ସ୍ବିଡେନର କାରୋଲିନ୍ସ୍କା ଇନ୍ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଶରୀରର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ତ୍ୱଚାର ଏକ ସୂକ୍ଷ୍ମ ଉପାଦାନ ଠାବ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ପେନ୍ ରାଡାର । ନେଟ୍(ଜାଲ) ଆକାରରେ ତ୍ୱଚା ମଧ୍ୟରେ ରହିଥିବା ଏହି ଉପାଦାନ ଗ୍ଲିଆଲ ସେଲ୍ (ମସ୍ତିଷ୍କ ଓ ମେରୁଦଣ୍ଡରେ ଥିବା ସେଲ) ଦ୍ୱାରା ଗଠିତ। ଏହି ସେଲ୍ଗୁଡିକୁ କେଶ ଆକୃତିର ଉପାଦାନ ଆବୃତ୍ତ କରି ରଖିଛି। ପେନ୍ ରାଡାର ସମ୍ବେନ୍ଦନଶୀଳ ପ୍ରତିକ୍ରିୟାକୁ ସହଜରେ ଗ୍ରହଣ କରିପାରୁଛି। ଗବେଷକମାନେ ଯେତେବେଳେ ମୂଷାର ତ୍ୱଚାରେ ଏହି ସେଲ୍ର କାର୍ଯ୍ୟ ବନ୍ଦ କରିଦେଲେ ସେତେବେଳେ ମୂଷା କୌଣସି ଯନ୍ତ୍ରଣା ଅନୁଭବ କରି ନ ପାରିବା ଜାଣିବାକୁ ପାଇଥିଲେ। ଯନ୍ତ୍ରଣା କେବଳ ସମ୍ବେଦନଶୀଳ ନର୍ଭ ଫାଇଭର ଦ୍ୱାରା ଯେ ଅନୁଭବ ହୁଏ ତାହା ନୁହେଁ, ଏହା ମଧ୍ୟ ତ୍ୱଚାରେ ଥିବା ଏହି ପେନ୍ ସେନ୍ସିିଟିଭ ଅର୍ଗାନ ବା ଉପାଦାନ ଦ୍ୱାରା ବି ଜାଣିହେବ ବୋଲି ଗବେଷକମାନେ କହିଛନ୍ତି। ଏହି ଉପାଦାନ ଦ୍ୱାରା ଦୀର୍ଘଦିନ ଧରି ଭୋଗୁଥିବା ଯନ୍ତ୍ରଣାର କାରଣ ଜାଣିହେବ ଓ ତା’ର ଚିକିସତ୍ା କରାଯାଇପାରିବ ବୋଲି କୁହାଯାଇଛି।