ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦକ୍ଷିଣ ଓଡ଼ିଶାର। ସେ କୋରାପୁଟ ଜିଲା ଦଶମନ୍ତପୁରର ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଜଣଙ୍କ ୨୨ ବର୍ଷୀୟ ଏବଂ ସେ ଜଣେ ସ୍ବାସ୍ଥ୍ୟକର୍ମୀ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି। ତେବେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହେବା ରାଜ୍ୟରେ ପ୍ରଥମ ଘଟଣା।