ପିଲାଟିଏ ସ୍କୁଲରେ ପାଠପଢ଼ି ପାରେ। ମାତ୍ର କଥା ଯେତେବେଳେ ଜୀବନର ଉଠେ ତାହା ବିଦ୍ୟାଳୟ ନୁହେଁ ବରଂ ମା’ବାପା ଏହା ଭଲ ଭାବେ ଶିଖାଇପାରିବେ। ତେବେ ପିଲାଙ୍କ ଏକ ସୁନ୍ଦର ଭବିଷ୍ୟତ ଯଥା ସେମାନଙ୍କୁ ସାରା ଜୀବନ ଖୁସିରେ ରଖିବା ପାଇଁ ତରୁଣ (ଟିନ୍) ବୟସ ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଶିଖାନ୍ତୁ। ଯାହା ଆପଣଙ୍କୁ ପରବର୍ତ୍ତୀ ସମୟରେ ନିର୍ଭୟ ରଖିବ।
କେଶ ସଫା କରିବା: ପିଲାଙ୍କୁ ୧୩ ବର୍ଷ ପୂର୍ବରୁ ସଫା ରହିବା ଶିଖାନ୍ତୁ। ଅଧିକାଂଶ ମା’ ଅଛନ୍ତି ଯେଉଁମାନେ ସେମାନଙ୍କ ପିଲାଙ୍କୁ କେଶ ଧୋଇବା ବା ଏକା କୌଣସି କାମ କରିବାକୁ ଦେଇ ନ ଥାନ୍ତି। ତେବେ ଆପଣଙ୍କ ପିଲାଙ୍କ ଭଲ ପାଇଁ ସେମାନଙ୍କୁ ଏହି ସବୁ କଥା ଶିଖାଇବା ନିହାତି ଜରୁରୀ ହୋଇଥାଏ।
କପଡ଼ା ସଫା: ପିଲାଙ୍କୁ କପଡ଼ା ସଫାକରିବା ସିଖାନ୍ତୁ। ଆପଣ ଉପସ୍ଥିତ ରହି କେତେ ଡିଟର୍ଜେଣ୍ଟ ପାଉଡର ପକାଇବେ, କିପରି ଦାଗ ଛଡ଼ାଇବେ ଶିଖାନ୍ତୁ।
ଡାଏରି ମେଣ୍ଟେନ୍: ପିଲାଙ୍କୁ ଡାଏରି ଲେଖିବା ଶିଖାନ୍ତୁ। କାରଣ ଏହା ଫଳରେ ସେମାନେ ପରିବାର ସହ ଭାବାତ୍ମକ ଭାବେ ଯୋଡି ହୋଇପାରିବେ।
ଜଳଖିଆ ପ୍ରସ୍ତୁତି: ନିଜ ପିଲାଙ୍କୁ ଖାଦ୍ୟର ମୂଲ୍ୟ ଓ ରୋଷେଇ ଘରେ ରହି କାମ କରୁଥିବା ଲୋକର କଷ୍ଟ ଅନୁଭବ କରିବା ପାଇଁ ଖାଦ୍ୟ ପ୍ରସ୍ତୁତି କରିବା ଶିଖାନ୍ତୁ।