ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ୍‌

ନୂଆଦିଲ୍ଲୀ, ୯-୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ। ବିମାନରେ ମିଳୁଥିବା ସମସ୍ତ ପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ। ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଟ୍ରେନ୍‌କୁ ଘରୋଇ କମ୍ପାନୀ ଦ୍ୱାରା ପରିଚାଳନା କରାଯିବ। ପ୍ରଥମ ରୁଟ୍‌ର ଚୟନ ଶେଷ ହୋଇଥିବା ବେଳେ ରେଲଓ୍ବେ ବୋର୍ଡ ପକ୍ଷରୁ ୫୦୦ କି.ମି.ଦୂରତା ବିଶିଷ୍ଟ ଆଉ ଏକ ରୁଟ୍‌ ଖୋଜା ଚାଲିଛି। ରେଲଓ୍ବେର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଥିବା ପ୍ରଥମ ରୁଟର ପରିଚାଳନା ଘରୋଇ କମ୍ପାନୀ କରିବେ। ଏ ସମ୍ପର୍କରେ ଆସନ୍ତା ମାସକ ମଧ୍ୟରେ ନିଷ୍ପତ୍ତି ନିଆଯିବ।
ଆଇଆର୍‌ସିଟିସି ବର୍ତ୍ତମାନ ଏହାର ମଡେଲ ଉପରେ କାର୍ଯ୍ୟକରୁଛି। ଉଲ୍ଲେଖଥାଉ କି, ୨୦୧୬ରେ ତେଜସ୍‌ ଏକ୍ସପ୍ରେସ ଚଳାଚଳ ପାଇଁ ଘୋଷଣା କରାଯାଇଥିଲେ ହେଁ ଏହା ଆଜିଯାଏ ଚଳାଚଳ କରିନାହିଁ। ନିକଟରେ ଜାରି ହୋଇଥିବା ସମୟସାରଣୀରେ ତେଜସ୍‌କୁ ସାମିଲ କରାଯାଇଥିଲେ ମଧ୍ୟ ଏହା ବର୍ତ୍ତମାନ ଉତ୍ତର ପ୍ରଦେଶର ଆନନ୍ଦନଗର ରେଲଓ୍ବେ ଷ୍ଟେଶନରେ ଛିଡା ହୋଇରହିଛି। ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯିବ। ଦିଲ୍ଲୀ-ଲକ୍ଷ୍ନୌ ରୁଟ୍‌ରେ ଏବେ ୫୩ଟି ଟ୍ରେନ ଚାଲୁଛି। କିନ୍ତୁ ଏମାନଙ୍କ ମଧ୍ୟରୁ ଗୋଟିଏ ହେଲେ ରାଜଧାନୀ ଟ୍ରେନ୍‌ ନୁହେଁ। ଏହି ରୁଟ୍‌ରେ ଚାଲୁଥିବା ପ୍ରିମିୟମ ଟ୍ରେନ ସ୍ବର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଟିକେଟ ଚାହିଦା ଅଧିକ ରହିଛି ଓ ଏହା ମାତ୍ର ସାଢ଼େ ୬ ଘଣ୍ଟାରେ ଯାତ୍ରା ପୂରଣ କରୁଛି।
ତେଜସ୍‌ ଏକ୍ସପ୍ରେସର ଦାୟିତ୍ୱ ଆଇଆର୍‌ସିଟିସିକୁ ଦିଆଯିବ, ଯିଏକି ଲିଜ୍‌ ଚାର୍ଜଠାରୁ ଆରମ୍ଭ କରି ସମସ୍ତ ଶୁଳ୍କ ପ୍ରଦାନ ସଂକ୍ରାନ୍ତରେ ଫାଇନାନ୍ସିିଂ ଡିପାର୍ଟମେଣ୍ଟ ସହ ସହଯୋଗ କରିବ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଦୁଇଟି ଟ୍ରେନକୁ ନେଇ ପ୍ରଥମେ ପରୀକ୍ଷାମୂଳକ ପ୍ରୟୋଗ କରାଯିବ। ଆସନ୍ତା ୧୦୦ ଦିନ ଭିତରେ ଅତିକମ୍‌ରେ ଗୋଟିଏ ଟ୍ରେନକୁ ଘରୋଇ କମ୍ପାନୀକୁ ଦିଆଯିବ। କମ୍‌ ଭିଡ ଥିବା ତଥା ପର୍ଯ୍ୟଟନ କ୍ଷେତ୍ରକୁ ଯୋଡୁଥିବା ଦୃଷ୍ଟିରୁ ଉକ୍ତ ରୁଟ୍‌କୁ ଚୟନ କରାଯାଇଛି। ଖୁବଶୀଘ୍ର ଦ୍ୱିତୀୟ ଟ୍ରେନ ଓ ରୁଟ୍‌ ବଛାଯିବ ବୋଲି ସେ କହିଛନ୍ତି।
୧୨୫୮୫ ଲକ୍ଷ୍ନୌ ଜଙ୍କସନ-ନୂଆଦିଲ୍ଲୀ ତେଜସ୍‌ ଏକ୍ସପ୍ରେସ ସକାଳ ୬.୫୦ରେ ଲକ୍ଷ୍ନୌ ଜଙ୍କସନ ଛାଡିବ ଏବଂ ନୂଆଦିଲ୍ଲୀରେ ଅପରାହ୍ନ୧.୩୫ରେ ପହଞ୍ଚତ୍ବ। ସେହିପରି ୧୨୫୮୬ ନୂଆଦିଲ୍ଲୀ-ଲକ୍ଷ୍ନୌ ଜଙ୍କସନ ତେଜସ୍‌ ଏକ୍ସପ୍ରେସ ଅପରାହ୍ନ ୩.୩୫ରେ ନୂଆଦିଲ୍ଲୀ ଛାଡ଼ି ରାତି ୧୦.୦୫ରେ ଲକ୍ଷ୍ନୌ ଜଙ୍କସନରେ ପହଞ୍ଚତ୍ବ। ରବିବାର ଓ ଗୁରୁବାର ଛାଡ଼ି ଦେଲେ ଅବଶିଷ୍ଟ ଦିନରେ ଏହି ଟ୍ରେନ ଚାଲିବ। ସୂଚନାଯୋଗ୍ୟ ଯେ, ଏହି ଟ୍ରେନର ପ୍ରତ୍ୟେକ ସିଟ୍‌ ପଛରେ ଏଲ୍‌ସିଡି ଏଣ୍ଟରଟେନମେଣ୍ଟ-ଇନ୍‌ଫରମେଶନ ସ୍କ୍ରିନ୍‌ ରହିଥିବା ବେଳେ ଓ୍ବାଇଫାଇ ସୁବିଧା, ଆରାମଦାୟକ ସିଟ୍‌, ମୋବାଇଲ ଚାର୍ଜିଂ ପଏଣ୍ଟ, ବହି ପଢ଼ିବା ପାଇଁ ସ୍ବତନ୍ତ୍ର ଲାଇଟ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri