ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ ବସିଥିବାବେଳେ ଏବେବି ଅନେକ ଲୋକଙ୍କ ଦୁଃଖ ଯାଇନାହିଁ ।  ଆଜିପର୍ଯ୍ୟନ୍ତ ବନ୍ୟା ସହାୟତା ରାଶି ମିଳିନାହିଁ । ଅନେକ ରାସ୍ତାଘାଟ ଏବେ ବି ମରାମତି ହୋଇନାହିଁ । ପୁଣି ବୁଧବାର ଆସୁଛି ଏକ ବାତ୍ୟା ‘ଫନୀ’।  ତିତ୍‌ଲି ଠାରୁ ସାମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫନୀ’ ଅଧିକ ଭୟଙ୍କର ହେବା ଆଶା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ‘ଫନୀ’ର ପ୍ରଭାବ ଗଞ୍ଜାମ ଜିଲା ଉପରେ କେତେ ପଡ଼ିବ ତାହାର ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ। ତଥାପି ଫନୀକୁ ନେଇ ଲୋକେ ଭୟଭୀତ  ହୋଇପଡ଼ିଛନ୍ତି ।

ତିତ୍‌ଲିରେ କ୍ଷତିଗ୍ରସ୍ତ ବେଲଗୁଣ୍ଠା ବ୍ଲକର ବଲାଡ଼ି-କୁଶପଲ୍ଲୀ ସମେତ ଅନେକ ରାସ୍ତା ଏବେବି ସ୍ଥାୟୀ ମରାମତି ହୋଇନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବେଲଗୁଣ୍ଠା ବ୍ଲକର ଅନେକ ଚାଷୀ ଏବେବି ଫସଲ କ୍ଷତିପୂରଣ ପାଇନାହାନ୍ତି । ଗତ ତିତିଲିରେ ୧୨ରୁ ୧୬ ଘଣ୍ଟା ମଧ୍ୟରେ ୩୩୦ ମିଲିମିଟରରୁ ୩୬୦ ମିଲିମିଟର ବର୍ଷା ହୋଇଥିଲା। ହଠାତ୍‌ ଏତେ ପରିମାଣର ବର୍ଷା ଯୋଗୁ ପାଣି ଠିକ୍‌ ଭାବେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିଷ୍କାସନ ହୋଇପାରିଲା ନାହିଁ । ସହରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଏହି ସମସ୍ୟା ଅଧିକ ହୋଇଥିଲା । ଯେଉଁଥିପାଇଁ ବନ୍ୟା ହୋଇଥିଲା। ତିତ୍‌ଲିକୁ ପାଖରେ ଦେଖିଥିବା ଲୋକେ ‘ଫନୀ’ ଆଶଙ୍କାରେ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି । ତିତ୍‌ଲି କ୍ଷୟକ୍ଷତିକୁ ଦେଖି ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ତିତଲିରେ ଭାଙ୍ଗିଥିବା ପ୍ରାୟ ସମସ୍ତ ନଦୀ ଆଡ଼ିବନ୍ଧ ମରାମତି କରାଯାଇଛି।  ଡହ, ବାଘୁଆ ଓ ସୋରଡ଼ା ଜଳଭଣ୍ଡାରରେ ବୁଧବାର ସୁଦ୍ଧା ୩୦ରୁ ୩୫ ପ୍ରତିଶତ ପାଣି ଜଳଭଣ୍ଡାରରେ ମହଜୁଦ୍‌ ଅଛି । ସେହିଭଳି ଭଞ୍ଜନଗର ଜଳଭଣ୍ଡାରରେ ୨ ମିଟର କମ୍‌ ପାଣି ଅଛି । କମ୍‌ ସମୟ ମଧ୍ୟରେ ଯଦି ଅଧିକ ମିଲିମିଟର ବର୍ଷା ହେବ ତେବେ ବନ୍ୟା ପରିସ୍ଥିତି ହେବ । ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟର ମଧ୍ୟରେ ବର୍ଷା ହେଲେ ସେତେଟା ଅସୁବିଧା ହେବନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କନ୍ଧମାଳ ଜିଲାରେ ଯଦି ଅଧିକ ବର୍ଷା ହେବ ତେବେ ଡ଼ହ, ସୋରଡ଼ା, ଭଞ୍ଜନଗର ଜଳଭଣ୍ଡାରର ପାଣି ନିଶ୍ଚିତ ବଢ଼ିବ। ଏହାକୁ ମୁକାବିଲା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏଥିସହ ଜଳଭଣ୍ଡାର ଓ ନଦୀ ନାଳ ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସାମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇ ଦିଆଯିବା ସହ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରାଯାଇଛି ।

ତିତ୍‌ଲିରେ ଭଞ୍ଜନଗର ଉପଖଣ୍ଡର ଆସିକା, ସୋରଡ଼ା, ଭଞ୍ଜନଗର, ବେଲଗୁଣ୍ଠା ବ୍ଲକରେ ବିଶେଷ କ୍ଷୟକ୍ଷତି ହୋଇଥିଲା । ଲୋକଙ୍କୁ ନିରାପଦ ସ୍ଥାନକୁ ଅଣା ଯାଇ ନ ପାରିବାରୁ ସୋରଡ଼ା ବ୍ଲକରେ ୬ ଜଣଙ୍କର ପାଣିରେ ଭାସି ମୃତ୍ୟୁ ଘଟିଥିଲା। ପୁନଃରାୟ ‘ଫନୀ’ରେ  ଯେଭଳି କ୍ଷୟକ୍ଷତି ନ ହେବ ସେଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ସକାଳେ ଭଞ୍ଜନଗର ଗସ୍ତରେ ଆସି ସାମ୍ଭାବ୍ୟ ବାତ୍ୟା ଫନୀରୁ ମୁକାବିଲା କିଭଳି କରାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ହୋଇଥିବା ଆସିକା, ସୋରଡ଼ା, ଭଞ୍ଜନଗର ନିର୍ବାଚନମଣ୍ଡଳୀର ଷ୍ଟ୍ରଙ୍ଗ୍‌ରୁମ୍‌ ଯାଞ୍ଚ କରିଛନ୍ତି ଫନୀର ପ୍ରଭାବରେ ଷ୍ଟ୍ରଙ୍ଗରୁମର ଯେଭଳି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ବିଡିଓ ଅନୀଲ କୁମାର ସେଠୀ, ତହସିଲଦାର ଦୀନମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଜିଲାପାଳ ଆସିକା ଅଭିମୁଖେ ଯାଇ ସେଠାରେ ସମୀକ୍ଷା କରିଛନ୍ତି । ଉପଜିଲାପାଳ ସୋରଡ଼ାରେ ବାତ୍ୟାର କିଭଳି ମୁକାବିଲା କରାଯିବ ସେ ଉପରେ ସମୀକ୍ଷା କରିଛନ୍ତି। ଏନେଇ ଉପ ଜିଲାପାଳ ମିଞ୍ଜଙ୍କ ସହ ଯୋଗାଯୋଗ କରିବାରୁ, ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି। ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ଆଗୁଆ ଆସି ବିଭିନ୍ନ ସ୍ଥାନରେ ପହଞ୍ଚିବେ। ଖାଦ୍ୟ ମହଜୁଦ୍‌ ବ୍ୟବସ୍ଥା କରାଯାଇଛି। ଏଥିସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ଅଛି। ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରୁ କହିଛନ୍ତି ଯେ, ପରିସ୍ଥିତିର ମୁକାବିଲା ପାଇଁ ବାଲିବସ୍ତା ବିଭିନ୍ନ ସ୍ଥାନରେ ମହଜୁଦ୍‌ ରଖାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଦାଦାଙ୍କୁ ହତ୍ୟା କରିଥିଲେ ୩ ପୁତୁରା, ପଡ଼ିଲେ ଧରା, ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖଲ୍ଲିକୋଟ, ୧୭।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ନାଏବ ସରପଞ୍ଚ ମିନତୀ କୁମାରୀ ଦାସଙ୍କ ସ୍ବାମୀ ରବି ଦାସଙ୍କୁ ହତ୍ୟା ଘଟଣାରେ ୩...

ମଙ୍ଗଳବାରଠୁ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ଯାତ୍ରା ଆରମ୍ଭ: ଲକ୍ଷାଧିକ ଭକ୍ତଙ୍କ ପାଇଁ ଜିଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପୁରୁଷୋତ୍ତମପୁର,୧୭।୩ (ସିମାଞ୍ଚଳ ମିଶ୍ର) : ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏଥିନେଇ ଜିଲାପ୍ରଶାସନ ଓ...

ବ୍ଲକ ଜୀବିକା ମିଶନ କାର୍ଯ୍ୟକାରୀ କମିଟି ସଂଘର ଆନ୍ଦୋଳନ: ବକେୟା ଭତ୍ତା ପ୍ରଦାନ ସହ ମାସିକ ୧ ହଜାର ଟଙ୍କା କରିବାକୁ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ନିଖିଳ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକାରୀ କମିଟି (ଇସି) ସଂଘ ଦିଗପହଣ୍ଡି ବ୍ଲକ ଶାଖା ପକ୍ଷରୁ ବିଭିନ୍ନ ଦାବି ପୂରଣ ନିମନ୍ତେ...

ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣାଣି: ୪ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ସହ ମିଳିଲା ଟଙ୍କା

ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲା ଅତିରିକ୍ତ...

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ୧୨୮ ଗାଈ, ମାଡ଼ିବସିଲା ପୋଲିସ, ଗିରଫ ହେଲେ…

ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ବିଗତ କିଛି ଦିନ ହେବ ବେଆଇନ ଗୋଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଆପଣାଇଛି। ରବିବାର ଓ ସୋମବାର...

ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ: ଚନ୍ଦ୍ରକାନ୍ତ-ବିଘ୍ନେଶ ଯୋଡି ଚାମ୍ପିୟନ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆନ୍ତଃରାଜ୍ୟ ଖେମୁଣ୍ଡି ଓପନ...

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ, ୨ ଜୁଆଡିଙ୍କ ପାଖରୁ ଜବତ ହେଲା…

ହିଞ୍ଜିଳିକାଟୁ,୧୭।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ...

ବିଦ୍ୟୁତ ଆଘାତରେ ଆସି ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ, ନିଯୁକ୍ତି ଦାବିରେ ମୃତଦେହ ରଖି ରାସ୍ତାରୋକୋ

ବ୍ରହ୍ମପୁର, ୧୭/୩(ସୁବାସ ଚନ୍ଦ୍ର ପାଢ଼ୀ): ବିଦ୍ୟୁତ ତାର ଆଘାତରେ ଜଣେ ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଲାଠୀ ଗ୍ରାମ କୁମ୍ଭାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image