ତିନିମୁଣ୍ଡିଆରେ ଅଟକିଲା ରଥ

ପୁରୁଣା ଭୁବନେଶ୍ୱର,୧୦।୪(ଡି.ଏନ୍‌.ଏ.): ଅଶୋକାଷ୍ଟମୀ ଅବସରରେ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନୀତିକାନ୍ତି ପରେ ଶ୍ରୀଲିଙ୍ଗରାଜ, ଭଉଣୀ ରୁକୁଣା ଦେବୀ, ପ୍ରଭୁ ଦୋଳଗୋବିନ୍ଦ ଦକ୍ଷିଣ ଘରୁ ବିଜେ ହୋଇ ଆଡ଼କାଠ ନିକଟରେ ପହଞ୍ଚିଥିଲେ। ସେବାୟତମାନେ ଶ୍ରୀଜୀଉଙ୍କୁ ଆଜ୍ଞାପ୍ରସାଦ ଦେବାପରେ ଅପରାହ୍ନ ୧ଟାରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାଙ୍କୁ ପହଣ୍ଡିରେ ଆଣିଥିଲେ। ଅପରାହ୍ନ ୧ଟା ୫୦ରେ ଶ୍ରୀଜୀଉମାନେ ରଥାରୂଢ଼ ହୋଇଥିଲେ। ପୂଜାପଣ୍ଡା ସେବାୟତ ଛେରାପହଁରା କରିଥିଲେ। ଅପରାହ୍ନ ୩ଟା ୨୨ରେ ରଥ ଉପରକୁ ଘୋଡ଼ା ଉଠିବା ପରେ ରଥ କାଳିସୀ ନରସିଂହ ଖୁଣ୍ଟିଆ ଓ ତାଙ୍କ ପୁଅ ଭବାନୀ ରଥକୁ ଚଢ଼ିଥିଲେ। ଅପରାହ୍ନ ୪ଟା ୫୫ରେ ରଥଟଣା ହୋଇଥିଲା। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନ ୩ଟା ୩୦ରେ ରଥ ଟଣା ହେବାକୁ ଥିଲା। ହେଲେ ୧ଘଣ୍ଟା ୨୫ମିନିଟ ବିଳମ୍ବରେ ରଥ ଟଣା ଯାଇଥିଲା। ରଥଖଳାରୁ ୫୦୦ମିଟର ରଥ ଗଡ଼ିଲା ପରେ ସନ୍ଧ୍ୟା ହୋଇଯିବାରୁ ଟଣା ବନ୍ଦ ରହିଛି। ରଥ ତିନିମୁଣ୍ଡିଆ ଛକ ନିକଟରେ ଅଟକି ରହିଛି।
ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିମୟ ପରିବେଶ ମଧ୍ୟରେ ରଥ ଟାଣିବାକୁ ଅପେକ୍ଷା କରି ରହିଥିଲେ। ଅଳ୍ପ ସମୟ ରଥ ଟଣା ଯୋଗୁ ଶ୍ରଦ୍ଧାଳୁମାନେ ନିରାଶ ହୋଇ ଫେରିଥିଲେ। ଗୋଟିଏ ଦିନରେ ରଥ ଟଣାଯାଇ ରାମେଶ୍ୱର ମନ୍ଦିରରେ ଲାଗିବାର ନିୟମ ଥିବା ବେଳେ ଏହା ହୋଇପାରି ନ ଥିଲା। ଶୁକ୍ରବାର ରଥ ପ୍ରତିଷ୍ଠା ଅର୍ଥାତ୍‌ ଠାକୁରଙ୍କ ବଡ଼ସିଂହାର ନୀତିରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ଯୋଗୁ ଶନିବାର ମଙ୍ଗଳ ଆଳତି ନୀତି ୬ଟା ୩୦ରେ ହୋଇଥିଲା। ଫଳରେ ରଥ ଟଣା ୧ଘଣ୍ଟା ୨୫ମିନିଟ ବିଳମ୍ବରେ ହୋଇଥିଲା। ରବିବାର ନୀତିକାନ୍ତି ପରେ ଅପରାହ୍ନ ୩ଟାରେ ପୁଣି ରଥ ଟଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀଙ୍କ ପାଇଁ ଖୁସିଖବର: କାନାଡାରେ ପଢାହେବ ଓଡ଼ିଆ

ଭୁବନେଶ୍ୱର,୧୯ା୧୧(ଅନୁରାଧା ମହାରଣା):କାନାଡ଼ାରେ ଓଡ଼ିଆ ଭାଷାରେ ପାଠପଢ଼ିବେ ପ୍ରବାସୀଙ୍କ ପିଲା। ଟରୋଣ୍ଟୋ ଡିଷ୍ଟ୍ରିକ୍ଟ ସ୍କୁଲ ବୋର୍ଡ ପକ୍ଷରୁ ଓଡ଼ିଆ ଶିକ୍ଷା ପ୍ରଚଳନ ପାଇଁ ଅନୁମତି ମିଳିବା ପରେ...

ହାତୀ ମୃତ୍ୟୁ ଘଟଣା:୩ କ୍ଷେତ୍ର ବନ କର୍ମଚାରୀ ସସ୍‌ପେଣ୍ଡ

ନାକଟିଦେଉଳ,୧୯ା୧୧(ବୈକୁଣ୍ଠନାଥ ସାହୁ):ବାର୍‌ହା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍‌ ତାର। ଏହି ଫାଶରେ ପଡ଼ି ୩ଟି ହାତୀଙ୍କର ଯାଇଛି ଜୀବନ। ସେଥିରେ ରହିଛନ୍ତି ଗୋଟିଏ ଶାବକ...

ଖସୁଛି ପାରଦ: ୨୧ ପର୍ଯ୍ୟନ୍ତ ରହିବ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଗତ କିଛିଦିନ ହେଲା ପାରଦ ଖସିବାରେ ଲାଗିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢୁଥିବା ଦେଖିବାକୁ ମିଳୁଛି। ରାଜ୍ୟର କୋଇଡ଼ାରେ ବିଭିନ୍ନ...

ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି

ରେଢାଖୋଲ ୧୯।୧୧(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ଜୋନ-୨ ନମ୍ବର ଜିଲାପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଦୁର୍ବ୍ୟବହା କରିବା ଘଟଣା ମହଙ୍ଗା ପଡିଛି। ରାଜସ୍ବ...

ଦୁର୍ଘଟଣା ପରେ ଜଳିଗଲା ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌

ଉଦଳା,୧୯।୧୧: ମୟୁରଭଞ୍ଜ ଜିଲା ଉଦଳା ଥାନା ପୋଡ଼ାଡ଼ିହାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ...

ଜଳବାୟୁ ବିଜ୍ଞାନୀ, ପରିବେଶ ଗବେଷକ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୩୦ଯାଏ କନିଷ୍ଠ ମେଧାବୃତ୍ତି ପାଇଁ ଆବେଦନ

ଭୁବନେଶ୍ୱର,୧୯ା୧୧(ଅନୁରାଧା ମହାରଣା): ରାଜ୍ୟର ଦ୍ୱାଦଶ ଶ୍ରେଣୀର ମେଧାବୀ ଛାତ୍ରୀଛାତ୍ରଙ୍କୁ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ଆବେଦନ ଆରମ୍ଭ ହୋଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...

କୃଷିଋଣ ପାଇଁ ୮୩୦ କୋଟିର ସୁଧ ରିହାତି

ଭୁବନେଶ୍ୱର,୧୯ା୧୧(ସୁଚିସ୍ମିତା ସାହୁ): ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ସମବାୟର ପ୍ରମୁଖ ଭୂମିକା ରହିଛି। ଚଳିତ ଆର୍ଥିକ ବର୍ଷରେ ସୁଧମୁକ୍ତ କୃଷିଋଣ ଯୋଜନା ପାଇଁ ରାଜ୍ୟ ସରକାର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri