ଡ୍ରୋନ୍‌ ପଞ୍ଜୀକରଣ ପାଇଁ ଶେଷ ସୁଯୋଗ:୩୧ ପରଠାରୁ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୪-୧(ବ୍ୟୁରୋ):ଏଣିକି ମନଇଚ୍ଛା ଆଉ ଉଡ଼ିପାରିବନି ଡ୍ରୋନ୍‌।ଏପରି କି ବିନା ପଞ୍ଜୀକରଣରେ ବେଆଇନ ଭାବେ ଡ୍ରୋନ୍‌ ପାଖରେ ରଖିଲେ ଓ ବିନାନୁମତିରେ ଉଡ଼ାଣ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶରେ ରହିଥିବା ଘରୋଇ ବା ବେସାମରିକ(ସିଭିଲ) ଡ୍ରୋନ୍‌ଗୁଡ଼ିକର ପଞ୍ଜୀକରଣ ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଛି। ଯେଉଁମାନେ ଡ୍ରୋନ୍‌ ରଖିଛନ୍ତି, ସେମାନେ ଭୟ କିମ୍ବା କୌଣସି ଆଶଙ୍କା ନ କରି ସ୍ବେଚ୍ଛାକୃତ ଭାବେ ଜଣାଇବାକୁ ମନ୍ତ୍ରଣାଳୟ ସୋମବାର ସୂଚନା ଜାରି କରିବା ସହ ଏହାପରଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍‌ଲାଇନ୍‌ ଲିଙ୍କ୍‌ ଜାରି କରାଯାଇଛି। ୧୪ ଜାନୁୟାରୀରୁ ୩୧ ତାରିଖ ମଧ୍ୟରେ ବେଆଇନ ଡ୍ରୋନ୍‌ ଓ ପରିଚାଳକଙ୍କ ସମ୍ପର୍କରେ ଉକ୍ତ ଲିଙ୍କ୍‌ (httsps://digitalsky.dgca.gov.in)ରେ ଜଣାଇବାକୁ କୁହାଯାଇଛି। ଏହାପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଗାଇଡ୍‌ଲାଇନ୍‌ ଅନୁସାରେ ଆବଶ୍ୟକ ଯାଞ୍ଚ୍‌ କରାଯାଇ ଡ୍ରୋନ୍‌ ପଞ୍ଜୀକରଣ କରାଯିବ। ଏଥିସହ ପରିଚାଳକଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେଶନ (ୟୁଆଇଏନ୍‌) ନମ୍ବର ଓ ଅନମ୍ୟାନ୍‌ଡ ଏୟାରକ୍ରାଫ୍ଟ ଅପରେଟର ପରମିଟ୍‌ (ୟୁଏଓପି) ମିଳିବ। ସେହିପରି ଡ୍ରୋନ୍‌ ଆକ୍‌ନଲେଜମେଣ୍ଟ ନମ୍ବର (ଡିଏଏନ୍‌) ଓ ଅପରେଟର ଆକ୍‌ନଲେଜମେଣ୍ଟ ନମ୍ବର (ଓଏଏନ୍‌) ମଧ୍ୟ ପ୍ରଦାନ କରାଯିବ। ଏହାପରେ ସିଭିଲ ଆଭିଏଶନ ରେଗୁଲେଶନ (ସିଏଆର୍‌) ନିୟମ ଆଧାରରେ ଡ୍ରୋନ୍‌ ଉଡ଼ାଣ ପାଇଁ ଅନୁମତି ମିଳିବ। ବିନା ଡିଏଏନ ଓ ଓଏଏନରେ ଡ୍ରୋନ୍‌ ଉଡ଼ାଣ କଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତରେ ମାତ୍ରାଧିକ ବେସାମରିକ ଡ୍ରୋନ୍‌ର ବ୍ୟବହାର ହେଉଥିବା ଓ ଏହା ଦେଶର ସୁରକ୍ଷା ତଥା ବିମାନ ଚଳାଚଳରେ ସମସ୍ୟା ସୃଷ୍ଟିର ଆଶଙ୍କା କରି ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ଫରେଷ୍ଟ ଗାର୍ଡ ଚାକିରୀ କରାଇଦେବା ଆଳରେ ୧.୫୦ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୯(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଆଇଆଇସିଙ୍କ ପୁଅ କହି ଜଣେ ଅଭିଯୁକ୍ତ ଚାକିରି ଦେବା ନାଁରେ ଜଣେ ଆଶାୟୀଙ୍କଠାରୁ ୧.୫୦ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏନେଇ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri