ଲକ୍ଷ୍ନୌ, ୨୮।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ତିନ୍ ତଲାକ୍ ପୀଡ଼ିତାଙ୍କୁ ନୂଆବର୍ଷ ଭେଟି ଦେବାକୁ ଯୋଜନା କରିଛନ୍ତି। ବର୍ଷକୁ ଏଭଳି ମୁସଲମାନ୍ ମହିଳାଙ୍କୁ ୬ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ଛାଡ଼ପତ୍ର ପାଇଥିବା ହିନ୍ଦୁ ମହିଳାଙ୍କୁ ମଧ୍ୟ ଏହି ସୁଯୋଗ ମିଳିବ। ଏନେଇ ଆସନ୍ତା ସପ୍ତାହରେ କ୍ୟାବିନେଟ୍ ବୈଠକ ବସିବାର ସମ୍ଭାବନା ରହିଥିବା କୁହାଯାଉଛି। ସେହିଭଳି ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ ରାଜ୍ୟରେ ଏକ ସର୍ଭେ ଜାରି ରହିଛି। ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ୍ କରାଯିବ।