ତିତ୍‌ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍‌ ପୁନଃ ନିର୍ମାଣ

3

ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର ମୁଖ୍ୟବନ୍ଧ (ହେଡୱାକ୍ସ) ନିର୍ମାଣ ଓ କେନାଲ ପୁନରୁଦ୍ଧାର ବାବଦରେ ପ୍ରଥମ ପର୍ଯ୍ୟାୟରେ ୨.୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ସୂଚନାଯୋଗ୍ୟ, ମରୁଡ଼ି ପ୍ରପୀଡ଼ିତ ପାତ୍ରପୁର ବ୍ଲକରେ ଚାଷୀଙ୍କୁ ନିୟମିତ ସେଚ ବ୍ୟବସ୍ଥା ଯୋଗାଇବା ପାଇଁ ୧୯୮୦ ଦଶକରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗଜପତି ଜିଲା ମହେନ୍ଦ୍ରଗିରି ପର୍ବତରୁ ନିର୍ଗତ ଏକ ଚିରସ୍ରୋତା ଝରଣା ପାଣିକୁ ଅଟକାଇବାକୁ ପୂରିଆ ସାହି ଡ୍ୟାମ କରାଯାଇଥିଲା। ୧୯୮୨ରେ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲା । ଜରଡ଼ା ସମେତ ଆଖପାଖ ୨୫ରୁ ୩୦ ଖଣ୍ଡ ଗ୍ରାମର ୮ ଶହରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ହୋଇଥିଲା।

୨୦୧୮ ଅକ୍ଟୋବର ୧୧ ତାରିଖ ରାତିରେ ସାମୁଦ୍ରିକ ବାତ୍ୟା ତିତ୍‌ଲି ଆନ୍ଧ୍ରପ୍ରଦେଶ ପଲାସା ନିକଟରେ ଲ୍ୟାଣ୍ଡଫଲ୍‌ କରିଥିଲା। ବାତ୍ୟା ସାଙ୍ଗକୁ ପ୍ରବଳ ବର୍ଷା ବିପତ୍ାତ ମଧ୍ୟ ହୋଇଥିଲା। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତିତ୍‌ଲି ପ୍ରଭାବରେ ପୂରିଆ ସାହି ପ୍ରକଳ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲା। କେବଳ ସେତିକି ନୁହେଁ ସେହି ପ୍ରକଳ୍ପ ପାଖରେ ଥିବା ପୁରାଣ ବର୍ଣ୍ଣିତ ପର୍ଶୁରାମ କୁଣ୍ଡ ଓ ପର୍ଶୁରାମଙ୍କ ମୂର୍ତ୍ତି ଧୋଇ ହୋଇଯାଇଥିଲା । ପ୍ରାଚୀନ କିମ୍ବଦନ୍ତୀ ଅନୁସାରେ ପର୍ଶୁରାମ ସେହି କୁଣ୍ଡ ପାଖରେ ତପସ୍ୟା କରିଥିବାରୁ ନାମ ପର୍ଶୁରାମ କୁଣ୍ଡ ଦିଆଯାଇଥିଲା। ତିତ୍‌ଲି ତାଣ୍ଡବର ୬ ମାସ ପୂରିଛି ଏବଂ ପ୍ରକଳ୍ପର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

କ୍ଷୁଦ୍ର ଜଳସେଚନ ବିଭାଗ ଗଞ୍ଜାମ ନଂ ୧ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗୋପାଳ ଦାସ କହିଛନ୍ତି, ପୂରିଆ ସାହି ଡ୍ୟାମ ପୁନଃ ନିର୍ମାଣ କାର୍ଯ୍ୟ ଫେବୃୟାରୀରୁ ଆରମ୍ଭ ହୋଇଛି ଏବଂ ପ୍ରାକ୍‌ ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଚଳିତ ବର୍ଷର ଖରିଫ ଧାନ ଫସଲ ନିମନ୍ତେ ଚାଷୀଙ୍କୁ ଜଳସେଚନର ସୁବିଧା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ତିତଲି ମାଡ଼ରେ ଯୋଜନାର କେନାଲର ମଧ୍ୟ କେତେକାଂଶ ନଷ୍ଟ ହୋଇଥିବାରୁ ତାହାର ପୁନରୁଦ୍ଧାର କରାଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନଃ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନିର୍ବାହୀ ଯନ୍ତ୍ରୀ ଗଭୀର ଆଶାପ୍ରକଟ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ପୂରିଆ ସାହି ଯୋଜନା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ବିଧାନସଭାର ପ୍ରାକ୍ତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ପ୍ରଥମେ ୧୯୮୦ ନିର୍ବାଚନରେ ଚିକିଟି ସେଗମେଣ୍ଟରୁ ବିଧାୟକ ହୋଇଥିଲେ। ଲଗାତର ମରୁଡ଼ି ଦାଉରୁ ପାତ୍ରପୁର ବ୍ଲକର ଚାଷୀଙ୍କୁ ରକ୍ଷା କରିବା ପାଇଁ ତତ୍କାଳୀନ ସରକାରଙ୍କ ଉପରେ ପ୍ରବଳ ଚାପ ପକାଇ ଯୋଜନା ଅନୁମୋଦନ କରାଇଥିଲେ । ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଉପବାଚସ୍ପତି ଏବଂ ୧୯୯୫ ରୁ ୨୦୦୦ ଯାଏ ସେ ବାଚସ୍ପତି ହେବାରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କେନାଲ ନିର୍ମାଣ କରାଇଥିଲେ । ତିତ୍‌ଲି ତାଣ୍ଡବ ପରେ ପୂରିଆ ସାହି ଯୋଜନାର ତୁରନ୍ତ ପୁନଃ ନିର୍ମାଣ ପାଇଁ ସେ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com
13131313

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

Aaa

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Your Paragraph Text

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Jaa

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

THUMBNAIL 63

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

Jail

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

33 3

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

4104ac6b Fdf7 488d B5ad 9dc314828d00 1

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri