ତାଳଧ୍ୱଜ ରଥରୁ କନା ଖୋଲାଗଲା

ପୁରୀ ଅଫିସ,୧୯ା୭ : ଘୋଷଯାତ୍ରା ସାରି ଚତୁର୍ଦ୍ଧାବିଗ୍ରହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ହେଲେ ତିନିରଥ ଏବେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ। ଗୁରୁବାର ରଥରୁ କନା ଖୋଲା ଆରମ୍ଭ ହୋଇଛି। କୋଠସୁଅଁାସିଆ ସେବକମାନେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରୁ କନା ଖୋଲି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ଶ୍ରୀମନ୍ଦିର ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ହେପାଜତରେ ଏହା ରଖାଯାଇଛି। ରଥକନା ଖୋଲା ସମୟରେ ବାହାରିଥିବା ଛୋଟ କନାକୁ ନେବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା।
ଶ୍ରୀମନ୍ଦିର ତତ୍ତ୍ବାବଧାରକ କହିଛନ୍ତି, ଗୁରୁବାର ତିନିରଥରୁ କନା ଖୋଲାଯିବାକୁ ସ୍ଥିର ହୋଇଥିଲା। ତେବେ ବର୍ଷା ଯୋଗୁ କେବଳ ତାଳଧ୍ୱଜ ରଥରୁ କନା ଖୋଲାଯାଇଛି। ଶୁକ୍ରବାର ଅନ୍ୟ ଦୁଇ ରଥରୁ କନା ଖୋଲାଯିବ। ବର୍ଷସାରା ଠାକୁରଙ୍କ ଯାନିଯାତ୍ରାରେ ଏହି କନା ବ୍ୟବହାର କରାଯାଏ। ଏଥିସହ ବିଭିନ୍ନ ବେଶ, ଝୁଲଣ, ଷୋଳପୂଜା ଆଦିରେ ମଧ୍ୟ ବ୍ୟବହୃତ ହୁଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତିପୀଠକୁ ଷୋଳପୂଜା ଦିନ ପ୍ରଦାନ କରାଯାଉଥିବା ଚାନ୍ଦୁଆ ମଧ୍ୟ ଏଥିରେ ତିଆରି କରାଯାଇଥାଏ। ସୂଚନାଥାଉ କି, ଗତ ମଙ୍ଗଳବାର ତିନିରଥରୁ ସାରଥୀ, ଘୋଡ଼ା, ସଖୀ, ପାର୍ଶ୍ୱ ଦେବଦେବୀ, ହଂସପଟା, କନ୍ୟାପଟା, ଚାରମାଳ ଓ ଠେକରାବାଡ଼କୁ ଭୋଇ ସେବକମାନେ ଖୋଲିଥିଲେ। ଶ୍ରୀମନ୍ଦିର ପ୍ରଶାସନଠାରୁ ନିର୍ଦ୍ଦେଶ ପାଇବା ପରେ ଭୋଇ ସେବକମାନେ ରଥ ଭାଙ୍ଗିବା କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Subhadra Yojana: ବିଜେଡି ଡରିଗଲାଣି, ଔଷଧ ବିକଳରେ ତାଟିଆ କାମୁଡୁଛି’

ଭୁବନେଶ୍ୱର,୭।୯: ‘ସୁଭଦ୍ରା’କୁ ନେଇ ବିଜେଡିର ଟିପ୍ପଣୀକୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ୨୫ ବର୍ଷର...

କ’ଣ ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ

ଭୁବନେଶ୍ୱର,୭।୯: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ଭାଜପା ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ...

ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ…

ଭୁବନେଶ୍ୱର,୭।୯: ଏମ୍‌ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri