କଟକ ଅଫିସ,୧୧ା୫: ତାମିଲନାଡୁର କାଞ୍ଚିପୁରାମରୁ ୩୦ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍ କଟକ ଦେଇ ଯାଉଥିଲା। ସୋମବାର ସକାଳେ ବସ୍ରୁ ୧୫ଜଣ ଯାତ୍ରୀ କଟକସ୍ଥିତ ଓଏମ୍ପି ଛକରେ ଓହ୍ଲାଇଛନ୍ତି। ସେମାନେ ସେଠାରୁ ଜଗତସିଂହପୁର ଆଡ଼କୁ ଚାଲିଚାଲି ଯାଇଛନ୍ତି। ତେବେ ସେହି ଶ୍ରମିକମାନେ କେଉଁ ଅଞ୍ଚଳର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।