ନୂଆଦିଲ୍ଲୀ,୨।୧୨: ସଂସଦର ଶୀତ ଅଧିବେଶନ ସମୟରେ ସୋମବାର ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ଆମ୍ ଆଦମୀ ପାର୍ଟି(ଏଏପି) ଏମ୍ପି ସଞ୍ଜୟ ସିଂ ନିର୍ଭୟା ଗଣ ବଳାତ୍କାର କଥା ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି ନିର୍ଭୟା ମାମଲାର ଦୋଷୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଦଣ୍ଡ ମିଳିନାହିଁ। ଏହାପରେ ଜୟା ବଚ୍ଚନ କହିଥିଲେ ବଳାତ୍କାର ମାମଲାକୁ ନେଇ ସେ ଗୃହରେ ଅନେକ ଥର ପ୍ରଶ୍ନ ଉଠାଇଥିଲେ ମଧ୍ୟ ସରକାର କେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା ଗୁଲାମ ନବି ଆଜାଦ ମଧ୍ୟ ତେଲେଙ୍ଗାନା ଗଣ ବଳାତ୍କାର ମାମଲା କଥା ଉଠାଇ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ କହିଛନ୍ତି।