ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ ୟୁରିଆ, ଆମୋନିଆ

ନୂଆଦିଲ୍ଲୀ,୧୮-୯: ଅନୁଗୋଳ ଜିଲାର ତାଳଚେରସ୍ଥିତ ସାର କାରଖାନାରୁ ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି କୋଲ୍‌ ଗ୍ୟାସିଫିକେଶନ(କୋଇଲା ବାଷ୍ପୀକରଣ) ୟୁନିଟ ସ୍ଥାପନ ଲାଗି ଅଂଶୀଦାରଙ୍କ ମଧ୍ୟରେ ମଙ୍ଗଳବାର ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୩,୨୭୭ କୋଟି ଟଙ୍କା ନିବେଶରେ ଏହି ୟୁନିଟ ଗ୍ୟାସ୍‌ ଅଥରିଟି ଇଣ୍ଡିଆ ଲିମିଟେଡ୍‌(ଗେଲ୍‌), ଆର୍‌ସିଏଫ୍‌, କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଏବଂ ଏଫ୍‌ସିଆଇଏଲ୍‌ ଭଳି କମ୍ପାନୀ ଦ୍ୱାରା ମିଳିତ ଭାବେ ସ୍ଥାପନ କରାଯିବ। ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ୍‌ ୟୁରିଆ ଏବଂ ୦.୭୩ ନିୟୁତ ମେଟ୍ରିକ ଟନ୍‌ ଆମୋନିଆ ଉତ୍ପାଦିତ ହେବ। ପ୍ଲାଣ୍ଟ ଲାଗି କୋଲ୍‌ ଗ୍ୟାସିଫିକେଶନ ଟେକ୍ନୋଲୋଜି ଉହାନ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ ପ୍ରଦାନ କରିବ ବୋଲି ଜଣାପଡିଛି।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ପେଟ୍ରୋଲିୟମ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାଳଚେର ସାର କାରଖାନା ନୂଆ ଜ୍ଞାନକୌଶଳ ଆଧାରରେ ଆମୋନିଆ ଏବଂ ୟୁରିଆ ପ୍ରସ୍ତୁତ କରିବାକୁ ସକ୍ଷମ ହେବ। ଦେଶର ବିକାଶ ଧାରାରେ ଏହା ଏକ ନୂତନ ଅଧ୍ୟାୟ ଯୋଡିବ। ଶିଳ୍ପ ୟୁନିଟଗୁଡିକରେ ଅଙ୍ଗାରକାମ୍ଳ ବାଷ୍ପ କମାଇବା ଦିଗରେ ଭାରତ ଏହାର ପ୍ରତିବଦ୍ଧତା ଦେଖାଇବା ସହ କୋଲ୍‌ ଗ୍ୟାସିଫିକେଶନ ଟେକ୍ନୋଲୋଜି ଦ୍ୱାରା ଏହି ଦିଗରେ ଅଗ୍ରସର ହେଉଛି।
ଅନେକ ଦିନରୁ ବନ୍ଦ ପଡିଥିବା ଏହି ୟୁନିଟକୁ ପୁନରୁଦ୍ଧାର ଲାଗି ସରକାର ନିଷ୍ପତ୍ତି ନେଇଥିବା ସେ ପ୍ରକାଶ କରିଛନ୍ତି। ପୂର୍ବାଞ୍ଚଳ ଗ୍ୟାସ୍‌ ଗ୍ରୀଡ ଲାଗି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ଗୋରଖପୁର ଏବଂ ବରୌଣୀକୁ ଏଥିରେ ଯୋଡାଯାଇଥିବା ବେଳେ ସିନ୍ଧରୀକୁ ଶୀଘ୍ର ଏହା ଛୁଇଁବ। ସାର ଉତ୍ପାଦନ ପାଇଁ ଉଭୟ କୋଇଲା ଏବଂ ପେଟ୍‌କୋକ ଜାଳେଣୀ ଭାବେ ବ୍ୟବହାର କରାଯିବ। ତାଳଚେର ଅଞ୍ଚଳର ଉତ୍ତର ଅର୍ଖପାଳ ଖଣିର ଉତ୍ତର ଭାଗରୁ ଏହି ୟୁନିଟ୍‌ ଲାଗି କୋଇଲା ବ୍ୟବହାର କରାଯିବ। ଏହାକୁ ଟିଏଫ୍‌ଏଲ୍‌କୁ ପ୍ରଦାନ କରାଯାଇଥିବାବେଳେ କ୍ୟାଫ୍ଟିଭ ଖଣିର ବିକାଶ ଲାଗି କାର୍ଯ୍ୟକ୍ରମ ଜାରି ରହିଛି।
ଧର୍ମେନ୍ଦ୍ର କହିଛନ୍ତି ଯେ, ପାରାଦୀପ ରିଫାଇନେରୀରୁ ପେଟ୍‌କୋକ ଅଣାଯାଇ ଏଠାରେ ବ୍ୟବହାର ହେବ। ପରିବେଶ ଉପଯୋଗୀ ଢଙ୍ଗରେ ସ୍ଥାନୀୟ ଅଞ୍ଚଳର କୋଇଲାକୁ ବ୍ୟବହାର କରିବା ଦିଗରେ ଏହା ସହାୟକ ହେବ। ଉକ୍ତ ଟେକ୍ନୋଲୋଜିର ସଫଳତା ଦ୍ୱାରା ସିନ୍‌ଗ୍ୟାସ, ଡିଜେଲ, ମିଥାନଲ, ପେଟ୍ରୋକେମିକାଲ ଉତ୍ପାଦନ ଲାଗି କୋଇଲାର ବ୍ୟବହାର ବୃଦ୍ଧି ଘଟିବ। କ୍ଲିନ ଟେକ୍ନୋଲୋଜି ଦ୍ୱାରା କୋଇଲା ବ୍ୟବହାର ଫଳରେ ଦୈନିକ ୨.୩୮ ମିଲିୟନ ଷ୍ଟାଣ୍ଡାର୍ଡ କ୍ୟୁବିକ୍‌ ଫିଟ୍‌ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ। ଏଲ୍‌ଏନ୍‌ଜି ଆମଦାନୀ ବିଲ୍‌ କମାଇବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ରସାୟନ ଏବଂ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା କହିଛନ୍ତି, ଦେଶର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ୟୁରିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ୫୦ରୁ ୭୦ ଲକ୍ଷ ଟନ୍‌ ୟୁରିଆ ଆମଦାନୀ କରାଯାଉଛି। ଦେଶ ମଧ୍ୟରେ ଉତ୍ପାଦିତ ୟୁରିଆ ବ୍ୟବହାରକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏବେ ଦେଶରେ ପ୍ରାକୃତିକ ବାଷ୍ପ ଏବଂ ଆମଦାନୀ ହେଉଥିବା ଏଲ୍‌ଏନ୍‌ଜି ବ୍ୟବହାର ଦ୍ୱାରା ୟୁରିଆ ପ୍ରସ୍ତୁତ ହେଉଛି। ଏଲ୍‌ଏନ୍‌ଜି ଆମଦାନୀ ଲାଗି ସରକାର ପ୍ରତିବର୍ଷ ବହୁ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରୁଛନ୍ତି। ଏହାକୁ ଧ୍ୟାନରେ ରଖି ସାର ଉତ୍ପାଦନ ଲାଗି ଅନ୍ୟାନ୍ୟ କଞ୍ଚାମାଲ ବ୍ୟବହାରକୁ ସରକାର ଗୁରୁତ୍ୱ ଦେଉଛନ୍ତି।
ସେ କହିଛନ୍ତି ଯେ, ତାଳଚେରସ୍ଥିତ ସାର କାରଖାନା ଏହି ଦିଗରେ ନିଜର ଯୋଗଦାନ ରଖିବ। ୟୁରିଆ ଉତ୍ପାଦନ କ୍ଷେତ୍ରରେ ଏହା ଭାରତର ଆତ୍ମନିର୍ଭରଶୀଳତା ବଢାଇବ। ଏହାବାଦ ଓଡ଼ିଶାରେ କୃଷି ଅଭିବୃଦ୍ଧି ତ୍ୱରାନ୍ବିତ କରିବା ସହ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ୪,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଗୌଡା ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରାୟତ୍ତ କମ୍ପାନୀ ମୁଖ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri