ବାସୁଦେବପୁର,୧୬।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତର କୁରୁଦା ଗ୍ରାମରେ ଏକ ପାଣିନାଳ ସଂଲଗ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ହେବା ପରେ ଜଳ ନିଷ୍କାସନରେ ପ୍ରତିବନ୍ଧକ ସାଜିଛି। ଏହାର ପ୍ରତିବାଦରେ ଗ୍ରାମବାସୀ ଆମରଣ ଅନଶନ କରିଛନ୍ତି। ସୋମବାର ପୂର୍ବାହ୍ନରେ ଗ୍ରାମର ଲକ୍ଷ୍ମୀକାନ୍ତ ସ୍ବାଇଁ, ମୁକ୍ତିକାନ୍ତ ସ୍ବାଇଁ, ଗୁଣନିଧି ସ୍ବାଇଁଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ତୁରନ୍ତ ଜଳ ନିଷ୍କାସନ ନାଳିକୁ ପରିଷ୍କାର କରିବା ଓ ଆବାସ ଯୋଜନା ବାବଦରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।