୋଷ : ଜିଲାପାଳଙ୍କୁ ଭେଟିଲେ ଛାତ୍ର ପ୍ରତିନିଧି ଦଳ

ଭବାନୀପାଟଣା,୧୧।୮(ଡି.ଏନ.ଏ.)
ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶନିବାର ଛାତ୍ର ପ୍ରତିନିଧି ଦଳ କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇ ଚଳିତ ଶିକ୍ଷାବର୍ଷରୁ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ କଲେଜ ପୋଷକ ପରିବର୍ତ୍ତନର ନିଷ୍ପତ୍ତି ନେଇ ଗତ ୭ ଅଗଷ୍ଟରେ କପଡାର ନମୁନା ସହ ଏକ ନୋଟିସ ଜାରି କରିଛନ୍ତି। ଏଥିପାଇଁ ଅଧ୍ୟକ୍ଷ ଇସି କମିଟିର ଅନୁମୋଦନ, ଷ୍ଟାଫ କାଉନସିଲର ରିଜୋଲ୍ୟୁସନ କିମ୍ବା ଆଲୁମିନି ସହ କୌଣସି ଆଲୋଚନା କରିନାହାନ୍ତି ବୋଲି ପୁରାତନ ଛାତ୍ର ସଂଘ ଅଭିଯୋଗ କରିଛି। ଏ ନେଇ ପୁରାତନ ଛାତ୍ର ସଂଘ ପକ୍ଷରୁ ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର, ଯୁବନେତା ମଣ୍ଟୁ ନାଏକ, ଅଜିତ ସାହୁ, ଛାତ୍ରନେତା କେ. ପ୍ରବୀଣ କୁମାର, ଅଶିଷ ମହାପାତ୍ର, ଶିବାନନ୍ଦ ସାହୁ, ସୂର୍ଯ୍ୟ କୁମାର, ସୂରଜ ଅଗ୍ରୱାଲ, ଉକତ୍ଳ ହରପାଲ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ପୁରୁଣା ଡ୍ରେସକୋଡକୁ ଲାଗୁ କରିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତରବରିଆ ଭାବେ ଅଧ୍ୟକ୍ଷ ଏକଚାଟିଆ ବାବେ ନିଷ୍ପତ୍ତି ନେଇ ପୋଷାକ ପରିବର୍ତ୍ତନର ଆବଶ୍ୟକତା କାହିଁକି ପଡିଲା ତାହା ଏବେ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ସେହିଭଳି କଲେଜ ପରିସରରେ ଜଣେ ବ୍ୟବସାୟୀଙ୍କୁ ପୋଷାକ ବିକ୍ରି ପାଇଁ ମୌଖିକ ଅନୁମତି ଦିଆଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଓଡିଶା ଗେଜେଟ ନୋଟିଫିକେସନ ଶୀଘ୍ର ପ୍ରକାଶ କରିବା, ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ, ହଷ୍ଟେଲଗୁଡ଼ିକ ମରାମତି କରିବା ଆଦି ଦାବି ନେଇ ଉଚ୍ଚ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ମାସରେ ରେଳରୋକୋ କରିବ ଯାତ୍ରୀ ସୁରକ୍ଷା କମିଟି

ରୁପ୍ରାରୋଡ୍‌,୧୯ା୪(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ରୁପ୍ରାରୋଡ୍‌ ରେଳଯାତ୍ରା ସୁରକ୍ଷା କମିଟି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ତା-୬.୫.୨୫ରେ ରୁପ୍ରାରୋଡ୍‌ରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ର...

ଶିକ୍ଷକତାରୁ ସଫଳ ଆମ୍ବ ଚାଷୀ :ବାର୍ଷିକ ରୋଜଗାର ୫ରୁ ୬ ଲକ୍ଷ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):  ବୃତ୍ତି ଶିକ୍ଷକତା ହେଲେ ନିଶା ଥିଲା ବିଭିନ୍ନ ପ୍ରକାର ଚାଷ। ଶିକ୍ଷକତାରୁ ସେ ପାଲଟିଛନ୍ତି ଜଣେ ସଫଳ ଆମ୍ବଚାଷୀ। ସେ ହେଲେ...

ଚୈତ୍ର ମହୋତ୍ସବ ଝାମୁଯାତ୍ରା ସମ୍ପନ୍ନ

ରିଷିଡ଼ା,୧୮ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବ ଶକ୍ତି ପୀଠରେ ଚାଲିଥିବା ଚୈତ୍ର ମହୋତ୍ସବର ସପ୍ତମ ଦିବସରେ ଝାମୁଯାତ୍ରା...

୩ଟି ମନ୍ଦିରର ରତ୍ନମୁଦ ଉତ୍ସବ: ଶ୍ରଦ୍ଧାଳୁଙ୍କ ମଧ୍ୟ ଉତ୍ସାହ

ଥୁଆମୂଳ ରାମପୁର,୧୮।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଆଦି ପୀଠ ଶକ୍ତି ପୀଠ ମହାମାଇ ମାଁ ମାଣିକେଶ୍ବରୀ ବିଜେ ଥୁଆମୂଳ ରାମପୁର, ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ...

ନିରନ୍ତର ବିକାଶ ଲକ୍ଷ୍ୟ ସମ୍ପର୍କିତ ତାଲିମ

କର୍ଲାମୁଣ୍ଡା,୧୭ା୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସମ୍ମିଳନୀ କକ୍ଷରେ ଗୁରୁବାର ନିରନ୍ତର ବିକାଶ ଲକ୍ଷ୍ୟ ସମ୍ପର୍କିତ ବ୍ଲକ୍‌ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲିମଦାତା...

ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

କେସିଙ୍ଗା,୧୭।୪,(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଭାରତୀୟ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image