ଥମୁନି ହାତୀ ଉପଦ୍ରବ: ମଞ୍ଚାରେ କଟୁଛି ରାତି

କେନ୍ଦୁଝର,୧୪।୮( ସ୍ବ.ପ୍ର.)-ଦିନରେ କଠିନ ପରିଶ୍ରମ ଓ ରାତିରେ ହାତୀ ପାଇଁ ଉଜାଗର । ଏଭଳି କଷ୍ଟ ଯନ୍ତ୍ରଣାରେ ଗରିବ ଚାଷୀ ମାନେ ଦିନ ଓ ରାତି କଟାଉଛନ୍ତି । ହାତୀ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଧନଜୀବନ ହାନି ଘଟୁଥିବାରୁ ଭୟ ଓ ଆତଙ୍କରେ ଲୋକ ମାନେ ରହୁଛନ୍ତି। ଭୟରେ ଲୋକ ମାନେ ରାତି ଉଜାଗର ହୋଇ ଧନଜୀବନର ସୁରକ୍ଷା ପାଇଁ ହାତୀ ମାନଙ୍କୁ ଘଉଡାଇବାକୁ ଲାଗୁଛନ୍ତି। ଏହି ସମୟରେ ଲଗାଣ ବର୍ଷା ଦାଉ ସାଧୁଛି। ଅନେକ ହାତୀ ଉପଦ୍ରରୁ ଜୀବନ ବଞ୍ଚାଇବାପାଇଁ ଘର ଛାଡି ମଞ୍ଚା ଉପରେ ରାତି କାଟୁଛନ୍ତି । ବୟସ୍କ, ଭିନ୍ନକ୍ଷମ, ଶିଶୁ ତଥା ମହିଳା ମାନେ ବେଶୀ ଅସୁବିଧା ଭୋଗୁଛନ୍ତି। ଏଭଳି ଅବସ୍ଥା ଭୋଗୁଛନ୍ତି ସଦର ରେଞ୍ଜ କୁସୁମିତା ଗାଁର ଭୂୟାଁ ଆଦିବାସୀ ଲୋକ। ଆଖପାଖ ଅଞ୍ଚଳରେ କିଛିଦିନ ହେଲା ୩୦ରୁ ଅଧିକ ହାତୀ ରହୁଛନ୍ତି। ଦିନରେ ଜଙ୍ଗଲରେ ରହୁଛନ୍ତି ଓ ରାତିରେ ଜନବସତି ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କିଛି ଦିନ ମଧ୍ୟରେ ୨୦ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଭୟଭୀତ ହୋଇ ଗାଁର କିଛି ଲୋକ ଗଛ ଉପରେ ମଞ୍ଚା କରି ରହୁଛନ୍ତି । ସେହିପରି ଶଙ୍କାରୀ ଗାଁର କିଛି ଲୋକ ସ୍କୁଲ ଛାତ ଉପରେ ପାଲ ଟାଣି ରାତି କାଟୁଛନ୍ତି। କେନ୍ଦୁଝର ଜିଲାରେ ୧୫୦ରୁ ଅଧିକ ହାତୀ ରହୁଥିବା ବେଳେ ଜଙ୍ଗଲ ଓ ପାହାଡ ତଳି ଆଦିବାସୀ ଗ୍ରାମରେ ସମାନ ସମସ୍ୟା ଲାଗି ରହିଛି। ଦୁଇ ମାସ ଭିତରେ ହାତୀ ଆକ୍ରମଣରେ ୪ ଜଣ ପ୍ରାଣ ହରାଇବା ସହ ୫୦ରୁ ଅଧିକ ଘର ଭାଙ୍ଗିଛି। ହାତୀ ଆତଙ୍କରୁ ବର୍ତ୍ତିବା ପାଇଁ ଚମ୍ପୁଆ, ଯୋଡା, ବଡବିଲ, ଘଟଗାଁ ବ୍ଲକରେ ବହୁ ଲୋକ ଗଛ ଉପରେ ମଞ୍ଚ ବାନ୍ଧି ରହୁଛନ୍ତି । ସେପଟେ ହାତୀ ପଲକୁ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଫେଲ ମାରୁଥିବାରୁ ଅସନ୍ତୋଷ ବଢୁଛି। ହାତୀ ମନେ ଦଳ ଦଳ ହୋଇ ବିଭିନ୍ନ ଅଞ୍ଚଳରେ ବୁଲୁଥିବା ରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ବନ ବିଭାଗ ପାଇଁ ସହଜ ହେଉନାହିଁ। ବର୍ଷା ଯୋଗୁଁ ହାତୀ ମାନଙ୍କ ଗତିପଥ ନଜର କରିବା ଓ ଘଉଡାଇବା ବନବିଭାଗ ପକ୍ଷେ ସମ୍ଭବ ହେଉନାହିଁ। ଏଣୁ ଏଭଳି ପରିସ୍ଥିତିରେ ଉଭୟ ମଣିଷ ଓ ବନ ବିଭାଗ ଅସହାୟ ହୋଇ ପଡିଥିବା ବେଳେ ଭାଗ୍ୟକୁ ଆଦରି ଲୋକମାନେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା,୨୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଓ ଶିଉନି ମଧ୍ୟରେ ଶୁକ୍ରବାର ଅପରାହ୍ନରେ...

୪ ଶହ କେଜି ମହୁଲ ଫୁଲ ସହ ଅଟୋ ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଗଦଡି ଅଞ୍ଚଳରେ ବେଆଇନ ମହୁଲ ଫୁଲ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ। ଅଟୋ...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଭରଣା ଚିନ୍ତା: ଜିଲାପାଳଙ୍କୁ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଦାବିପତ୍ର

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଅଦିନିଆ ଲଗାଣ ବର୍ଷା ହେତୁ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ ଉଚ୍ଛେଦ, ଟୋକେନ୍ ଅବଧି ବୃଦ୍ଧି ଏବଂ ଫସଲବୀମା ଅର୍ଥ...

ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ...

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri