ତଥ୍ୟ ସଂଗ୍ରହ କଲେ କେନ୍ଦ୍ରୀୟ ଟିମ୍‌: ମଜୁରି ବୃଦ୍ଧି, ଠିକ୍‌ ସମୟରେ ଅନୁଦାନ ଦେବାକୁ ପ୍ରସ୍ତାବ

ଛତ୍ରପୁର,୧୦ା୧୧(ଡି.ଏନ.ଏ.)- ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌ ୨ଦିନ ଧରି ଗଞ୍ଜାମ ଜିଲାରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଜନସାଧାରଣ ଓ ମହିଳା ସଂଘଗୁଡିକ ସହ ଆଲୋଚନା କରିଥିଲେ। ଶନିବାର ତୃତୀୟ ଦିନରେ ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ଉପସ୍ଥିତ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ କେନ୍ଦ୍ରୀୟ ଟିମ୍‌ର ଗିରିଜା ପି. ଗୁପ୍ତା ଓ ଏନ୍‌. ଆର୍‌. ଭାନୁମତିଙ୍କୁ ଅବଗତ କରାଯାଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏପିଡି ରବି ନାରାୟଣ ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ
ଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସରେ କାମ କରୁଥିବା ଶ୍ରମିକଙ୍କ ମଜୁରି ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ଟିମ୍‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରମିକଙ୍କ ଦୈନିକ ମଜୁରି ରାଜ୍ୟ ସରକାର ୨୯୮ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଏମଜିଏନଆରଇଜିଏସ୍‌ରେ ଦୈନିକ ୧୮୮ ଟଙ୍କା ମିଳୁଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅନୁଦାନ ଆସିବାରେ ବିଳମ୍ବ ଯୋଗୁ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଠିକ୍‌ ସମୟରେ ମଜୁରି ମିଳୁ ନ ଥିବା କୁହାଯାଇଥିଲା। ଜିଲାରେ ଏମଜିଏନଆର୍‌ଇଜିଏସରେ ଲେମନ୍‌ ଗ୍ରାସ୍‌, କାଜୁ, ଆମ୍ବ ଓ କାଗଜି ଲେମ୍ବୁ ଚାଷ ହେଉଥିବା ସମ୍ପର୍କରେ କେନ୍ଦ୍ରୀୟ ଟିମ୍‌କୁ ସୂଚନା ଦିଆଯାଇଥିଲା। ୨୦୦୬-୦୭ରେ ଜିଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ତେବେ ଦିନକୁ ଦିନ ଏହି ଯୋଜନାରେ ଶ୍ରମିକମାନଙ୍କ କାମ କରିବା ସଂଖ୍ୟା ସହ ଶ୍ରମଦିବସ କମିବାରେ ଲାଗିଛି। ୨୦୧୭ରେ ୧୧ପ୍ରତିଶତ, ୨୦୧୮-୧୯ରେ ୮୩ ପ୍ରତିଶତ ଓ ୨୦୧୯-୨୦ (ବର୍ତ୍ତମାନ ସୁଦ୍ଧା)ରେ ୪୨ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ରୁରାଲ ହାଉସିଂ ହିତାଧିକାରୀଙ୍କୁ ଏହି ଯୋଜନାରେ ପାଇଖାନା, କମ୍ପୋଷ୍ଟ ପିଟ୍‌ ଆଦି ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯାଉଛି। ବିଭିନ୍ନ ଆବାସ ମେଳା, ଶ୍ରମିକ ସଂଘ ମେଳ, ସତରଞ୍ଜି ବୈଠକ ଓ ମୋ ନିବେଦନ କାର୍ଯ୍ୟକ୍ରମରେ ଏମ୍‌ଜିଏନ୍‌ଆରଇଜିଏସ୍‌ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଥିବା କେନ୍ଦ୍ରୀୟ ଟିମ୍‌କୁ ସୂଚନା ଦିଆଯାଇଥିଲା। କଲଭର୍ଟ, ଅଙ୍ଗନୱାଡି କେନ୍ଦ୍ର, ପାର୍କ, ପଞ୍ଚାୟତ ବିଲଡିଂ ନିର୍ମାଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ଜିଲାର ୧ ଲକ୍ଷ ୩୫ ହଜାର ୩୩୩ ଏସ୍‌ସି ଓ ଏସ୍‌ଟି ପରିବାରଙ୍କୁ ଏହି ଯୋଜନାରେ ଜବକାର୍ଡ ପ୍ରଦାନ କରାଯାଇଛି। ଏମଜିଏନଆରଇଜିଏସ୍‌ରେ ମହିଳା ମାନଙ୍କୁ ମଧ୍ୟ କାମ ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ରୀୟ ଟିମକୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ବୁଗୁଡ଼ା,୧ା୧୧(କାଳିଚରଣ ଦାଶ): ବୁଗୁଡା ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍‌ ଗ୍ୟାରେଜରେ ବିଦ୍ୟୁତ୍‌ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନ୍ତରପଡା ଗ୍ରାମର...

ବାଇକ୍‌ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ନଂ.ଓ୍ବାର୍ଡ ମୁକ୍ତେଶର ଶୈବପୀଠ ସଂଲଗ୍ନ କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।...

ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି/ଚିକିଟି୩୦ା୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ରହ୍ମା ନଗର ସନ୍ତୋଷ କୁମାର ପଣ୍ଡାଙ୍କ ଘରୁ ଗତ ୭ ତାରିଖ ବିଳମ୍ବିତ ରାତିରେ...

ଦିଗପହଣ୍ଡିରେ ବୁଲୁଛି ମହାବଳ; ପାଦଚିହ୍ନ ଠାବ, ସନ୍ଧ୍ୟାରେ ଘରୁ ନ ବାହାରିବାକୁ ପରାମର୍ଶ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଗ୍ରାମ ପଦ୍ମପୁର ନିକଟସ୍ଥ ମକାବାଡରେ ମହାବଳ ବାଘର ପାଦ...

ଏମ୍‌କେସିଜିରେ ରାଗିଂ ଘଟଣା: ୫ ସନିୟର୍‌ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍‌ ମନା

ବ୍ରହ୍ମପୁର,୩୦।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ୍‌ ଗଲେ ସ୍ବାମୀ

ଦିଗପହଣ୍ଡି,୩୦ା୧୦:(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଓ୍ବାର୍ଡ ନଂ.୨ ଅଧୀନ ମେଦିରି ସାହିରେ ରହୁଥିବା ଶଙ୍କର ନାୟକଙ୍କୁ ବୁଧବାର ପୋଲିସ ଗିରଫ କରି...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଦାୟିତ୍ୱ ନେଲେ ବିନୋଦ ବେହେରା, କହିଲେ ରାଜସ୍ବ ସମମ୍ବନ୍ଧୀୟ ସେବା ଯେମିତି…

ପୁରୁଷୋତ୍ତମପୁର,୩୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ବିନୋଦ କୁମାର ବେହେରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର...

ଦର ବୃଦ୍ଧି ସତ୍ତ୍ୱେ ଧନତେରସରେ ୨୫ କୋଟିର ବ୍ୟବସାୟ

ବ୍ରହ୍ମପୁର,୩୦।୧୦(ସ୍ମୃତି ରଞ୍ଜନ ମହାଲିକ): ଧନତେରସ ଓ ଅକ୍ଷୟ ତୃତୀୟା ଭଳି ଦିନରେ ଗହଣା ସାମଗ୍ରୀ କିଣିଲେ ଶୁଭ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri